ମୋବାଇଲରେ ରଖନ୍ତୁ ସରକାରଙ୍କ ୪ଟି ଆପ ! ଜରୁରୀକାଳୀନ ପରିସ୍ଥିତିରେ କାମରେ ଆସିବ, ମିଳିବ ଅନେକ ସୁବିଧା

94

ସାରା ଦେଶରେ ଡିଜିଟାଲ ମିଡିଆକୁ ସକ୍ରିୟ କରିବାରେ ନିଜର ପ୍ରୟାସ ଜାରି ରଖିଛନ୍ତି ମୋଦି ସରକାର । ଯେଉଁଥି ପାଇଁ ପ୍ରତିଦିନ କିଛି ନା କିଛି ନୂଆ ଆପ ଲଂଚ କରି ଲୋକଙ୍କୁ ସଚେତନତାର ବାର୍ତ୍ତା ଦେବାକୁ ଲାଗିପଡିଛନ୍ତି ମୋଦି । ଖାଲି ସେତିକି ନୁହେଁ କେନ୍ଦ୍ର ସରକାର ଅନେକ ଏଭଳି ଆପ ଜାରି କରିଛନ୍ତି ଯାହା ନା ହିଁ କେବଳ ଲୋକଙ୍କ ଜରୁରୀକାଳୀନ ପରିସ୍ଥିତିରେ ସାହାର୍ଯ୍ୟ କରିବ ତାହା ନୁହେଁ ବରଂ ଦୈନନ୍ଦିନ ଜୀବନରେ ବି ନିଶ୍ଚୟ କାମ ଆସିବ ।  ତେବେ କେନ୍ଦ୍ର ସରକାରଙ୍କ ତରଫରୁ ଏଭଳି ୧୦ରୁ ଅଧିକ ଆପ ଜାରି କରାଯାଇଛି, ଯାହା ଦ୍ୱାରା ଗ୍ୟାସ ବୁକିଂଠାରୁ ଆରମ୍ଭ କରି ଲୋକେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ ବି କରିପାରିବେ । ଯେଉଁଥିରୁ ଆଜି ଆମେ ଆପଣଙ୍କୁ ୪ଟି ଗୁରୁତ୍ୱପୂର୍ଣ୍ଣ ଆପ ସଂପର୍କରେ ଜଣାଇବାକୁ ଯାଉଛୁ ।

ଉମଙ୍ଗ ଆପ

ଏହା ଏକ ଏଭଳି ଆପ ଯେଉଁଥିରେ ଆପଣ ଗ୍ୟାସ ବୁକିଂ ଠାରୁ ଆରମ୍ଭ କରି ଆଧାର ଅପଡେଟ୍ ସମେତ ଅନେକ କାମ ବି କରିପାରିବେ । ‘ଉମଙ୍ଗ’ ନାମକ ଆପ ଜରିଆରେ ଆପଣ ଡର୍ଜନ ସରକାରୀ ସ୍କିମର ଫାଇଦା ମଧ୍ୟ ଗୋଟିଏ ସ୍ଥାନରେ ରହି ଉଠାଇ ପାରିବେ । ଖାଲି ସେତିକି ନୁହେଁ ଏହି ଆପ ଆପଣଙ୍କର ଗୋଟିଏ ସ୍ଥାନରେ ହିଁ ପୃଥକ ପୃଥକ ଏକ୍ସୁକେସନ ବୋର୍ଡ, ଆଧାର ଏବଂ ଗ୍ୟାସ ସିଲିଣ୍ଡର ବୁକ୍ କରିବା ସମେତ ଅନେକ ସୁବିଧା ଯୋଗାଇଦେବ । ଏହି ଆପଟିକୁ ଆପଣ ଗୁଗଲ ପ୍ଲେଷ୍ଟୋରକୁ ଯାଇ ଡାଉନଲୋଡ କରିପାରିବେ ।

ଏମକବଚ ଆପ

ମୋଦି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଅନ୍ୟ ଏକ ଭଲ ଆପ ହେଉଛି ‘ଏମକବଚ’ । ଏହି ଆପ ନା ହିଁ କେବଳ ଆପଣଙ୍କ ମୋବାଇଲକୁ ବିଭିନ୍ନ ଭାଇରସରୁ ରକ୍ଷା କରିବ ତାହା ନୁହେଁ ବରଂ ଆପଣଙ୍କର ମୋବାଇଲର ସୁରକ୍ଷା ସହ ଜଡିତ ଅନେକ କାମ ମଧ୍ୟ କରିଥାଏ ।

ନିର୍ଭୟା ଆପ

ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୋଦି ସରକାର ‘ନିର୍ଭୟା’ ନାମକ ଏକ ଆପ ଜାରି କରିଛନ୍ତି । ଯାହାଦ୍ୱାରା ନା ହିଁ କେବଳ ମହିଳାଙ୍କୁ ସୁରକ୍ଷା ଦେବ ତାହା ନୁହେଁ ବରଂ ବାକି ଲୋକଙ୍କୁ ମଧ୍ୟ ଆପତ୍ତକାଳୀନ ପରିସ୍ଥିତିରେ ନିଜର ସଂପର୍କିୟଙ୍କୁ ମେସେଜ ପଠାଇବାରେ ସହଯୋଗ କରିବ । କିମ୍ବା ଡିସ୍ଟ୍ରେସ କଲ କରିପାରିବେ ଏହି ଆପ ଜରିଆରେ । ଏହି ଆପ ଆପଣଙ୍କର ସଠିକ୍ ଲୋକେସନ ଏବଂ ସମ୍ବନ୍ଧିତ ତଥ୍ୟ ପଠାଇବାରେ ସହାୟତା କରିବ ।

ଜିଏସଟି ରେଟ୍ ଫାଇଣ୍ଡର

ଜୁଲାଇ ପହିଲାରୁ ଦେଶରେ ଲାଗୁ କରାଯାଇଥିବା ଐତିହାସିକ ବିଲ୍ ତଥା ଜିଏସଟିକୁ ନେଇ ଏବେ ବି ଲୋକେ ଦ୍ୱନ୍ଦ୍ୱରେ ରହିଛନ୍ତି । ଆଉ ଯାହାର ଲାଭ ଉଠାଉଛନ୍ତି କିଛି ମନ୍ଦଉଦ୍ଦେଶ୍ୟ ରଖିଥିବା ବ୍ୟକ୍ତି । ତେଣୁ ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ଆପଟି ଜାରି କରାଯାଇଛି । ଯେଉଁ ଆପ ଜରିଆରେ ଆପଣ ଜିଏସଟି ସଂପର୍କିତ ସମସ୍ତ ତଥ୍ୟ ଜାଣିପାରିବେ ଏବଂ କୌଣସି ଠକାମିର ଶିକାର ମଧ୍ୟ ହେବାକୁ ପଡିବନାହିଁ ।