କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି କି ? ତେବେ ଆପଣଙ୍କ ଅଜାଣତରେ କାର୍ଡ ବ୍ଲକ୍ କରିପାରେ ବ୍ୟାଙ୍କ

29

କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି କି ? ତେବେ ଆପଣ ଏଥିପାଇଁ ଅସୁବିଧାରେ ପଡିପାରନ୍ତି । ଯଦି ସମୟ ଥାଉ ଥାଉ ଆପଣ ଏଥିପ୍ରତି ଯତ୍ନବାନ ନହୁଅନ୍ତି ତେବେ ନିକଟ ଭବିଷ୍ୟତରେ ଆପଣ ନିଶ୍ଚୟ ଏକ ବଡ ସମସ୍ୟାର ସାମ୍ନା କରିପାରନ୍ତି । ତେଣୁ ନିମ୍ନରେ ଏସଂପର୍କରେ ଆଲୋଚନା କରିଛୁ ।

ଲୋକେ ସାଧାରଣତଃ କ୍ରେଡିଟ୍ କାର୍ଡର ବ୍ୟବହାର ମାସ ଶେଷ ବେଳକୁ ହିଁ କରିଥାନ୍ତି ଏବଂ ଯାହାର ପେମେଂଟ ଦରମା ଆସିବା ପରେ କରିଥାନ୍ତି । ସେହିପରି କିଛି ଲୋକ ଏହାର ଇଏମଆଇ ମଧ୍ୟ କରିଦେଇଥାନ୍ତି ଏବଂ ପ୍ରତିମାସ ପେମେଂଟ କରିଥାନ୍ତି । ହେଲେ ଯଦି ଆପଣ କ୍ରେଡିଟ୍ କାର୍ଡର ପେମେଂଟ୍ ଉପଯୁକ୍ତ ସମୟରେ ନକରନ୍ତି ତେବେ ଏଥିପାଇଁ ଆପଣ ଅସୁବିଧାରେ ପଡିପାରନ୍ତି । କ୍ରେଡିଟ୍ କାର୍ଡରୁ କିଣାକିଣି କରିବା ପରେ ଯଦି ଆପଣ ଲୋନର ପେମେଂଟ କିମ୍ବା ଇଏମଆଇର ନିର୍ଦ୍ଧାରିତ ସମୟରେ ପେମେଂଟ୍ ନକରନ୍ତି ତେବେ ବ୍ୟାଙ୍କରେ ଆପଣଙ୍କର କ୍ରେଡିଟ୍ ପ୍ରୋଫାଇଲ ଖରାପ ହୋଇଥାଏ ଆଉ ଯେତେବେଳେ ବ୍ୟାଙ୍କରୁ ଆପଣ କୌଣସି ଲୋନ ପାଇଁ ଆପ୍ଲାଏ କରନ୍ତି ସେତେବେଳେ ବ୍ୟାଙ୍କ ଲୋନ ଦେବାକୁ ମନା କରିଦେଇଥାଏ ।

ତେବେ ଆପଣ ଯେତେ ବିଳମ୍ବରେ ପେମେଂଟ କରିବେ ଆପଣଙ୍କର କ୍ରେଡିଟ୍ ସ୍କୋର ମଧ୍ୟ ସେତିକି ହିଁ ପ୍ରଭାବିତ ହେବ । କ୍ରେଡିଟ୍ କାର୍ଡର ବିଲ୍ ଯଦି ନିର୍ଦ୍ଧାରିତ ସମୟରେ ପେମେଂଟ ନକରନ୍ତି ତେବେ ଆପଣଙ୍କୁ ୩୬ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମଧ୍ୟ ପରିଶୋଧ କରିବାକୁ ପଡିପାରେ । ଯେଉଁ ବ୍ୟକ୍ତି କେବଳ ମିନିମମ ପେମେଂଟ କରିଥାନ୍ତି ତେବେ ତାଙ୍କୁ ମଧ୍ୟ ଲଙ୍ଗ ଟର୍ମରେ କ୍ଷତି ସହିବାକୁ ପଡିପାରେ । କାହିଁକି ନା, ଯେତେ ଲମ୍ବା ଅବଧି ପର୍ଯ୍ୟନ୍ତ ଆପଣ ଆପଣଙ୍କର କାର୍ଡ ଉପରେ ପେମେଂଟକୁ ବଜାୟ ରଖିବେ ତାହାଦ୍ୱାରା କ୍ରେଡିଟ୍ ସ୍କୋର ଉପରେ ସେତିକି ନେଗେଟିଭ୍ ଇଫେକ୍ଟ ପଡିଥାଏ ।

ତେଣୁ କ୍ରେଡିଟ କାର୍ଡର ଲିମିଟ ଉପରେ ସୂଚନା ରଖିବା ନିହାତି ଆବଶ୍ୟକ । ଲିମିଟର କେବଳ ୩୦ରୁ ୪୦ ପ୍ରତିଶତ ହିଁ ଉପଯୋଗ କରିବା ଉଚିତ । ଅଧିକ ଇଏମଆଇ କରିନେବା ଦ୍ୱାରା ଲିମିଟ ସଂପର୍କରେ ଜଣା ପଡିନଥାଏ , ଯାହାକି ପରବର୍ତ୍ତି ସମୟରେ ଗ୍ରାହକଙ୍କୁ କ୍ଷତି ସହିବାକୁ ପଡିଥାଏ । ପେମେଂଟ ନକରିବା ଦ୍ୱାରା ଆପଣ ଖିଲାପକାରୀ ମଧ୍ୟ ହୋଇପାରନ୍ତି ।