ଅଭିଯୋଗ ସତ୍ୱେ ବି ହେଉନି ବ୍ୟାଙ୍କଜନିତ ସମସ୍ୟାର ସମାଧାନ ! ତେବେ ଏହି ନମ୍ବରରେ କରନ୍ତୁ ଗୋଟିଏ କଲ୍ , ଚାଲିଯିବ କର୍ମଚାରୀଙ୍କ ଚାକିରି

1,909

ଯଦି ଆପଣ କୌଣସି କାମ ପାଇଁ ବାରମ୍ବାର ବ୍ୟାଙ୍କର ଚକ୍କର କାଟୁଛନ୍ତି, ତଥାପି ଆପଣଙ୍କର କୌଣସି କାମ ହୋଇପାରୁନାହିଁ । ବ୍ୟାଙ୍କର କର୍ମଚାରୀ ଆପଣଙ୍କର କଥା ଶୁଣୁ ନାହାଁନ୍ତି ଏବଂ ଆପଣଙ୍କୁ ବାରମ୍ବାର ଫେରାଇ ଦେଉଛନ୍ତି ତେବେ ଏହା ଉପରେ ଆପଣ ଅନଲାଇନ ଅଭିଯୋଗ କରିପାରିବେ ।

ବ୍ୟାଙ୍କର କର୍ମଚାରୀମାନଙ୍କ ଦ୍ୱାରା ସମସ୍ତ ଗ୍ରାହକଙ୍କୁ ସମସ୍ତ ପ୍ରକାରର ସେବା ଯୋଗାଇ ଦେବାର ନିୟମ ରହିଛି । କିନ୍ତୁ ଯଦି ବ୍ୟାଙ୍କ କର୍ମଚାରୀ ଆପଣଙ୍କୁ ସହଯୋଗ କରିବାକୁ ମନା କରିଦିଅନ୍ତି କିମ୍ବା ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମ ଏବଂ ସର୍ତ୍ତ କୁ ପାଳନ ନକରନ୍ତି ଏବଂ ତାଙ୍କ ଦ୍ୱାରା କରାଯାଇଥିବା ସର୍ତ୍ତ ଅନୁସାରେ କାମ ନକରନ୍ତି । ଯାହାଦ୍ୱାରା ଗ୍ରାହକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ତେବେ ଏନେଇ ଗ୍ରାହକ ବ୍ୟାଙ୍କିଂ ଲୋକପାଳରେ ନିଜର ଅଭିଯୋଗ କରିପାରିବେ ।

 

ତେବେ ଆସନ୍ତୁ ଜାଣିବା ଆପଣ ଆପଣଙ୍କର ଅଭିଯୋଗ କିଭଳି ଭାବରେ କରିବେ ଏବଂ କେଉ କେଉଁ କାରଣ ଉପରେ ଆପଣ ବ୍ୟାଙ୍କିଂ ଲୋକପାଳର ଦ୍ୱାରସ୍ଥ ହୋଇପାରିବେ । ଯଦି ଆପଣଙ୍କୁ ବ୍ୟାଙ୍କ ତରଫରୁ କୌଣସି ବି ସମସ୍ୟା ହୁଏ କିମ୍ବା ବ୍ୟାଙ୍କ କର୍ମଚାରୀ ଆପଣଙ୍କର ସମସ୍ୟା ନଶୁଣନ୍ତି । ତେବେ ଆପଣ ପ୍ରଥମ ସ୍ତରରେ ବ୍ୟାଙ୍କରେ ହିଁ ନିଜର ଅଭିଯୋଗ ଦାଖଲ କରିପାରିବେ । ଏଥିରେ ବ୍ୟାଙ୍କ ନିକଟରେ ଆପଣଙ୍କୁ ଅଭିଯୋଗ ପତ୍ର ଦେବାକୁ ହେବ । ଯେଉଁଥିରେ ସମସ୍ତ ଅଭିଯୋଗ ଲିଖିତ ହୋଇଥିବା ଦରକାର । ଯଦି ଆପଣଙ୍କୁ ଏଠାରୁ କୌଣସି ବି ସମାଧାନ ନମିଳୁଛି ତେବେ ଆପଣ ନିମ୍ନରେ ଦିଆଯାଇଥିବା ଅନ୍ୟ ଉପାୟରେ ବି ଅଭିଯୋଗ କରିପାରିବେ ।

 

 

ଯଦି ଆପଣଙ୍କର ଉପରେ କୁହାଯାଇଥିବା ତରିକାରେ ବ୍ୟାଙ୍କ ଜନିତ ସମସ୍ୟାର ସମାଧାନ ହୋଇପାରିଲା ନାହିଁ । ତେବେ ଆପଣ ବ୍ୟାଙ୍କର କଷ୍ଟମର କେୟାର ସହ ସଂପର୍କ କରି ନିଜର ଅଭିଯୋଗ ଦାଖଲ କରିପାରିବେ ଏବଂ ଏଥିସହିତ ହିଁ ତାଙ୍କଠାରୁ କମ୍ପେ୍ଲଂଟ ନମ୍ବର ବି ନେଇଯିବେ । ଆଉ ଏହି ନମ୍ବରକୁ ଆପଣ ଭବିଷ୍ୟତ ପାଇଁ ସମ୍ଭାବିକି ରଖିବାକୁ ହେବ । ଯାହାଦ୍ୱାରା ଆପଣଙ୍କୁ ବାରମ୍ବାର ଆଉ ବ୍ୟାଙ୍କକୁ ନିଜର ସମସ୍ୟା ଜଣାଇବାକୁ ପଡିବ ନାହିଁ ।

