ସାବଧାନ୍ ! ପଲିସି ନେବା ବେଳେ କରନ୍ତୁନାହିଁ କୌଣସି ସାଲିସ୍, ମିଳିବନି ଜମା ରଖିଥିବା ଟଙ୍କା

23

ଯଦି ଆପଣ କୌଣସି ଏଲଆଇସି ପଲିସି କରିଛନ୍ତି କିମ୍ବା କରିବାକୁ ଯାଉଛନ୍ତି ତେବେ ଆପଣଙ୍କୁ ଆମ କଥା ଉପରେ ଟିକିଏ ଧ୍ୟାନ ଦେବାକୁ ପଡିବ । ନଚେତ୍ ଭବିଷ୍ୟତରେ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ . . .

• ବିଜନେସ୍ ଏକ୍ସପର୍ଟ ରୋହନ ଗୁପ୍ତାଙ୍କ ମତରେ, ଆପଣଙ୍କୁ ଯଦି କୌଣସି ବୀମା ଏଜେଂଟ କୁହନ୍ତି କି ଏହି ପଲିସିଟିକୁ କିଣନ୍ତୁ ଏହା ଏକ ଭଲ ପ୍ଲାନ ଅଟେ ତେବେ ମନେ ରଖିବେ କି, କୌଣସି ଜୀବନ ବୀମା ପ୍ରୋଜେକ୍ଟ କେବେବି ଗୋଟିଏ ନିବେଶ ଉତ୍ପାଦ ହୋଇନପାରେ । କାରଣ, ରିକ୍ସ ଫ୍ରି, ଆସେଟ ମ୍ୟାନେଜମେଂଟ ଚାର୍ଜ ଇତ୍ୟାଦି ସମସ୍ତ ଲାଇଫ ଇନସ୍ୟୁରାନ୍ସ ପଲିସି ସହିତ ଆଦାୟ କରାଯାଇଥାଏ ।

• ସେହିପରି ଯଦି ଏଜେଂଟ କୁହନ୍ତି କି, ବୀମା କିଣିବାକୁ ହେଲେ ଆପଣଙ୍କୁ ଏଥିପାଇଁ କୌଣସି ପ୍ରକାରର ମେଡିକାଲ ଟେଷ୍ଟର ଆବଶ୍ୟକତା ପଡିବନି ତେବେ ତାଙ୍କ କଥାରେ ଆଦୌ ପଡନ୍ତୁ ନାହିଁ । କାରଣ ଏପ୍ରକାର ପଲିସିରେ ରିକ୍ସ କଭର ବହୁତ କମ୍ ହୋଇଥାଏ । ଯଦି ଭବିଷ୍ୟତରେ ଆପଣଙ୍କ କିଛି ବି ଅସୁବିଧା ହୁଏ ତେବେ ସମସ୍ତ ଯାଚ ପ୍ରକ୍ରିୟା କରାଯିବ । ଆପଣଙ୍କର ନୋମିନିଙ୍କୁ କୁହାଯିବ କି ଆପଣ କୌଣସି ରୋଗରେ ଶିକାର ନଥିଲେ । କାରଣ , ଏସଂପର୍କରେ ବୀମା କଂପାନୀଙ୍କୁ କୌଣସି ତଥ୍ୟ ଦିଆଯାଇନାହିଁ । ଆଉ ଏଥିପାଇଁ ନୋମିନିଙ୍କୁ କ୍ଲେମ ଦିଆଯିବ ନାହିଁ ।

• ଯଦି ଏଲଆଇସି ଏଜେଂଟ ୧୫ରୁ ୧୮ ପ୍ରତିଶତ ମଧ୍ୟରେ ରିଟର୍ଣ୍ଣ ଦେବାକୁ କୁହନ୍ତି ତେବେ ଏହା ସଂପୂର୍ଣ୍ଣ ଭାବରେ ମିଛ । କାରଣ କୌଣସି ବି କଂପାନୀ ତଥା ସେ ଘରୋଇ ହେଉ କି ସରକାରୀ କଂପାନୀ ହେଉ କେବେବି ଏତେ ରିଟର୍ଣ୍ଣ ଦେଇପାରିବେ ନାହିଁ ।

• ଏଜେଂଟ ବୀମା ନିବେଶ କରିବା ପାଇଁ ଲୋକଙ୍କୁ କହିଥାନ୍ତି କି ଶେଷ ସପ୍ତାହରେ କରିଦିଅନ୍ତୁ । ମାତ୍ର ଏକଥା ସଂପୂର୍ଣ୍ଣ ରୂପେ ମିଛ ଅଟେ । ଲୋକେ ବୀମା ଅଧିକାରୀଙ୍କ କଥାରେ ପଡି କିଛି ବୁଝି ନସୁଝି କୌଣସି ବି ପଲିସି କିଣିପକାଇଥାନ୍ତି । ଯେଉଁଥିପାଇଁ ତାଙ୍କୁ ଭବିଷ୍ୟତରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିପାରେ ।

• ସେହିପରି ଏଜେଂଟ କହିଥାନ୍ତି କି, ଏଲଆଇସିର ୟୁନିଟ୍ ଲିଙ୍କ ପ୍ଲାନ ରହିଛି । ତେଣୁ ସରକାରଙ୍କ ତରଫରୁ ରିଟର୍ଣ୍ଣ ମିଳିବା ପୂରା ପକ୍କା । ତେବେ ଅଧିକାରୀଙ୍କ ଏଭଳି କଥାରେ ଆଦୌ ଫସନ୍ତୁ ନାହିଁ କାରଣ ବିଶ୍ୱର କୌଣସି ବି ପ୍ଲାନରେ ଗ୍ୟାରେଂଟି ରିଟର୍ଣ୍ଣ ମିଳିନଥାଏ । ଯଦି ଆପଣ ବୀମାର ପାରମ୍ପାରିକ ପ୍ଲାନ ନିଅନ୍ତି ତେବେ ଆପଣଙ୍କୁ ଏହି ସୁବିଧା ମିଳିପାରେ ।