ଜାଣନ୍ତୁ ! ୩୧ ଡିସେମ୍ବର ସୁଦ୍ଧା ବ୍ୟାଙ୍କ ଖାତାକୁ ଆଧାର ସହ ଲିଙ୍କ ନକଲେ କଣ ହୋଇପାରେ ସମସ୍ୟା

102

ବ୍ୟାଙ୍କ ତରଫରୁ ଯଦି ଆପଣଙ୍କ ନିକଟକୁ ବ୍ୟାଙ୍କ ଖାତାକୁ ଆଧାର ସହ ଲିଙ୍କ କରିବା ନେଇ କୌଣସି ମେସେଜ ଆସୁଛି ତେବେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ । କାରଣ ଏଭଳି କରିବା ଆପଣଙ୍କ ପାଇଁ ସମସ୍ୟା ପାରେ । ଯଦି ଆପଣଙ୍କର ବ୍ୟାଙ୍କ ଖାତାକୁ ୩୧ ଡିସେମ୍ବର ମଧ୍ୟରେ ଆଧାର ନମ୍ବର ସହିତ ଲିଙ୍କ ନ କରନ୍ତି ତେବେ ଏହାକୁ ଅସ୍ଥାୟୀ ରୂପରେ ବ୍ଲକ୍ ବା ଅବୈଧ ଘୋଷଣା କରି ଦିଆଯିବ । ଯାହାଦ୍ୱାରା କି ଆପଣ ଆପଣଙ୍କର ବ୍ୟାଙ୍କ ଖାତାରୁ କୌଣସି ପ୍ରକାରର ଅର୍ଥ କାରବାର କରିପାରିବେ ନାହିଁ । ଏଠାରେ ଆମେ କହି ରଖୁଛୁ କି, ବ୍ୟାଙ୍କ ନିଜର ଗ୍ରାହକଙ୍କୁ ୩୧ ଡିସେମ୍ବର,୨୦୧୭ ପୂର୍ବରୁ ନିଜର ଖାତା ସହ ଆଧାର ନମ୍ବରକୁ ଅପଡେଟ କରିବାକୁ ଅନୁରୋଧ କରିଛି । ସରକାରଙ୍କ ପକ୍ଷରୁ ଜୁନ ପହିଲାରେ ଜାରି କରାଯାଇଥିବା ନିୟମ ମୁତାବକ ବ୍ୟାଙ୍କ ଖାତାକୁ ୩୧ ଡିସେମ୍ବର ୨୦୧୭ ସୁଦ୍ଧା ଆଧାର ସହ ଲିଙ୍କ କରିବା ବାଧ୍ୟତାମୂଳକ ଅଟେ । ଏବେ ନଜର ପକାନ୍ତୁ ଆଧାର ସହ ଲିଙ୍କ ନକରିବା ଦ୍ୱାରା କଣ କ୍ଷତି ହୋଇପାରେ ।

ନିର୍ଦ୍ଧାରିତ ସମୟ ପୂର୍ବରୁ ନିଜର ବ୍ୟାଙ୍କ ଖାତାକୁ ଆଧାର ସହ ସଂଯୋଗ ନକରିବା ଦ୍ୱାରା ଆପଣଙ୍କ ଖାତାକୁ ଅବୈଧ ଘୋଷଣା କରିଦିଆଯିବ । ଏହାପରେ ଆପଣ ଖାତାରୁ କୌଣସି ବି ପ୍ରକାରର ଅର୍ଥ କାରବାର କରିପାରିବେ ନାହିଁ । ଆପଣ ବ୍ୟାଙ୍କର ଟଙ୍କା ଉଠାଇବା ପାଇଁ ଚେକ୍ ପକାଇବେ ତ ଆପଣଙ୍କ ଚେକକୁ ଗ୍ରହଣ କରାଯିବ ନାହିଁ । ସେହିପରି ଏଟିଏମରୁ ମଧ୍ୟ କ୍ୟାସ ଉଠାଇପାରିବେ ନାହିଁ । ଏଥସହିତ କାର୍ଡ ସ୍ୱାଇପ ଜରିଆରେ କିମ୍ବା ଅନଲାଇନ ଟ୍ରାଂନଜାକ୍ସନ ମଧ୍ୟ କରିପାରିବେ ନାହିଁ । ଏଭଳି ପରିସ୍ଥିତିରେ ଆପଣଙ୍କୁ ଅର୍ଥ କାରବାରରେ ବି ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡିପାରେ ।

କିପରି ଜାଣିବେ ଆପଣଙ୍କର ଖାତା ଲିଙ୍କ ହୋଇଛି କି ନାହିଁ

• ଆଧାରର ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଜିଓଭି ଡଟ୍ ଇନକୁ ଯାଆନ୍ତୁ ।

