ମାଆ ୭ମ ପାସ୍ , ବାପା ୩ଥର ମାଟ୍ରିକ୍ ଫେଲ୍ ହେଲେ ପୁଅ ଆଇପିଏସ ଅଫିସର ! ବାବୁଙ୍କ ଦରମାର ଅଧା ଯାଏ ଦାନରେ

192

୨୦୦୬ ବ୍ୟାଚର ବିହାରର କାଡ୍ରେର ଆଇପିଏସ୍ ଅଫିସର ଶିବଦୀପ ବାମନରାଓ ଲାଣ୍ଡେଙ୍କର କାହାଣୀ କୌଣସି ସିନେମାରୁ ବି କମ୍ ନୁହେଁ । ମହାରାଷ୍ଟ୍ରର ଅଙ୍କୋଲା ଜିଲ୍ଲାର ପରସା ନାମକ ଗାଁରେ ଏକ କୃଷକ ପରିବାରରେ ଜନ୍ମ ହୋଇଥିବା ଶିବଦୀପ ଲାଣ୍ଡେଙ୍କ ପିଲାଦିନ ବିତିଥିଲା ବହୁ ଦୁଃଖ କଷ୍ଟରେ । ଘରର ଆର୍ଥିକ ଏବଂ ଶିକ୍ଷାଗତ ପରିସ୍ଥିତି ଦୁର୍ବଳ ଥିବା କାରଣକରୁ ତାଙ୍କୁ ସାମ୍ନା କରିବାକୁ ପଡିଥିଲା ଅନେକ ସମସ୍ୟା । ତେବେ ସେ ଯାହା ହେଉନା କାହିଁକି ଆଜିକା ଦିନରେ ଶିବଦୀପ ଜଣେ ସଫଳ ଆଇପିଏସ୍ ଅଫିସ ଭାବରେ ବେଶ ନାଁ କମେଇଛନ୍ତି । ଏବେ ସେ ମହାରାଷ୍ଟ୍ରରେ କାମ କରୁଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ମଇ ୨୦୧୫ରେ ଏଠାରେ ତିନି ବର୍ଷ ପାଇଁ ନିଯୁକ୍ତି ମିଳିଛି ।

ଶିବଦୀପଙ୍କର କଠିନ ପରିଶ୍ରମ ଏବଂ କିଛି କରି ଦେଖାଇ ଭଳି ଦୃଢ ଇଚ୍ଛା ଶକ୍ତି ବଳରେ ଏହା ସମ୍ଭବ ହୋଇପାରିଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେକି ଶିବଦୀପଙ୍କ ମାଆ ସପ୍ତମ ଶ୍ରେଣୀ ଯାଏଁ ପାଠପଢି ଥିବାବେଳେ ଶିବଦୀପଙ୍କର ବାପା ଦଶମ ଶ୍ରେଣୀରେ ତିନି ତିନି ଥର ଫେଲ ହେବା ପରେ ଶେଷରେ ପାଠପଢା ଛାଡି ବିଲରେ କାମ କରିଥିଲେ । ତେବେ ଶିବଦୀପ ଲାଣ୍ଡେ ଦୁଇ ଭାଇଙ୍କ ମଧ୍ୟରୁ ହେଉଛନ୍ତି ବଡ । ସ୍କୋଲାର୍ସିପ ସହାୟତାରେ ଶିବଦୀପ ଇଂଜିନିୟରିଂ ପାଠାପଢା ଶେଷ କରିସାରିବା ପରେ ମୁମ୍ବାଇରେ ରହି ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିଲେ । ଏହାପରେ ସେ ଭାରତୀୟ ରାଜସ୍ୱ ବିଭାଗରେ ଚାକିରୀ ମଧ୍ୟ କରିଥିଲେ । ଏହି ଅବସରରେ ସେ ୟୁପିଏସସି ପାଇଁ ଚୟନ ହୋଇଥିଲେ । ଏହାପରେ ଶିବଦୀପଙ୍କୁ ପ୍ରଥମେ ମୁଂଗେର ଜିଲ୍ଲାର ମାଓ ପ୍ରବଣ ଅଂଚଳ ତଥା ଜମାଲପୁରରେ ନିଯୁକ୍ତି ଦିଆଯାଇଥିଲା ।

