ହୁସିଆର ! ଟାଇପିଂ ରେକର୍ଡ କରୁଛି ଏଚପି ଲାପଟପ , ଚୋରି ହୋଇପାରେ ଆପଣଙ୍କ ପାସୱାର୍ଡ

39

ଯଦି ଆପଣ ବି ଏଚପିର ଲାପଟପ ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଆପଣ ଆପଣଙ୍କର ଲାପଟପରେ ଯାହାବି ଟାଇପ୍ କରୁଛନ୍ତି ସେ ସବୁକୁ ରେକର୍ଡ କରାଯାଉଛି । ତେବେ ଏକଥା ଆମେ କହୁଁ ନାହୁଁ ବରଂ ଏହାର ଖୁଲାସା କରିଛନ୍ତି ରିସର୍ଚର ମାଇକେଲ ମାଇଂ ।

ମାଇକେଲଙ୍କ ରିପୋର୍ଟ ଅନୁସାରେ, ଏଚପିର ଅନେକ ଲାପଟପରେ ଏଭଳି କିଲଗର ମିଳିଛି, ଯାହାକି ୟୁଜର୍ସଙ୍କ ଦ୍ୱାରା କିବୋର୍ଡରେ କରାଯାଉଥିବା ଟାଇପିଂର ଟ୍ରାକ୍ କରିପାରେ । ସେହିପରି କଂପାନୀ ମଧ୍ୟ ଏକଥାକୁ ସ୍ୱୀକାର କରିଛି । କଂପାନୀ କହିବା ମୁତାବକ, ଏହାଦ୍ୱାରା ଏଚପିର ପାଖାପାଖି ୪୬୦ଟି ଲାପଟପ ପ୍ରଭାବିତ ହୋଇଛି । ତେବେ ବର୍ତ୍ତମାନ ଏହାର ଫିକ୍ସ କରିବା ପାଇଁ କଂପାନୀ ସଫ୍ଟୱେୟାର ଅପଡେଟ୍ ଜାରି କରିଛି ।

ଏଚପି ଲାପଟପର ଯେଉଁ ସବୁ ମଡେଲକୁ ନେଇ ଏଭଳି ଅଭିଯୋଗ ଆସିଛି । ସେଥିରେ HP Pavilion, HP EliteBook ଏବଂ HP ProBook  ବ୍ୟତୀତ ମଧ୍ୟ ଅନେକ ମଡେଲ ସାମିଲ ରହିଛି । ଯଦି ଆପଣ ମଧ୍ୟ ଏହାକୁ ନେଇ କନଫ୍ୟୁଜ୍ ଅଛନ୍ତି କି ଆପଣ ବ୍ୟବହାର କରୁଥିବା ଏଚପି ଲାପଟପର ମଡେଲ କଣ, ତେବେ ଏଥିପାଇଁ ଆପଣ ଲାପଟପ ତଳେ ଲାଗିଥିବା ଷ୍ଟିକରକୁ ଚେକ କରିପାରିବେ । ସେଠାରେ ଆପଣଙ୍କୁ ଲାପଟପର ମଡେଲ ନମ୍ବର ମିଳିଯିବ । ଏଥିସହିତ ଯଦି ଆପଣଙ୍କର ଲାପଟପ ଅପଡେଟ୍ ମାଗୁଛି ତେବେ ତାକୁ ତୁରନ୍ତ ଅପଡେଟ୍ କରିଦିଅନ୍ତୁ ।

ସୌଜନ୍ୟ: ଅମର ଉଜାଲା