ଅନ୍ୟ କୌଣସି ବ୍ୟାଙ୍କ ଖାତାକୁ ପଠାଇଦେଇଛନ୍ତି କି ଟଙ୍କା ? ତେବେ ତୁରନ୍ତ କରନ୍ତୁ ଏହି ଗୋଟିଏ କାମ, ସଙ୍ଗେ ସଙ୍ଗେ ଫେରିପାରିବେ ପଇସା

1,954

ଆଜିର ଦିନରେ ଆମର ଦୈନନ୍ଦିନ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଯାଇଛି ଟେକନିକ ଆଉ ଏଥି ମଧ୍ୟରୁ ସବୁଠାରୁ ଖାସ୍ ସ୍ଥାନ ଅଳଙ୍କୃତ କରିଛି ବ୍ୟାଙ୍କିଂ ବ୍ୟବସ୍ଥା । ଯେଉଁଥିରେ ମୋବାଇଲ ବ୍ୟାଙ୍କିଂ କିମ୍ବା ଅନଲାଇନ ବ୍ୟାଙ୍କିଂ ଆଦି ସାମିଲ । ଆଜିର ଦିନରେ ଆମେ ଡିଜିଟାଲ ୱାଲେଟ୍, ଏନଇଏଫଟି ବା ଆରଡିଜିଏସ, ୟୁପିଆଇ, ଗୁଗୁଲ ପେ, ଭିମ ଆପ ଏବଂ ଅନ୍ୟ ସେବାଗୁଡିକ ଜରିଆରେ ଅତି ସହଜରେ ଟଙ୍କା କାରବାର କରିପାରୁଛେ । ଯାହା ଦ୍ୱାରା ଆମେ ମୁହୂର୍ତ୍ତକ ମଧ୍ୟରେ କୌଣସି ବି ବ୍ୟାଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର କରିପାରୁଛେ ।

ହେଲେ ଡିଜିଟାଲ ସୁବିଧା ଯେତିକି ସୁବିଧାଜନକ ସାଜିଛି ସେତିକି ମଧ୍ୟ ବିପଦଜ୍ଜନକ ପାଲଟିଛି । ଟଙ୍କା ଟ୍ରାନ୍ସଫର ସମୟରେ ଯଦି ଭୁଲବଶତଃ ଅନ୍ୟ କିଛି ନମ୍ବର ଡାଏଲ ହୋଇଯାଏ ତେବେ ଟଙ୍କା ଅନ୍ୟ କାହା ଆକାଉଂଟକୁ ଚାଲିଯାଇଥାଏ । ଯାହାକି ଏକ ବଡ ସମସ୍ୟା ଅଟେ । ତେବେ ଏଭଳି ପରିସ୍ଥିତିରେ ଆପଣ କଣ କରିପାରିବା ଉଚିତ ଆସନ୍ତୁ ଜାଣିବା ।

ତୁରନ୍ତ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ

ଏଭଳି ପରିସ୍ଥିତିରେ ଆପଣଙ୍କୁ ସର୍ବପ୍ରଥମେ ଆପଣଙ୍କ ବ୍ୟାଙ୍କକୁ ଏକ ମେଲ ଜରିଆରେ ସୂଚନା ଦେବାକୁ ହେବ । କିମ୍ବା ଆପଣ ଫୋନ କରି ମଧ୍ୟ ଏସଂପର୍କରେ ଜଣାଇପାରିବେ । ଏହାପରେ ଆପଣ ବ୍ରାଂଚ ମ୍ୟାନେଜରରୁ ବ୍ୟକ୍ତିଗତ ଭାବରେ ଭେଟି ଘଟଣା ସଂପର୍କରେ ଜଣାଇପାରିବେ । ଯଦି କୌଣସି ପରିସ୍ଥିତିରେ ଆପଣଙ୍କର ଟଙ୍କା ଅନ୍ୟ କୌଣସି ବ୍ୟକ୍ତିଙ୍କ ଖାତାକୁ ଚାଲିଯାଏ ତେବେ ଏଭଳି ପରିସ୍ଥିତିରେ କେବଳ ସେହି ବ୍ୟାଙ୍କ ବା ଶାଖା ଏହି ସମସ୍ୟାର ସମାଧାନ କରିପାରିବେ । ଏଭଳି ପରିସ୍ଥିତିରେ ସର୍ବପ୍ରଥମେ ନିଜ ବ୍ୟାଙ୍କକୁ ସୂଚନା ଦେବା ଉଚିତ । ଏଥିସହିତ ହିଁ ଆପଣଙ୍କୁ ବ୍ୟାଙ୍କକୁ ଟଙ୍କା ପଠାଇବାର ଦିନ, ତାରିଖ, ପଠାଇବାର ସମୟ, ନିଜ ଆକାଉଂଟ ନମ୍ବର ଏବଂ ଟଙ୍କା ପାଇଥିବା ଆକାଉଂଟ ନମ୍ବର ସଂପର୍କରେ ଜଣାଇବାକୁ ହେବ । ଏଥିସହିତ ହିଁ ଯଦି ଆପଣ ଟଙ୍କା ସକସେସଫୁଲି ଟ୍ରାନ୍ସଫର ହେବାର ଏକ ସ୍କ୍ରିନସର୍ଟ ରଖିଛନ୍ତି ତେବେ ତାକୁ ମଧ୍ୟ ଦେଖାଇ ପାରିବେ ।