ବିହାରର ରାଜଧାନୀ ପାଟଣାର ଏସିପି ଭାବେ ନିଜର ଅଭିନ୍ନ କାର୍ଯ୍ୟଶୈଳୀ ପାଇଁ ଶିବଦୀପ ପାଲଟିଯାଇଥିଲେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ଯାହାକି କିଛି ଲୋକଙ୍କର ଏକଥା ହଜମ ହୋଇନଥିଲା ଆଉ ଯେଉଁଥିପାଇଁ ତାଙ୍କୁ ବାରମ୍ବାର ବଦଳି କରାଯାଉଥିଲା । ତେବେ ଶିବଦୀପ ଡ୍ୟୁଟି ସମୟରେ ଯେତିକି କଠୋର ନଜର ଆସନ୍ତି, ସେ ସେତିକି ମଧ୍ୟ ବିନମ୍ର ଅଟନ୍ତି । ଶିବଦୀପ କୁହନ୍ତି କି , ବିବାହ ପୂର୍ବରୁ ସେ ନିଜ ପାରଶ୍ରମିକ ତଥା ଦରମାର ୬୦ ପ୍ରତିଶତ ଅଂଶ ବିଭିନ୍ନ ଏନଜିଓକୁ ଦାନ କରିଦେଉଥିଲେ । ଯାହାକୁ ସେ ଏବେବି ବଜାୟ ମଧ୍ୟ ରଖିଛନ୍ତି । କିନ୍ତୁ ସ୍ତ୍ରୀ ପିଲାଙ୍କ କାରଣରୁ ସେ ଏହି ଅର୍ଥ ରାଶିକୁ ଟିକେ କମ୍ କରିଦେଇଛନ୍ତି ।

ଏବେବି ସେ ନିଜର ଦରମାର ପାଖାପାଖି ୨୫ରୁ ୩୦ ପ୍ରତିଶତ ଅଂଶ ଦାନ କରିଦିଅନ୍ତି । ଏହାବ୍ୟତୀତ ଅନେକ ସାମାଜିକ କାର୍ଯ୍ୟରେ ମଧ୍ୟ ସେ ସହଯୋଗର ହାତ ବଢାଇବାକୁ କୁଣ୍ଠାବୋଧ କରିନାହାଁନ୍ତି । ଖାଲି ସେତିକି ନୁହେଁ, ଶିବଦୀପ ଅନେକ ଗରିବ ଝିଅଙ୍କର ସାମୂହିକ ବିବାହ ବି କରାଇଛନ୍ତି । ଏଥିସହିତ ମହିଳାଙ୍କ ସୁରକ୍ଷା ପାଇଁ ମଧ୍ୟ ଶିବପାଳ ସର୍ବଦା ଯନ୍ତ୍ରବାନ ଅଟନ୍ତି ।

ଶିବଦୀପଙ୍କ ବିବାହ ମହାରାଷ୍ଟ୍ରର ମନ୍ତ୍ରୀ ବିଜୟ ଶିବତାରେଙ୍କର କନ୍ୟା ମମତାଙ୍କ ସହିତ ହୋଇଛି । ଶିବଦୀପ ଏବଂ ମମତାଙ୍କର ପ୍ରଥମ ଭେଟ ଶିବଦୀପଙ୍କର ଜଣେ ବନ୍ଧୁଙ୍କ ଘରେ ହୋଇଥିବା ଉତ୍ସବରେ ହୋଇଥିଲା । ଆଉ ପ୍ରଥମ ଦେଖାର୍ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ଏହାପରେ ଉଭୟେ ୨୦୧୪, ଫେବୃୟାରୀ ୨ରେ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ପୁଅ ମଧ୍ୟ ରହିଛି ।

ସୌଜନ୍ୟ- ଜନସତ୍ତା