ଏଟିଏମ କାର୍ଡକୁ ନେଇ ଆରବିଆଇର ବଡ ଘୋଷଣା : ଜାଣନ୍ତୁ ଆପଣଙ୍କ ଉପରେ ପଡିବ କି ପ୍ରଭାବ

31

ଏଟିଏମ କାର୍ଡଧାରୀଙ୍କ ପାଇଁ ବଡ ଖବର । ଆପଣଙ୍କର ଏଟିଏମ କାର୍ଡ ମାର୍ଚ୍ଚ -୨୦୧୯ ପରେ ସୁରକ୍ଷିତ ହୋଇଯିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ରିଜର୍ଭ ବ୍ୟାଙ୍କ ମାର୍ଚ୍ଚ ସୁଦ୍ଧା ସମସ୍ତ ବ୍ୟାଙ୍କଗୁଡିକୁ ନିଜ ଏଟିଏମ କାର୍ଡ “ଆଂଟି କ୍ଲୋନିଂ” କରିବାକୁ ନିର୍ଦ୍ଦେଶ ଦେଇଛି । ତେବେ ଦିନକୁ ଦିନ ଦେଶରେ ଘଟୁଥିବା ବିଭିନ୍ନ ଏଟିଏମ ଜନିତ ଫ୍ରଡକୁ ଦୃଷ୍ଟିରେ ରଖି ଆରବିଆଇ ଏଭଳି ନିଷ୍ପତି ଉଠାଇଛି ।

ଏହାଛଡା ସମସ୍ତ ବ୍ୟାଙ୍କଗୁଡିକର ଏଟିଏମ କାର୍ଡ ସହ ଜଡିତ ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ସମୟ ସୀମା ମଧ୍ୟ ନିର୍ଧାରିତ କରିଦିଆଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଆର.ରବି କୁମାରଙ୍କୁ ପକ୍ଷରୁ ଜାରି ନିର୍ଦ୍ଦେଷାନୁସାରେ, ଅଗଷ୍ଟ-୨୦୧୮ ସୁଦ୍ଧା ସମସ୍ତ କମର୍ସିଆଲ ବ୍ୟାଙ୍କ, ସ୍ମଲ ଫାଇନାନ୍ସ ବ୍ୟାଙ୍କ, ହ୍ୱାଇଟ ଲେବଲ ଏଟିଏମ କାର୍ଡରେ ଅପରେଟିଂ ସିଷ୍ଟମ, ଟର୍ମିନାଲ ସିକ୍ୟୁରିଟି ସିଷ୍ଟମ ଇତ୍ୟାଦିରେ ସଂଶୋଧନ ଆଣିବା ବାଧ୍ୟତାମୂଳକ ହେବ ।

ଏହା ବ୍ୟତୀତ ମାର୍ଚ୍ଚ-୨୦୧୯ ସୁଦ୍ଧା ସମସ୍ତ ବ୍ୟାଙ୍କଗୁଡିକୁ ନିଜ ଏଟିଏମ କାର୍ଡରେ ଆଂଟି ସ୍କିମର ଲଗାଇବାକୁ ପଡିବ, ଯାହାଦ୍ୱାରା ଏଟିଏମ କାର୍ଡର କ୍ଲୋନିଂ ହୋଇପାରିବ ନାହିଁ । ଆରବିଆଇ ସୂଚନା ମୁତାବକ, ସମସ୍ତ ବ୍ୟାଙ୍କଗୁଡିକୁ ମୋଟ ୨୫ ପ୍ରତିଶତ ଏଟିଏମ କାର୍ଡ ସେପ୍ଟେମ୍ବର ୨୦୧୮ ସୁଦ୍ଧା, ୫୦ ପ୍ରତିଶତ ଏଟିଏମ କାର୍ଡ ଡିସେମ୍ବର ସୁଦ୍ଧା-୨୦୧୮ ସୁଦ୍ଧା, ଏବଂ ୭୫ ପ୍ରତିଶତ କାର୍ଡ ମାଚ୍ଚ ୨୦୧୯ ସୁଦ୍ଧା ଏବଂ ସମସ୍ତ ଏଟିଏମ କାର୍ଡ ଜୁନ-୨୦୧୯ ସୁଦ୍ଧା ଅପରେଟିଂ ସିଷ୍ଟମରୁ ଅପଡେଟ କରିବାକୁ ପଡିବ । ଏହାପରେ କୌଣସି ବି ଏଟିଏମ କାର୍ଡ ସହ ଜଡିତ ଅଭିଯୋଗ ଉପରେ ଆରବିଆଇ ତରଫରୁ ନିୟମାନୁସାରେ ଲାଗୁ କିରଦିଆଯ ିବ ।

୧୫ ଜୁଲାଇ ୨୦୧୭ରେ ଦେଶର ସବୁଠାରୁ ବଡ ଏଟିଏମ କାର୍ଡ କ୍ଲୋନିଂ ମାମଲା ଦେହରାଦୁନ ରେ ସାମ୍ନାକୁ ଆସିଥିଲା । ଏଥିରେ ୧୦୦ ଲୋକଙ୍କ ଖାତାରୁ ପାଖାପାଖି କୋଟିଏରୁ ଅଧିକ ଟଙ୍କା ହାଇଜାକ୍ ହୋଇଯାଇଥିଲା । ପରବର୍ତ୍ତି ସମୟରେ ସମସ୍ତ ସାଇବର ଅପରାଧୀକୁ ପୁଲିସ ଗିରଫ କରିଥିଲା । ଏହାପରେ ବି ସ୍କିମର ଲଗାଇ ଏଟିଏମ କାର୍ଡ କ୍ଲୋନିଂ କରାଯିବା ଘଟଣା ଦିନକୁ ଦିନ ବଢିଚାଲିଛି ।