• ପେଜର ନିମ୍ନରେ ଦର୍ଶାଯାଇଥିବା ଆଧାର ସର୍ଭିସେସକୁ ଯାଆନ୍ତୁ । ସେଠାରେ ଶେଷରେ ଉଲ୍ଲେଖ ହୋଇଥିବା ଚେକ୍ ଆଧାର ଆଣ୍ଡ ବ୍ୟାଙ୍କ ଲିଙ୍କିଂ ଷ୍ଟାଟସ ଉପରେ କ୍ଲିକ୍ କରନ୍ତୁ ।

• ଏହାପରେ ଯେଉଁ ପେଜ ସେଠାରେ ଖୋଲିବ ସେଠାରେ ଆଧାର ନମ୍ବର ଏବଂ ସିକ୍ୟୁରିଟି କୋଡ ଯାହାକି କ୍ୟାପଚା ହୋଇଥିବ ତାକୁ ସେଠାରେ ପୁରଣ କରି ଆସିଥିବା ଓଟିପି ଉପରେ କ୍ଲିକ୍ କରନ୍ତୁ ।

• ସବମିଟ୍ କରିବା ପରେ ଆପଣଙ୍କୁ ରେଜିଷ୍ଟର ମୋବାଇଲ ନମ୍ବର ଉପରେ ଏକ ଓଟିପି କୋଡ ଆସିବ । ଏହି କୋଡକୁ ସେଠାରେ ଏଂଟର କରିବା ସହ ତାକୁ ଲଗଇନ କରିବାକୁ ପଡିବ ।

• ଏହାପରେ ଆପଣଙ୍କ ସାମ୍ନାରେ ୱେବସାଇଟରେ ଏକ ପେଜ ଓପନ ଖୋଲିଯିବ ଯାହା ଆପଣଙ୍କର ଆଧାର ନମ୍ବର ସଂପର୍କରେ ଜାଣିପାରିବେ । ମୋବାଇଲ ଜରିଆରେ କିପରି ଜାଣିବେ

• ନିଜ ମୋବାଇଲରୁ ଷ୍ଟାର ୯୯ ଷ୍ଟାର ୯୯ ଷ୍ଟାର ୧ ହ୍ୟାସ୍ ଡାଏଲ କରନ୍ତୁ ।

• ଏଥିରେ ଆପଣଙ୍କର ନିଜର ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବରକୁ ଦିଅନ୍ତୁ । ଏହାପରେ କନଫର୍ମ କରନ୍ତୁ କି ଆଧାର ନମ୍ବର ସଠିକ୍ ଦେଇଛନ୍ତି କି ନାହିଁ ।

• କନଫର୍ମ କରିବା କ୍ଷଣି ହିଁ ଆପଣଙ୍କୁ ଜଣାଇ ଦିଆଯିବ କି ବ୍ୟାଙ୍କ ଆକାଉଂଟ ଆଧାର ଲିଙ୍କ ହୋଇଛି କି ନାହିଁ ।

ବ୍ୟାଙ୍କ ଆକାଉଂଟକୁ ଆଧାର କାର୍ଡକୁ କିପରି କରିବେ ଲିଙ୍କ 

ଅନଲାଇନ୍ ଜରିଆରେ

• ବ୍ୟାଙ୍କର ଇଂଟରନେଟ୍ ବ୍ୟାଙ୍କିଂ ସର୍ଭିସରେ ଲଗଇନ୍ କରି ଅପଡେଟ୍ ଆଧାର କାର୍ଡ ଡିଟେଲ୍ସ ବିକଳ୍ପ ସର୍ଚ୍ଚ କରନ୍ତୁ ଏବଂ ସେଥିରେ କ୍ଲିକ୍ କରନ୍ତୁ

• ଏହାକୁ କ୍ଲିକ୍ କରିବା କ୍ଷଣି ସେଠାରେ ଅନ୍ୟ ଏକ ପେଜ ଖୋଲି ଥାଏ

• ସେଠାରେ ନିଜର ଆଧାର କାର୍ଡ ନମ୍ବର ଲେଖନ୍ତୁ ଏବଂ ତାକୁ ସବମିଟ୍ କରନ୍ତୁ

• ଏହାପରେ ଆପଣଙ୍କ ମୋବାଇଲ୍ ନମ୍ବରର ଶେଷ ଦୁଇଟି ନମ୍ବର ଏଠାରେ ଡିସପ୍ଲେ ହେବ ଆଧାର ନମ୍ବର ଅପଡେଟ୍ କରାଯାଇଛି, ଏହି ବାବଦରେ ଆପଣଙ୍କ ରେଜିଷ୍ଟର୍ସ ମୋବାଇଲ ନମ୍ବରରେ ମେସେଜ୍ ଆସିଯବ ।

