ସାଧାରଣ ଜନତାଙ୍କୁ ଶକ୍ତ ଧକ୍କା ! ଏଣିକି ଏଟିଏମ, ଚେକ୍ ଓ କାର୍ଡ ଉପରେ ବି ଶୁଳ୍କ ଆଦାୟ କରିବ ବ୍ୟାଙ୍କ

51

ଆଗାମୀ ଦିନରେ ପ୍ରାୟ ସବୁ ପ୍ରକାର ବ୍ୟାଙ୍କିଙ୍ଗ ସେବା ପାଇଁ ଗ୍ରାହକମାନଙ୍କୁ ଶୁଳ୍କ ଗଣିବାକୁ ପଡ଼ିବ । ଏଟିଏମ୍‌ରୁ ଟଙ୍କା ଉଠାଇବାଠାରୁ ଆରମ୍ଭ କରି ଚେକ୍‌ ଓ କାର୍ଡ ବ୍ୟବହାର କରିବା ପର୍ଯ୍ୟନ୍ତ ବିଭିନ୍ନ କାମ ପାଇଁ ଶୁଳ୍କ ଗଣିବାକୁ ପଡ଼ିପାରେ ।

ଖାତାରେ ସର୍ବନିମ୍ନ ବାଲାନ୍ସ ରଖୁଥିବା ବା ସ୍ୱଚ୍ଛଳ ବର୍ଗର ଗ୍ରାହକମାନଙ୍କୁ ବ୍ୟାଙ୍କଗୁଡ଼ିକ ଅନେକ ସେବା ମାଗଣାରେ ପ୍ରଦାନ କରୁଛନ୍ତି । ସେହି ସବୁ ସେବାଗୁଡ଼ିକ ପାଇଁ ଟିକସ ଦାଖଲ କରିବାକୁ ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଫର୍‌ ଗୁଡସ୍‌ ଆଣ୍ଡ ସର୍ଭିସେସ୍‌ ଟ୍ୟାକ୍ସ ଇଣ୍ଟେଲିଜେନ୍ସ (ଡିଜିଜିଏସ୍‌ଟି) ପକ୍ଷରୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି । ଏ ନେଇ ଷ୍ଟେଟ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଓ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କକୁ ନୋଟିସ୍‌ ପଠାଯାଇଛି। ଅନ୍ୟ ବ୍ୟାଙ୍କଗୁଡ଼ିକ ପାଖରେ ଖୁବ୍‌ଶୀଘ୍ର ନୋଟିସ୍‌ ପହଞ୍ଚି ବ।

Bank

ବିଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଦାନ କରାଯାଇଥିବା ମାଗଣା ସେବା ପାଇଁ ଟିକସ ଦାଖଲ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି । ଯେହେତୁ ପୁରୁଣା ସେବା ପାଇଁ ଗ୍ରାହକଙ୍କଠାରୁ ଆଉ ଶୁଳ୍କ ଆଦାୟ କରିବା ସମ୍ଭବ ନୁହେଁ, ତେଣୁ ବ୍ୟାଙ୍କଗୁଡ଼ିକ ଆଗାମୀ ଦିନରେ ଏହି ସବୁ ସେବା ଉପରେ ଶୁଳ୍କ ଲାଗୁ କରିପାରନ୍ତି । ଏହା ହେଲେ ଗ୍ରାହକମାନଙ୍କ ପାଇଁ ବ୍ୟାଙ୍କ ସେବା ବହୁତ ମହଙ୍ଗା ହୋଇଯିବ ।