ଯଦି ବାହାଘର ହୋଇଯାଏ ବାତିଲ, ତେବେ ମିଳିବ କ୍ଷତିପୂରଣ । ହେଲେ ଆପଣଙ୍କୁ କରିବାକୁ ହେବ ଗୋଟିଏ ଛୋଟିଆ କାମ

1,064

ଯଦି ଅପ୍ରାକୃତିକ କିମ୍ବା ମାନବୀୟ କାରଣରୁ ଆପଣଙ୍କର ବିବାହ ବାତିଲ ହୋଇଯାଏ ତେବେ ଆପଣଙ୍କୁ ଏଥିପାଇଁ ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ମିଳିବ । ଆଉ ଏହି ଟଙ୍କା ଆପଣଙ୍କୁ ବୀମା କଂପାନୀ ପ୍ରଦାନ କରିବେ । ବୀମା କଂପାନୀଗୁଡିକ ମ୍ୟାରେଜ ଇନସ୍ୟୁରାନ୍ସ କଭର ଅଫର କରୁଛନ୍ତି । ଯଦି ଆପଣ ଏହି କଭର ନିଅନ୍ତି ତେବେ ଆପଣଙ୍କର ବିବାହ ନିର୍ଧାରିତ ତାରିଖରେ ହୋଇପାରିଲା ନାହିଁ ତେବେ ବୀମା କଂପାନୀ ଆପଣଙ୍କୁ ଏକ ନିର୍ଧାରିତ ରକମ ପେମେଂଟ କରିବ ।

ସାଧରଣତଃ ଭାରତରେ ବିବାହ କାର୍ଯ୍ୟକୁ ଏକ ବହୁତ ବଡ ଉତ୍ସବ ଭାବରେ ପାଳନ କରାଯାଇଥାଏ । ଅଧିକାଂଶ ଲୋକେ ନିଜର ସକ୍ଷମ ଅନୁସାରେ ବିବାହ ଆୟୋଜନ କରିବାକୁ ଚେଷ୍ଟା କରିଥାନ୍ତି । ତେବେ ଏଭଳି ପରିସ୍ଥିତିରେ ଯଦି ନିଆଁ ଲାଗିଯିବା ଏବଂ ଝଡ ବତାସ ଯୋଗୁଁ କିମ୍ବା ଅନ୍ୟ କୌଣସି କାରଣରୁ ବିବାହ ବାତିଲ ହୋଇଯାଏ ଆଉ ଯେଉଁଥି ପାଇଁ ଉଭୟ ବର ଏବଂ କନିଆଁ ପକ୍ଷର ବଡ ଧରଣର ଆର୍ଥିକ କ୍ଷୟକ୍ଷତି ଘଟେ । ଯଦି ଆପଣ ମ୍ୟାରେଜ ଇନସ୍ୟୁରାନ୍ସ କରିଥିବେ ତେବେ ଏଭଳି ପରିସ୍ଥିତିରେ ଆପଣଙ୍କୁ ବୀମା କଂପାନୀ ତରଫରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ବୀମାରାଶି ମିଳିବ । ତେଣୁ ଯଦି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କର ବିବାହ ହେବାର କାର୍ଯ୍ୟକ୍ରମ ରହିଛି ,ତେବେ ମ୍ୟାରେଜ ଇନସ୍ୟୁରାନ୍ସ ଏକ ବହୁତ ଭଲ ବିକଳ୍ପ ଭାବେ ପ୍ରମାଣିତ ହୋଇପାରେ ।

