ପ୍ରେମରେ ମଣିଷ ଅନ୍ଧ ହୋଇଯିବା କଥା ତ ଆପଣ ନିଶ୍ଚୟ ଶୁଣିଥିବେ କିନ୍ତୁ ଏହାକୁ ଚରିତାର୍ଥ କରି ଦେଖାଇଛନ୍ତି ଜଣେ ମହିଳା । ଯିଏକି ପ୍ରେମ ପାଇଁ ନିଜ କିଡନୀ ବିକିବାକୁ ବି ପଛେଇ ନଥିଲେ । ଆଜ୍ଞା ହଁ ! କଥାଟା ମିଛ ଲାଗୁଥିବେ ବି ସତ । ଏଭଳି ଘଟଣା ଘଟିଛି ବିହାରରେ ।

ସୂଚନା ମୁତାବକ, ବିହାରରେ ବାସ କରୁଥିବା ଜଣେ ମହିଳା ପ୍ରେମିକର ଦାବିକୁ ପୂରଣ କରିବା ପାଇଁ କିଡନୀ ବିକିବାକୁ ଦିଲ୍ଲୀ ଚାଲି ଆସିଥିଲେ ଆଉ ସେ ଯେତେବେଳେ ଡାକ୍ତରଖାନାରେ ପହଂଚି ଥିଲେ ସେତେବେଳେ ଡାକ୍ତର ସନ୍ଦେହ କରି ପୁଲିସକୁ ଜଣାଇଥିଲେ ।

ଘଟଣା ସଂପର୍କରେ ଖବର ମିଳିବା ପରେ ଦିଲ୍ଲୀ ମହିଳା ଆୟୋଗର ଏକ ଦଳ ଡାକ୍ତରଖାନାରେ ପହଂଚି ମହିଳାଙ୍କୁ ଉଦ୍ଧାର କରିଥିଲେ ଏବଂ ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ ଏବଂ ଜାଣିବାକୁ ପାଇଥିଲେ କି ମହିଳା ଜଣକ ଜଣେ ସ୍ୱାମୀ ପରିତ୍ୟକ୍ତା । ସେ ତାଙ୍କ ବାପା-ମାଆଙ୍କ ସହିତ ବିହାରରେ ରହୁଥିଲେ । ସେଠାରେ ତାଙ୍କର ବନ୍ଧୁତା ଜଣେ ଯୁବକଙ୍କ ସହ ହୋଇଥିଲା ଏବଂ ଧିରେ ଧିରେ ତାହା ପ୍ରେମରେ ପରିଣତ ହୋଇଯାଇଥିଲା । କିନ୍ତୁ ଏହି ସଂପର୍କକୁ ବିରୋଧ କରିଥିଲେ ମହିଳାଙ୍କ ବାପା-ମାଆ । ଯେଉଁଥିପାଇଁ ମହିଳା ଜଣକ ଘର ଛାଡି ମୁର୍ଦ୍ଦାବାଦ ଚାଲି ଆସିଥିଲେ । ଯେଉଁଠି ତାଙ୍କର ପ୍ରେମିକ କାମ କରୁଥିଲା ।

ମାତ୍ର ପ୍ରେମିକ ଜଣକ ମହିଳାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଆଉ ସର୍ତ୍ତ ରଖିଥିଲା କି ଯଦି ସେ ତାକୁ ୧.୮ ଲକ୍ଷ ଟଙ୍କା ଦିଅନ୍ତି ତେବେ ସେ ତାକୁ ବିବାହ କରିବ ବୋଲି । ଏହାପରେ ମହିଳା ଜଣକ ନିଜ କିଡନୀ ବିକିବାକୁ ନିଷ୍ପତ୍ତି ନେଇଥିଲେ । ମହିଳା ଆୟୋଗର ଜଣେ ସଦସ୍ୟ ମହିଳାଙ୍କୁ ଏନେଇ ଥାନାରେ ଏକ ମାମଲା ଦାଖଲ କରିବାକୁ କହିଥିଲେ କିନ୍ତୁ ସେ ମନା କରିଦେଇଥିଲେ ଏବଂ ପରିବାର ଲୋକଙ୍କ ସହ ବିହାର ଫେରିଯାଇଥିଲେ ।

ସୌଜନ୍ୟ: ଆଜତକ୍