ସପ୍ତାହକୁ ଦୁଇ ଦିନ ବନ୍ଦ ରହିପାରେ ବ୍ୟାଙ୍କ !

67

ବ୍ୟାଙ୍କ କର୍ମଚାରୀଙ୍କ ଉପରେ ପଡୁଥିବା କାମର ଭାରକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏକ ଏଭଳି ପ୍ରସ୍ତାବ ଉପରେ ବିଚାର ଚାଲିଛି , ଯାହାଦ୍ୱାରା ବ୍ୟାଙ୍କ କର୍ମୀଙ୍କୁ ମିଳିପାରେ ଆଶ୍ୱସ୍ତି । ପ୍ରସ୍ତାବ ଅନୁସାରେ, ଖୁବ୍ ଶୀଘ୍ର ହିଁ ବ୍ୟାଙ୍କ ଖୋଲିବା ଏବଂ ବନ୍ଦ ହେବାର ସମୟ ଉପରେ କିଛି ପରିବର୍ତ୍ତନ ଅଣାଯାଇପାରେ ।

ଯଦି ବ୍ୟାଙ୍କ ସକାଳ ୧୦ଟା ପରିବର୍ତ୍ତେ ସାଢେ ୯ଟା ବେଳେ ଖୋଲାଯାଏଁଁ ଓ ସଂଧ୍ୟା ୪ଟା ମଧ୍ୟରେ ଗ୍ରାହକଙ୍କ ସମସ୍ତ କାମ ଶେଷ ହୋଇଯାଏଁ । ତେବେ ଏଭଳି ପରିସ୍ଥିତିରେ ବଙ୍କ କର୍ମଚାରୀମାନେ ସପ୍ତାହରେ ମାତ୍ର ୫ ଦିନ ହିଁ କାମ କରିବେ । ଯାହାର ଅର୍ଥ ହେଲା ବ୍ୟାଙ୍କ ପ୍ରତି ଶନିବାର ଓ ରବିବାରକୁ ବନ୍ଦ ରହିବ । ତେବେ ଏହି ପ୍ରସ୍ତାବ ଉପରେ ବର୍ତ୍ତମାନ ଗମ୍ଭୀରତା ସହ ବିଚାର ଚାଲିଛି ।

ବ୍ୟାଙ୍କ ସଙ୍ଗଠନ ତଥା ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ (ଆଇବିଏ) ଏବଂ ବ୍ୟାଙ୍କ ୟୁନିୟନ ମଧ୍ୟରେ ଏନେଇ ଆଲୋଚନା ହୋଇଥିଲା । ଚଳିତ ମାସ ମଧ୍ୟ ଏନେଇ ପୁଣି ଥରେ ଆଲୋଚନା ହେବା ସହ ପ୍ରସ୍ତାବ ଉପରେ ମୋହର ଲାଗିପାରେ ।

ନ୍ୟାସନାଲ ଅର୍ଗାନାଇଜେସନ ଅଫ୍ ବ୍ୟାଙ୍କ ୱାକର୍ସର ଉପାଧ୍ୟକ୍ଷ ଅଶ୍ୱିନୀ ରାଣାଙ୍କ ସୂଚନା ମୁତାବକ, ଯଦି ସମୟ ବଢା ଯାଏଁ ତେବେ ଯାଇ ଦୁଇଟି ଛୁଟି କର୍ମଚାରୀଙ୍କୁ ମିଳି ପାରିବ । ଏନେଇ ସେଭଳି କୌଣସି ନିଷ୍ପତ୍ତି ଏହି ବୈଠକରେ ନିଆଯାଇନାହିଁ । ବର୍ତ୍ତମାନ ଏହା ଉପରେ କେବଳ ହିଁ ବିଚାର ଚାଲିଛି । ବ୍ୟାଙ୍କ ଖୋଲିବାର ସମୟ ସକାଳ ୧୦ଟା ବେଳେ ରହିଥିବା ବେଳେ ଯଦି ସପ୍ତାହରେ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହେ ତେବେ ଏହାକୁ ପରିବର୍ତ୍ତନ କରାଯାଇ ସକାଳ ସାଢେ ୯ଟା ବେଳେ ଖୋଲାଯିବା ସହ ସଂଧ୍ୟା ୪ଟା ବେଳେ ବନ୍ଦ କରାଯିବ । ଅନ୍ୟପଟେ ସରକାରଙ୍କ ପକ୍ଷରୁ ଏନେଇ ସବୁଜ ସଙ୍କେତ ମିଳିଥିବା ମିଳିଥିବା ସୂଚନାରୁ ଯାହା ଜଣାପଡିଛି ।

ସୌଜନ୍ୟ: ଗାଁଓକନେକ୍ସନ