ଚାକିରିଆଙ୍କ ପାଇଁ ଖୁସି ଖବର ! ବଢିବାକୁ ଯାଉଛି ଆପଣଙ୍କ ଦରମା, ଜାଣନ୍ତୁ କେଉଁ କ୍ଷେତ୍ରରେ ମିଳିବ କେତେ ସାଲାରି 

34

ନୂଆ ବର୍ଷ ତଥା ୨୦୧୮ ଯେଉଁଠି ନିଯୁକ୍ତି କ୍ଷେତ୍ର ପାଇଁ ଶୁଭ ବୋଲି ପ୍ରମାଣିତ ହୋଇପାରେ ସେଇଠି ଅନେକ ସେକ୍ଟରରେ ଭଲ ଦରମା ମିଳିବାର ମଧ୍ୟ ସମ୍ଭାବନା ରହିଛି । ତେବେ ଜାଣନ୍ତୁ କେଉଁ ସେକ୍ଟରରେ କେତେ ପରିମାଣର ଦରମା ବୃଦ୍ଧି ହେବାର ଆଶା କରାଯାଇଛି ।

ସୂଚନା ଅନୁସାରେ, ୨୦୧୭ରେ ନିଯୁକ୍ତି କ୍ଷେତ୍ରରେ ୮ରୁ ୧୦ ପ୍ରତିଶତ ଦରମା ବୃଦ୍ଧି ପାଇଥିଲା । ଯାହାକି ୨୦୧୮ରେ ବୃଦ୍ଧି ପାଇଁ ୧୦ରୁ ୧୨ ପ୍ରତିଶତ ହେବା ନେଇ ସମ୍ଭାବନା ରହିଛି । ଖାଲି ଏତିକି ନୁହେଁ ଚଳିତ ବର୍ଷ ଭଲ ଇନକ୍ରିମେଂଟ ମଧ୍ୟ ହୋଇପାରେ ବୋଲି ଅନୁମାନ କରାଯାଇଛି ।

• ଚଳିତ ବର୍ଷ ଆଇଟି ସେକ୍ଟରରେ ଭଲ ଅପ୍ରେଜଲ ହୋଇପାରେ । ଯଦି ଆପଣ ଆଇଟି କ୍ଷେତ୍ରରେ କାମ କରୁଛନ୍ତି ତେବେ ଆପଣଙ୍କୁ ୮ ପ୍ରତିଶତ ଅପ୍ରେଜଲ ମିଳିବାର ସମ୍ଭାବନା ରହିଛି ।

• ସେହିପରି ଯଦି ଆପଣ ଆଇଟିଇଏସ  ସେକ୍ଟରରେ କାମ କରୁଛନ୍ତି । ତେବେ ଆପଣ ନିଶ୍ଚିତ ହୋଇଯାଆନ୍ତୁ କି ଚଳିତ ବର୍ଷ ଆପଣଙ୍କର ୧୦ରୁ ୧୫ ପ୍ରତିଶତ ଅପ୍ରେଜଲ ହୋଇପାରେ ।

• ଏଭଳି ଭାବରେ ଯଦି ଆପଣ କୌଣସି ଫାର୍ମ କିମ୍ବା ଲାଇଫସାଇନ୍ସ ସେକ୍ଟରରେ କାମ କରୁଛନ୍ତି ତେବେ ଚଳିତବର୍ଷ ଭଲ ଲାଭ ମିଳିବ ବୋଲି ଆପଣ ଆଶା ନିଶ୍ଚୟ ରଖିପାରିବେ । ତେବେ ଗବେଷକଙ୍କ ମତାନୁସାରେ, ଏଥିରେ ଆପଣଙ୍କର ଦରମା ୮ରୁ ୧୫ ପ୍ରତିଶତ ବୃଦ୍ଧିପାଇପାରେ ।

• ଆପଣ ଇ-କମର୍ସ ଏବଂ ଷ୍ଟାର୍ଟଅଫରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ଦରମା ବୃଦ୍ଧି ନେଇ ଆଶା ରଖିପାରିବେ । କାରଣ ଏହି କ୍ଷେତ୍ରରେ ଆପଣ ଚାକିରି ବଦଲାଇବା ପାଇଁ ମଧ୍ୟ ଚେଷ୍ଟା କରିପାରିବେ । କାହିଁକି  ନା ଏଥିରେ ଚଳିତ ବର୍ଷ ଭଲ ଗ୍ରୋଥ୍ ହେବାର ସମ୍ଭାବନା ରହିଛି ।

• ଯଦି ଆପଣ ଏଫଏମସିଜି  ଏବଂ କମ୍ପ୍ୟୁଟର ଗୁଡ୍ସ ସେକ୍ଟରରେ କାମ କରୁଛନ୍ତି ତେବେ ଏକ୍ଷେତ୍ରରେ ବି ଆପଣଙ୍କୁ ଆପଣଙ୍କର ପର୍ଫମାନ୍ସକୁ ଆଧାର କରି ୮ରୁ ୧୫ ପ୍ରତିଶତ ଅପ୍ରେଜଲ ମିଳିପାରେ ।

ସୌଜନ୍ୟ: ନିଜ୍ୟୁ-୧୮