ନିଜ ମନପସନ୍ଦର ବାଇକ୍ କିଣିବାକୁ ଚାହୁଁଛନ୍ତି କି? ତେବେ ଏଠାରେ କେବଳ ଆଧାର କିମ୍ବା କୌଣସି ବି ପରିଚୟପତ୍ର ଦେଇ ନେଇ ଯାଆନ୍ତୁ ଗାଡି

39

ଦେଶରେ ଏଭଳି ବି ମାର୍କେଟ ରହିଛି, ଯେଉଁଠି ସେକେଣ୍ଡ ହ୍ୟାଣ୍ଡ ବାଇକ୍ ମିଳିଥାଏ । ଏହି ମାର୍କେଟରେ ବାଇକର ଦାମ ଉପରେ ବି ଆପଣ ବାରର୍ଗେନିଂ କରିପାରିବେ । ଅର୍ଥାତ୍ ଏଠାରେ ୭୦ ହଜାର ଟଙ୍କାର ବାଇକକୁ ଆପଣ ମାତ୍ର ୧୫ ହଜାର ଟଙ୍କାରେ କିଣିପାରିବେ । ସେହିପରି ଲକ୍ଷାଧିକ ଦାମର ଗାଡିକୁ ବି ଅଧାରୁ ଅଧା ଦାମରେ ଆପଣ କିଣିପାରିବେ ।

ସୂଚନା ମୁତାବକ, ଦିଲ୍ଲୀରେ ରହିଛି ସେକେଣ୍ଡ ହ୍ୟାଣ୍ଡ ବାଇକର ସବୁଠାରୁ ବଡ ବଜାର । ଏଠାରେ ଥିବା କରୋଲବାଗ ବଜାରରେ ଆପଣଙ୍କୁ ସବୁ କଂପାନୀର ବାଇକ୍ ମିଳିଯିବ । ଏଥିରେ ବଜାଜଠାରୁ ଆରମ୍ଭ କରି ଡୁକାଟି, ରୟାଲ ଇନଫିଲ୍ଡ, ଡ୍ୟୁକ ଭଳି ଅନେକ ନାମୀଦାମୀ ବାଇକ ମଧ୍ୟ ଆଶାଠାରୁ ବହୁତ କମ ଦାମରେ ମିଳିଥାଏ । ଏଥିସହିତ ୧୫ ହଜାର ଟଙ୍କା ଦାମରେ ଭଲ ଭଲ କଣ୍ଡିସନ ଥିବା ସ୍କୁଟର କିମ୍ବା ବାଇକ୍ ମଧ୍ୟ କିଣିପାରିବେ ।

କରୋଲବାଗରେ ସେକେଣ୍ଡ ହ୍ୟାଣ୍ଡ ବାଇକର ଏକ ବହୁତ ବଡ ବଜାର ରହିଛି । ଏଠାରେ ଯେଉଁସବୁ ବାଇକ୍ ମିଳୁଛି ତାର କଣ୍ଡିସନ ବି ବହୁତ ଭଲ ରହିଛି । ଏଠାକାର ଅଧିକାଂଶ ଡିଲର୍ସଙ୍କର କହିବା କଥା ହେଲା କି, ଅଧିକାଂଶ ଗ୍ରାହକ ନିଜର ନୂଆ ନୂଆ ବାଇକଗୁଡିକୁ ଏଠାରେ ବିକ୍ରି କରିଦେଇଥାନ୍ତି । ବାଇକ୍ ସହିତ ରେଜିଷ୍ଟେସନ ସାର୍ଟିଫିକେଟ ମଧ୍ୟ ଦିଆଯାଇଥାଏ । ଏଥିସହିତ ହିଁ ଡିଲର୍ସ ନିଜ ତରଫରୁ ଗ୍ୟାରେଂଟି ମଧ୍ୟ ଦେଇରଖିଥାନ୍ତି ।