ମାତ୍ର ୧୦୦ଟଙ୍କାରେ ଖୋଲନ୍ତୁ ଖାତା ! କର ମୁକ୍ତ ସହିତ ମିଳିବ ୭.୯ ପ୍ରତିଶତ ସୁଧ

54

ଲୋକେ ସାଧାରଣତଃ ବିଭିନ୍ନ ବ୍ୟାଙ୍କମାନଙ୍କରେ ନିଜର ଟଙ୍କା ଏଥିପାଇଁ ସଂଚୟ ରଖିବାକୁ ବେଶି ପସନ୍ଦ କରିଥାନ୍ତି, ଯେଉଁଥିରେ ଟଙ୍କା ସୁରକ୍ଷିତ ରହିବା ସହ ସେଥିରୁ କିଛି ସୁଧ ବି ମିଳୁଥିବ । ଯଦି ଆପଣ ବି ଏଭଳି ଇଚ୍ଛା ରଖିଛନ୍ତି ତେବେ ସରକାରଙ୍କର ଗୋଟିଏ ସ୍କିମରେ ଆପଣ ନିଶ୍ଟୟ ଭାଗ ନେବା ଦରକାର । ଯେଉଁଥିରେ ଆପଣଙ୍କର ଟଙ୍କା ଅଧିକ ସୁରକ୍ଷିତ ରହିବା ସହିତ ଏହାଦ୍ୱାରା ଆପଣଙ୍କୁ ଅନେକ ଲାଭ ମଧ୍ୟ ମିଳିବ । ଖାଲି ସେତିକି ନୁହେଁ ଏଥିରେ ଆପଣଙ୍କୁ ୭.୯ ପ୍ରତିଶତ ସୁଧ ମିଳିବା ସହିତ ଡବଲ ଟାକ୍ସ ବେନିଫିଟ୍ ମଧ୍ୟ ମିଳିବ । ବିଶ୍ୱାସ ହେଉନି ନା ! ତେବେ ପଢନ୍ତୁ ପୂରା ଖବର ।

ଏଠାରେ ଆମେ ଆଲୋଚନା କରୁଛୁ ପବ୍ଲିକ୍ ପ୍ରୋଭିଡେଂଟ ଫଣ୍ଡ (ପିପିଏଫ) ସପଂର୍କରେ । ଯାହାକି ଉଭୟ ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ ଦ୍ୱାରା ପରିଚାଳିତ । ଏହା ବାକି ପ୍ରୋଭିଡେଂଟ ଫଣ୍ଡରୁ ଟିକେ ଭିନ୍ନ ଅଟେ ଏବଂ ଏହାକୁ ଆପଣ ସ୍ୱଇଚ୍ଛାରେ ବି ଖାତା ଖୋଲି ପାରିବେ । ପବ୍ଲିକ୍ ପ୍ରୋଭିଡେଂଟ ଫଣ୍ଡ ସ୍କିମ , ୨୦୧୬ ଅନୁସାରେ ପିପିଏଫ ଖାତାରେ ବର୍ଷକୁ ଅତି କମରେ ୫୦୦ ଏବଂ ସର୍ବାଧିକ ଦେଢ ଲକ୍ଷ ଟଙ୍କା ଡିପୋଜିଟ୍ କରିପାରିବେ । ଯାହାକୁ ଆପଣ ବର୍ତ୍ତମାନ ମାତ୍ର ୧୦୦ଟଙ୍କା ନିବେଶ କରି ଏହାକୁ ଆରମ୍ଭ କରିପାରିବେ ।

ଯଦି ଏହି ସ୍କିମରେ ଆପଣ ଅତି କମରେ ୧୫ ବର୍ଷ ପାଇଁ ନିଜର ଟଙ୍କା ନିବେଶ କରନ୍ତି ତେବେ ଏହାପରେ ଆପଣ ଯଦି ଚାହିଁଲେ ଏହାକୁ ଅଧିକ ୫ ବର୍ଷ ପାଇଁ ବଢାଇ ପାରିବେ । ଏଥିରେ ଜମା ରଖାଯାଉଥିବା ଟଙ୍କା ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁଧ ଦିଆଯାଇଥାଏ । ଯେଉଁଥିରେ ଏବେ ୭.୯୦ ପ୍ରତିଶତ ସୁଧ ମିଳୁଛି । ଆପଣଙ୍କ ଖାତାରେ ଏହି ସୁଧ ପ୍ରତିବର୍ଷ ୩୧ ମାର୍ଚ୍ଚରେ କ୍ରେଡିଟ୍ କରାଯିବ । ଖାଲି ସୁଧ କାହିଁକି ଏହି ସ୍କିମ ସାହାର୍ଯ୍ୟରେ ଆପଣ ଲୋନ ବି ନେଇପାରିବେ । ମାତ୍ର ଏହା ଆପଣଙ୍କ ଖାତା ଖୋଲିବାର ସମୟସୀମା ଉପରେ ନିର୍ଭର କରିଥାଏ ।

ସେହିପରି ଯେତେବେଳେ ଆପଣ ପିପିଏଫ ଖାତା ଖୋଲୁଛନ୍ତି ସେତେବେଳେ ଏହା ଆପଣଙ୍କୁ ଡବଲ ଟାକ୍ସ ବେନିଫିଟ ମଧ୍ୟ ଦେଇଥାଏ । ଅର୍ଥାତ୍ ପିପିଏଫରେ ଜମା ହୋଇଥିବା ରକମ ଓ ସେଥୁରୁ ମିଳୁଥିବା ସୁଧ ଏବଂ ମାଚ୍ୟୁରିଟି ଉପରେ ମିଳୁଥିବା ରକମ ଉପରେ ଆପଣଙ୍କୁ କୌଣସି ଟାକ୍ସ ଦେବାକୁ ପଡିବ ନାହିଁ । ଯାହାକି ସଂପୂର୍ଣ୍ଣ କରମୁକ୍ତ ଅଟେ ।

ସୌଜନ୍ୟ: ଆଜତକ୍