ଏହା ପରେ ବି ଯଦି ଆପଣଙ୍କ ସମସ୍ୟାର ସମାଧାନ ହୋଇପାରିଲା ନାହିଁ ତେବେ ଆପଣ ବ୍ୟାଙ୍କିଂ ଲୋକପାଳର ଦ୍ୱାରସ୍ଥ ହୋଇପାରିବେ । ବ୍ୟାଙ୍କ ଲୋକପାଳ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସମସ୍ତ ବ୍ୟାଙ୍କର ଗ୍ରାହକଙ୍କର ସମସ୍ୟାର ସମାଧାନ କରିବା ପାଇଁ ବନାଯାଇଛି । ଯେଉଁଥରେ ଯଦି କୌଣସି ବ୍ୟାଙ୍କର ଗ୍ରାହକ ବ୍ୟାଙ୍କ ତରଫରୁ କୌଣସି ବି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ସେ ନିଜର ଅଭିଯୋଗ ଏଠାରେ ଦାଖଲ କରିପାରିବେ । ଯାହାର ସମାଧାନ ତାଙ୍କୁ ୩୦ରୁ ୪୫ ଦିନ ଭିତରେ କରାଇଦିଆଯିବ । ତେବେ କିଭଳି ଆସନ୍ତୁ ଜାଣିବା ।

• ଯଦି ଆପଣଙ୍କୁ ଚେକ୍ ଡ୍ରାଫ୍ଟ ବିଲ ଆଦିର ପେମେଂଟରେ ବିଳମ୍ବ ହେଉଛି ତେବେ ଆପଣ ବ୍ୟାଙ୍କିଂ ଲୋକପାଳର ଶରଣ ନେଇପାରିବେ ।

• ଯଦି ବ୍ୟାଙ୍କ ରିଜର୍ଭ ବ୍ୟାଙ୍କର ସୁଧ ଦରର ନିର୍ଦ୍ଦେଶକୁ ପାଳନ ନକରନ୍ତି ତେବେ ଆପଣ ବ୍ୟାଙ୍କିଂ ଲୋକପାଳର ଶରଣ ନେଇପାରିବେ ।

• ଯଦି ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ବା ସରକାରଙ୍କ ଦ୍ୱାରା ଆବଶ୍ୟକୀୟ ଟ୍ୟାକ୍ସର ପେମେଂଟକୁ ଗ୍ରହଣ କରିବାରେ ମନା କରିଦିଅନ୍ତି ତେବେ ଏଭଳି ପରିସ୍ଥିତିରେ ଆପଣ ବ୍ୟାଙ୍କିଂ ଲୋକପାଳର ଦ୍ୱାରସ୍ଥ ହୋଇପାରିବେ ।

• ସେହିପରି ଯଦି ଆପଣଙ୍କ ବ୍ୟାଙ୍କ ଖାତାରୁ ଆପଣଙ୍କ ବିନା ଅନୁମତିରେ ବା ଅଜାଣତରେ ଟଙ୍କା ଉଠାଇ ନିଏ କିମ୍ବା କାଟିଦିଏ ତେବେ ଏଭଳି ପରିସ୍ଥିତିରେ ଆପଣ ଲୋକପାଳର ଶରଣ ନେଇପାରିବେ ।

• ଯଦି ଆପଣଙ୍କୁ ବିନା କୌଣସି ନୋଟିସ ପଠାଯାଇ ଆପଣଙ୍କର ବ୍ୟାଙ୍କ ଖାତାକୁ ବନ୍ଦ କରିଦିଆଯାଏ ତେବେ ଏଭଳି ପରିସ୍ଥିତିରେ ବି ଆପଣ ଲୋକପାଳର ଆଶ୍ରୟ ନେଇପାରିବେ ।

• ସେହିପରି ଯଦି ଆପଣ ଲୋନ ପାଇବାର ହକଦାର ଅଟନ୍ତି ତଥାପି ବ୍ୟାଙ୍କ ଆପଣଙ୍କୁ ଲୋନ ଦେବାକୁ ମନା କରିଦେଉଛି ତେବେ ଏସଂପର୍କରେ ଆପଣ ଲୋକପାଳକୁ ଅବଗତ କରାଇପାରିବେ ।

କିଭଳି କରିବେ ଯୋଗାଯୋଗ

ପ୍ରତ୍ୟେକ ବ୍ୟାଙ୍କ ଭିତରେ ତାଙ୍କର ବ୍ୟାଙ୍କିଂ ଲୋକପାଳଙ୍କର ନମ୍ବର ଲେଖାଯାଇଥାଏ । କେବଳ ଏହି ନମ୍ବରରେ ଫୋନ କରନ୍ତୁ ଏବଂ ନିଜର ସମସ୍ୟା ସଂପର୍କରେ ତାଙ୍କୁ ଅବଗତ କରାନ୍ତୁ । ଯଦି ବ୍ୟାଙ୍କ ଅଧିକାରୀଙ୍କର ଏଥିରେ ସାମାନ୍ୟତମ ଦୋଷ ବା ଭୁଲ ଥିବ ତେବେ ତାଙ୍କର ଚାକିରି ବି ଚାଲିଯାଇପାରେ ।