ଏସଏମଏସ ଜରିଆରେ

• ଯଦି ଆପଣଙ୍କ ମୋବାଇଲ ନମ୍ବର ଏସବିଆଇରେ ରେଜିଷ୍ଟର ହୋଇଛି, ତେବେ ଏସଏମଏସ୍ ଜରିଆରେ ମଧ୍ୟ ଆପଣ ଆପଣଙ୍କ ଆଧାର ନମ୍ବରକୁ ଅପଡେଟ୍ କରିପାରିବେ ।

• ଏଥିପାଇଁ ଆପଣ ୫୬୭୬୭୬ରେ ଏସଏମଏସ୍ ପଠାଇବାକୁ ପଡିବ

• ଏସଏମଏସ ପଠାଇବାର ଶୈଳୀ କିଛି ଏଭଳି ରହିବା ଅତ୍ୟନ୍ତ ଆବଶ୍ୟକ- ୟୁଆଇଡି ସ୍ପେସ୍ ଆଧାର ନମ୍ବର ସ୍ପେସ୍ ଖାତା ନମ୍ବର

• ଯଦି ଆପଣଙ୍କ ଆଧାର ପୂର୍ବରୁ ହିଁ ଲିଙ୍କ ହୋଇଥାଏ ତେବେ ଆପଣଙ୍କୁ ଏହି ସୂଚନା ବ୍ୟାଙ୍କ ଏସଏମଏସ ମାଧ୍ୟମରେ ସୂଚିତ କରିଦେବସେହିପରି ଯଦି କୌଣସି ସମସ୍ୟା ଥାଏ ତେବେ ଆପଣ ବ୍ୟାଙ୍କର କଷ୍ଟମର କେୟାର ହେଲ୍ପନାଇଲ୍ ସହ କଥା ହୋଇପାଇବେ ।

ଏଟିଏମ୍

• ଏହି ସୁବିଧା ଆପଣଙ୍କୁ ଏସବିଆଇ ବ୍ୟାଙ୍କର ଏଟିଏମରୁ ମିଳିବ

• ନିଜ ଏଟିଏମ କାର୍ଡ ସ୍ୱିପ୍ କରନ୍ତୁ ଏବଂ ପିନ୍ ନମ୍ବର ଦେବା ସହ ସେଠାରେ ଦର୍ଶାଯାଇଥିବା ‘ସର୍ଭିସ-ରେଜିଷ୍ଟେସନ’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ

• ଏହାପରେ ଆଧାର ରେଜିଷ୍ଟେସନ ଚୟନ କରନ୍ତୁ

• ଆପଣଙ୍କ ଆକାଉଂଟଟି କେଉଁ ବର୍ଗର ଅଟେ, ସେଠାରେ ଦର୍ଶାଯାଇଥିବା କୋଠରୀକୁ ଚୟନ କରନ୍ତୁ

• ଏହାପରେ ଆପଣଙ୍କୁ ଆଧାର ନମ୍ବର ଦେବାକୁ କୁହାଯିବ ଏବଂ ଆପଣ ସେଠାରେ ନିଜ ଆଧାର ନମ୍ବରକୁ ଅପଡେଟ୍ କରିପାରିବେ

ବ୍ୟାଙ୍କ ଶାଖା ଜରିଆରେ

• ବ୍ୟାଙ୍କର କୌଣସି ବି ବ୍ରାଂଚକୁ ଯାଆନ୍ତୁ ଏବଂ ସାଥୀରେ ନିଜର ଆଧାର କାର୍ଡର ଫଟୋ କପି ମଧ୍ୟ ନିଅନ୍ତୁ

• ଏକ ଆପ୍ଲିକେସନ ଲେଖି ବ୍ୟାଙ୍କରେ ଦିଅନ୍ତୁ । ଏଥିସହିତ ଆଧାରର ଏକ କପି ମଧ୍ୟ ସେଥିରେ ସଂଯୋଗ କରି ଦିଅନ୍ତୁ

• ଏହାପରେ ବ୍ୟାଙ୍କ ଅଧିକାରୀ କିଛି ଜରୁରୀ ଯାଂଚ କରିବା ପରେ ଏହାକୁ ଆପଣଙ୍କ ଖାତା ସହ ଲିଙ୍କ୍ କରିଦେବେ

• ଏବଂ ନମ୍ବର ଅପଡେଟ୍ ହୋଇଯିବା ପରେ ଆପଣଙ୍କୁ ବ୍ୟାଙ୍କ୍ ଏସଏମଏସ୍ ମାଧ୍ୟମରେ ସୂଚିତ କରିଦେବ