ଅଭିଯୋଗ କରନ୍ତୁ

ଏଭଳି ପରିସ୍ଥିତିରେ ଉକ୍ତ ବ୍ରାଂଚରେ ଅଭିଯୋଗ କରନ୍ତୁ , ଯେଉଁଠିକୁ ଆପଣ ଭୁଲବଶତଃ ଟଙ୍କା ଟ୍ରାନ୍ସଫର କରିଦେଇଛନ୍ତି । କାରଣ କୌଣସି ବି ବ୍ୟାଙ୍କ ନିଜର ଗ୍ରାହକଙ୍କ ଖାତାରୁ ଟଙ୍କା ସେ ପର୍ଯ୍ୟନ୍ତ ବାହାର କରିପାରିବ ନାହିଁ ଯେବର୍ଯ୍ୟନ୍ତ ଉକ୍ତ ଗ୍ରାହକଙ୍କଠାରୁ ଅନୁମତି ନମିଳିଛି । ସେହିପରି ବ୍ୟାଙ୍କ ନିଜ ଗ୍ରାହକଙ୍କର ତଥ୍ୟ ଅନ୍ୟ କାହା ସହ ସେୟାର କରିପାରିବ ନାହିଁ । ଏଥିପାଇଁ ଯଦି ଆପଣ ସମ୍ବନ୍ଧିତ ବ୍ୟାଙ୍କ କିମ୍ବା ବ୍ରାଂଚରେ ଅଭିଯୋଗ କରନ୍ତି ତେବେ ଏଭଳି ପରିସ୍ଥିତିରେ ବ୍ୟାଙ୍କ ଗ୍ରାହକଙ୍କର ଚିହ୍ନଟ କରି ତାଙ୍କୁ ଉକ୍ତ ଟଙ୍କା ଫେରାଇବାକୁ କହିବ । ଯାହା ତାଙ୍କ ଖାତାକୁ ଭୁଲବଶତଃ ଚାଲିଯାଇଛି ।

ବିପରୀତ ପରିସ୍ଥିତିରେ ଲିଗାଲ ଆକ୍ସନ ସହାୟତା କରିଥାଏ

କିଛି ପରିସ୍ଥିତିରେ ବ୍ୟାଙ୍କ ତରଫରୁ କୁହାଯିବା ପରେ ବି ଭୁଲବଶତଃ ଟଙ୍କା ପାଇଥିବା ବ୍ୟକ୍ତି ଟଙ୍କା ଫେରାଇବାକୁ ରାଜି ହୋଇନଥାନ୍ତି । ହେଲେ ଯଦି କୌଣସି ପରିସ୍ଥିତିରେ ଟଙ୍କା ପାଇଥିବା ବ୍ୟକ୍ତି ଯଦି ଏଭଳି କରନ୍ତି ତେବେ ବ୍ୟାଙ୍କ ଲିଗାଲ ଆକ୍ସନ ନେଇ ଆକାଉଂଟ ହୋଲଡରଙ୍କ ବିରୋଧରେ ମାମଲା ରୁଜୁ କରିପାରିବ । ଆପଣ ଆପଣଙ୍କ ତରଫରୁ ବି ଏଭଳି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ରହିଛି ।