ବନ୍ଦ ହୋଇପାରେ ଆପଣଙ୍କ ବ୍ୟାଙ୍କ ଆକାଉଂଟ୍! ଜାଣନ୍ତୁ ଏହାର କାରଣ . . .

38

କଣ ଆପଣ ଏପ୍ରିଲ ୩୦, ୨୦୧୭ ପର୍ଯ୍ୟନ୍ତ ବ୍ୟାଙ୍କରେ ନିଜର ପ୍ରମାଣ ପତ୍ର ଜମା କରିଛନ୍ତି କି ? ଯଦି ହଁ ତେବେ ଭଲ କଥା ଆଉ ଯଦି ନାଁ ତେବେ ଆପଣଙ୍କୁ ଆମେ କହିରଖୁଛିୁ କି ଯେଉଁ ଖାତାଧାରୀଙ୍କ ବ୍ୟାଙ୍କ ଖାତା ୧ ଜୁଲାଇ, ୨୦୧୪ ଠାରୁ ୩୧ ଅଗଷ୍ଟ ୨୦୧୫ ମଧ୍ୟରେ ଖୋଲା ଯାଇଛି ଏଥିସହ ଏଫଏଟିସିଏର ନିୟମ ସହ ତାର କୌଣସି ପ୍ରକାରର ସାମଞ୍ଜସ୍ୟ ନାହିଁ ତେବେ ଆପଣଙ୍କର ଏହି ଖାତା କୌଣସି ବି ମୁହୂର୍ତ୍ତରେ ବନ୍ଦ ହୋଇ ଯାଇପାରେ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା ।

• ଆୟକର ବିଭାଗ ପକ୍ଷରୁ ଏଫଏଟିସିଏରୁ ସେଲ୍ଫ ସାର୍ଟିସଫିକ୍ସନ ତଥା ସ୍ୱୟଂ ପ୍ରମାଣପତ୍ର ପୈଠ କରିବାର ତାରିଖ ୩୦ ଏପ୍ରିଲ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା । ଯାହାକି ଏବେ ଶେଷ ହୋଇ ସାରିଛି ।

• ୩୦ ଏପ୍ରିଲ ପର୍ଯ୍ୟନ୍ତ ନିଜର ପ୍ରମାଣପତ୍ର ଏବଂ ଆଧାର ନମ୍ବର ବ୍ୟାଙ୍କ କିମ୍ବା ସମ୍ବନ୍ଧିତ ବିତ୍ତିୟ ସଂସ୍ଥାମାନଙ୍କରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଯଦି କେହି ଏହି ନିୟମକୁ ପାଳନ ନକରନ୍ତି ତେବେ ସେଗୁଡିକ ବନ୍ଦ ମଧ୍ୟ କରିଦିଆଯିବ । ଏଥିସହ ଆପଣ ଆପଣଙ୍କ ଖାତାରୁ କୌଣସି ପ୍ରକାର ଟ୍ରାଞ୍ଜାକ୍ସନ ମଧ୍ୟ କରିପାରିବେ ନାହିଁ ।

• ଏଫଏଟିସିଏ ପକ୍ଷରୁ ଭାରତ ଏବଂ ୟୁଏସ୍ ମଧ୍ୟରେ ବିତ୍ତିୟ ସୁଚନାଗୁଡିକର ଆଦାନ ପ୍ରଦାନ ସୁନିଶ୍ଚତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଖାତାଧାରୀମାନେ ଯେଉଁ ଦେଶର ନାଗରିକ ହୋଇଥିବେ,ଯେଉଁ ଦେଶରେ ଜନ୍ମ ନେଇଥିବେ ଏବଂ ଟ୍ୟାକ୍ସ ରେଜିଷ୍ଟେଡ୍ ଅନ୍ୟ କୌଣସି ଦେଶରେ ରହିଥିବ ଆଦିର ସୂଚନା ରଖା ଯାଇଥାଏ ।

• ତେବେ ଗତ ମାସର ଏକ ରିପୋର୍ଟରେ ଦର୍ଶାଯାଇ ଥିଲାକି, ବିତ୍ତିୟ ସଂସ୍ଥାଗୁଡିକୁ କୁହାଯାଇଛି କି ସେମାନେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିଜର ଖୋଲି ଥିବା ଖାତା ପାଇଁ ସ୍ୱ-ପ୍ରମାଣପତ୍ରର ଦସ୍ତାବିଜ ଜମା କରାନ୍ତୁ ବୋଲି ।

• ଯଦି ଖାତାଗୁଡିକୁ ସ୍ୱ-ପ୍ରମାଣିତ ବିନା ବନ୍ଦ କରିଦିଆଯାଏ ତେବେ ଆପଣ ଚାହିଁଲେ ଆପଣଙ୍କ ସମସ୍ତ ପ୍ରମାଣ ପତ୍ର ଦାଖଲ କରି ତାହାକୁ ପୁଣି ଥରେ ଚାଲୁ କରିପାରିବେ ।

• ଏଠାରେ ଆମେ କହି ରଖୁଛୁ କି, ଏହି ବ୍ୟବସ୍ଥା କେବଳ ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ଉର୍ଦ୍ଦିଷ୍ଟ ନୁହେଁ ବରଂ ମିୟୁଚ୍ୟୁଆଲ୍ ଫଣ୍ଡ ଏବଂ ଅନ୍ୟ ବିତ୍ତିୟ ସଂସ୍ଥାମାନଙ୍କୁ ବି ଏହି ନିର୍ଦ୍ଦେଶ ଗ୍ରାହକଙ୍କ ଉର୍ଦ୍ଦେଶ୍ୟରେ ମଧ୍ୟ ଦିଆଯାଇଛି ।

• ତେବେ ଏହାର ମୁଖ୍ୟ ଉର୍ଦ୍ଦେଶ୍ୟ ହେଲା, ଯଦି କୌଣସି ବ୍ୟକ୍ତି ବିଶେଷଙ୍କ ବିଦେଶରେ କୌଣସି ସଂପତି ରହିଛି ତେବେ ତାର ଟ୍ୟାକ୍ସ ଉପଯୁକ୍ତ ସମୟରେ ପୈଠ କରାଯାଉଛି କି ନାହିଁ ତା ଉପରେ ଏହା ନଜର ରଖିବ ।