ଯଦି କୌଣସି ପ୍ରାକୃତିକ ଦୁର୍ବିପାକ ଯଥା ଭୂମିକମ୍ପ,ଝଡତୋଫାନ କିମ୍ବା ନିଆଁ ଲାଗିଯିବା କାରଣକୁ ବିବାହ ସ୍ଥଗିତ ହୋଇଯାଏ କିମ୍ବା ଚୋରି କିମ୍ବା ଲୁଟପାଟ ଯୋଗୁ ବିବାହ ବାତିଲ ହୋଇଗଲା । ସେହିପରି ଏହି ଇନସ୍ୟୁରାନ୍ସ ପଲିସିରେ ସାମିଲ ହୋଇଥିବା ବ୍ୟକ୍ତି(ବର କିମ୍ବା କନିଆଁ)ଙ୍କର ଯଦି ମୃତ୍ୟୁ କିମ୍ବା ଆହାତ ହୋଇଯାଆନ୍ତି ଏବଂ ସେ ମେଡିକାଲରେ ଭର୍ତ୍ତି ହୁଅନ୍ତି, ଯେଉଁ କାରଣରୁ ସେ ବିବାହରେ କାର୍ଯ୍ୟରେ ସାମିଲ ହୋଇନପାରନ୍ତି ତେବେ ପଲିସି ଅନୁସାରେ ତାଙ୍କୁ ବୀମା କଭର ମିଳିବ । ଏହି ଇନସ୍ୟୁରାନ୍ସ ପଲିସିରେ କାର୍ଡ ଛପାଇବା ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା,ବିବାହ ମଣ୍ଡପ ପାଇଁ ଦିଆଯାଇଥିବା ଆଡଭାନ୍ସ. ଡେକୋରେସନ, ହୋଟେଲ ରିଜର୍ଭେସନ ଏବଂ ଟ୍ରାଭେଲ ଟିକେଟ ପାଇଁ ଦିଆଯାଇଥିବା ଆଡଭାନ୍ସ ଆଦି ସାମିଲ । ଏହାବ୍ୟତୀତ ପଲିସି ଅନୁସାରେ ଶାରୀରିକ କ୍ଷତି କିମ୍ବା ସଂପତି କ୍ଷୟକ୍ଷତିକୁ ବି କଭର କରାଯାଇଥାଏ ।

ସେହିପରି ଯଦି ବନ୍ଦ କିମ୍ବା ସାମାଜିକ ବିଶୃଂଖଳା କାରଣରୁ ବିବାହ ବାତିଲ ହୋଇଯାଏ ତେବେ ଏହା ଉପରେ କ୍ଲେମ ମିଳିବ ନାହିଁ । ଏଭଳି ଭାବରେ ଯଦି ଆତଙ୍କି ହମଲା ହୋଇଯାଏ ତେବେ ଏହା ଉପରେ ବି କ୍ଲେମ୍ ମିଳିବ ନାହିଁ । ଯଦି ପଲିସିରେ କଭର ବ୍ୟକ୍ତି(ବର କିମ୍ବା କନିଆଁ)ଙ୍କର ଅପହରଣ ହୋଇଯାଏ ତେବେ ବି ଏଥିପାଇଁ ବୀମାରାଶି ମିଳିବ ନାହିଁ । ଯଦି ପଲିସିରେ କଭର କରାଯାଇଥିବା ବ୍ୟକ୍ତି ଟ୍ରାନ୍ସପୋର୍ଟ ସୁବିଧା ନଥିବା କାରଣରୁ ବିବାହରେ ସଠିକ୍ ସମୟରେ ପହଂଚିପାରିଲା ନାହିଁ, ଯେଉଁ କାରଣରୁ ବିବାହ କାର୍ଯ୍ୟକୁ ସ୍ଥଗିତ ରହିବାକୁ ପଡିଲା, ତେବେ ଏଭଳି ପରିସ୍ଥିତିରେ କ୍ଲେମ ମିଳିବ ନାହିଁ । ଯଦି ପଲିସି କଭର ନେଇଥିବା ବ୍ୟକ୍ତିଙ୍କର ଗଣ୍ଡଗୋଳ କିମ୍ବା ଦଙ୍ଗା ଭଳି ସ୍ଥିତିରେ ମୃତ୍ୟୁ ହୋଇଯାଉଛି କିମ୍ବା ଆହତ ହୋଇଯାଆନ୍ତି ତେବେ ଏହା ଉପରେ ବି କ୍ଲେମ ମିଳିବ ନାହିଁ । ସେହିପରି ପଲିସି କରିଥିବା ବ୍ୟକ୍ତି ବିଶେଷ ଜଣକ ନିଜକୁ କ୍ଷତି ପହଂଚାନ୍ତି କିମ୍ବା ଆତ୍ମହତ୍ୟା କରିନିଅନ୍ତି ତେବେବି ତାଙ୍କୁ ପଲିସି ଅନୁସାରେ କ୍ଲେମ୍ ମିଳିବ ନାହିଁ ।