ଏଟିଏମରୁ ଟଙ୍କା ଉଠାଇବାକୁ ଯାଉଛନ୍ତି କି ? ହୁସିଆର୍ ! ଏଣିକି ବିପଦରେ ପଡିପାରନ୍ତି ଆପଣ

33

ଯଦି ଆପଣ ଏଟିଏମରୁ ଟଙ୍କ। ଉଠାଇବାକୁ ଯାଉଛନ୍ତି ତେବେ ଏହା ପୂର୍ବରୁ ଆମେ ଯେଉଁ ଖବର ସଂପର୍କରେ ନିମ୍ନରେ ଆଲୋଚନା କରିଛୁ ସେ ସଂପର୍କରେ ଜାଣି ରଖନ୍ତୁ । ନଚେତ ଆପଣ ବଡ ବିପଦରେ ପଡିପାରନ୍ତି । ସାଧାରଣତଃ ଟଙ୍କା ଉଠାଇବା ପାଇଁ ଆମକୁ ଆଉ ବ୍ୟାଙ୍କକୁ ଦୌଡିବାକୁ ପଡୁନାହିଁ । କାରଣ ଆମେ ଯେତେବେଳେ ଆଉ ଯେଉଁ ସମୟରେ ଚାହୁଁଛନ୍ତି ଏଟିଏମରୁ ଟଙ୍କା ଉଠାଇ ପାରୁଛେ । ହେଲେ ବର୍ତ୍ତମାନ ଏଟିଏମକୁ ନେଇ ଏକ ବଡ ସମସ୍ୟା ମୁଣ୍ଡ ଟେକିଛି । ଯାହା ଆପଣମାନଙ୍କର ମୁଣ୍ଡବ୍ୟଥାର କାରଣ ହୋଇପାରେ ।

ସୂଚନା ମୁତାବକ, ବିମୁଦ୍ରାକରଣ ପରେ ପରେ ବଜାରକୁ ଆସିଥିଲା ନୂଆ ୫ ଶହ ଏବଂ ୨ ହଜାର ଟଙ୍କିଆ ନୋଟ୍ ଆଉ ଯେଉଁଥିପାଇଁ ପୁରୁଣା ୫୦୦ ଏବଂ ୨୦୦୦ଟଙ୍କିଆ ନୋଟକୁ ନେଇ ବ୍ୟାଙ୍କଗୁଡିକରେ ଅସୁବିଧା ସୃଷ୍ଟି ହୋଇଥିଲା । ହେଲେ ଏବେ ଛୋଟ ନୋଟଗୁଡିକୁ ନେଇ ମଧ୍ୟ ପୁଣି ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଦୀର୍ଘଦିନ ହେଲା ଦେଶର ଅଧିକାଂଶ ଅଂଚଳରେ ଏଟିଏମମାନଙ୍କରେ ଥିବା ଟଙ୍କା ଶେଷ ହୋଇଯାଇଛି । ଏଭଳି ସ୍ଥିତିରେ ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି କି, ଆରବିଆଇ ଟଙ୍କା ଏବେ ଟଙ୍କା ପଠାଇବା ବନ୍ଦ କରିଦେଇଛି । ମାତ୍ର ଏହାଦ୍ୱାରା ଜନତାଙ୍କୁ ସମସ୍ୟା ହେଉଛି । ଖାଲି ଏତିକି ନୁହେଁ, ଏହି କାରଣରୁ ଦେଶରେ ଅଧିକାଂଶ ଏଟିଏମ ଏବେ ବନ୍ଦ ହୋଇପଡିଛି ଏବଂ ଏଭଳି ପରିସ୍ଥିତିରେ ଲୋକେ ଟଙ୍କା ଉଠାଇବା ପାଇଁ ପୂର୍ବ ଭଳି ବ୍ୟାଙ୍କଗୁଡିକରେ ଲମ୍ବା ଲାଇନରେ ଠିଆ ହେବାକୁ ବାଧ୍ୟ ହେଉଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ୨୦୦୦ଟଙ୍କା ନୋଟ୍ ଏବେ ଏଟିଏମରେ ମିଳୁନାହିଁ । ଯେଉଁଥିପାଇଁ କେବଳ ଛୋଟ ନୋଟ ହିଁ ଏଟିଏମରୁ ମିଳିବ । ଏହାକୁ ନେଇ ମଧ୍ୟ ଏଟିଏମ ସଫ୍ଟୱୟାର ଅପଡେଟ ହେଉଛି ।ଗତକିଛି ମାସ ହେଲା ନଗଦ ଟଙ୍କାର ଘୋର ଅଭାବ ଦେଖାଦେଇଛି । ଆରବିଆଇରୁ ଦୁଇ ହଜାର ଏବଂ ପାଂଚ ଶହ ଟଙ୍କିଆ ନୋଟ୍ ମିଳୁନାହିଁ । ତେବେ ବଡ ନୋଟର ଅଭାବୀ କାରଣରୁ ଛୋଟ ନୋଟ ତଥା ୧୦୦ ଏବଂ ୫୦ ଟଙ୍କିଆ ନୋଟ ଏଟିଏମ ମେସିନରେ ଲୋଡ କରାଯାଉଛି ଯାହାକି ଶୀଘ୍ର ସରିଯାଉଛି ।