ଏଣିକି କ୍ୟାସର ହେବ ହୋମ ଡେଲିଭରୀ ! ଗ୍ରାହକଙ୍କ ଘରକୁ ଯାଇ ଅର୍ଥ କାରବାର କରିବେ ବ୍ୟାଙ୍କ ଅଧିକାରୀ, ହେଲେ ଗୋଟିଏ ସର୍ତ୍ତରେ

43

ଏଣିକି ଅନ୍ୟାନ୍ୟ ଜିନିଷ ଭଳି କ୍ୟାସର ମଧ୍ୟ ହେବ ହୋମ ଡେଲିଭରୀ । ଏଭଳି ଏକ ନିଆରା ବ୍ୟବସ୍ଥା ଆରମ୍ଭ କରିଛି ଭାରତର ଏକ ବ୍ୟାଙ୍କ । ଯାହାର ନାଁ ହେଉଛି ଇଣ୍ଡସ-ଇଣ୍ଡ ବ୍ୟାଙ୍କ । ଏହି ବ୍ୟାଙ୍କ ନିଜର ଗ୍ରାହକମାନଙ୍କ ପାଇଁ ଏଭଳି ଏକ ସୁବିଧାଜନକ ବ୍ୟବସ୍ଥା ଆରମ୍ଭ କରିଛି । ଯେଉଁଥିରେ ଜଣେ ବ୍ୟକ୍ତି ବିନା ବ୍ୟାଙ୍କକୁ ଯାଇ ତଥା ଘରେ ବସି ବ୍ୟାଙ୍କରେ ଟଙ୍କା ଜମା କରିପାରିବେ ଏବଂ ଉଠାଇ ମଧ୍ୟ ପାରିବେ । ସବୁଠାରୁ ବଡ କଥା ହେଲା କି, ଖୋଦ ବ୍ୟାଙ୍କ ଅଧିକାରୀ ହିଁ ଆପଣଙ୍କଠାରୁ ଆପଣଙ୍କ ଘରୁ ହିଁ ଟଙ୍କା ନେଇ ଯିବେ ଓ ତାକୁ ବ୍ୟାଙ୍କରେ ଜମା କରିଦେବେ ।

ସୂଚନା ମୁତାବକ, ଦେଶର ଏହି ବ୍ୟାଙ୍କ ନିଜର ଗ୍ରାହକଙ୍କୁ କ୍ୟାସର ହୋମ ଡେଲିଭରୀର ସୁବିଧା ଦେଉଛି । ଇଣ୍ଡସ-ଇଣ୍ଡ ବ୍ୟାଙ୍କ ଚେକ୍ ପିକଅପ କରିବା ସହିତ ଗ୍ରାହକଙ୍କ ଘରୁ ନଗଦ ପିକଅପର ସୁବିଧା ଦେଉଛି । ହେଲେ ଗ୍ରାହକଙ୍କୁ ଏଥିପାଇଁ ଖାଲି ବ୍ୟାଙ୍କକୁ ସମସ୍ତ ତଥ୍ୟ ଦେବାକୁ ହେବ । ଏହାପରେ ବ୍ୟାଙ୍କ ଅଧିକାରୀ ଆପଣଙ୍କ ଘରକୁ ଆସି କ୍ୟାସ୍ ନେବେ ଏବଂ ଆପଣଙ୍କର ଖାତାରେ ଜମା କରିଦେବେ । ତେବେ ଏହି ସେବାର ଲାଭ ଗୋଟିଏ ଦିନରେ କେବଳ ଗୋଟିଏ ଥର ହିଁ ଉଠାଇ ପାରିବେ । ଗୋଟିଏ ଦିନରେ ସର୍ବାଧିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ଟଙ୍କା ପିକଅପ କରିପାରିବେ ଆପଣ ।

ବ୍ୟାଙ୍କ ସୂଚନା ମୁତାବକ, ଇଣ୍ଡସ-ଇଣ୍ଡ ବ୍ୟାଙ୍କ ଚେକ୍ ଏବଂ କ୍ୟାସ ପିକଅପ କରିବା ସହିତ କ୍ୟାସର ହୋମ ଡେଲିଭରୀ ମଧ୍ୟ କରିବ । ତେବେ ଏହି ସୁବିଧାର ଲାଭ ଗ୍ରାହକମାନେ ଗୋଟିଏ ଦିନରେ କେବଳ ଗୋଟିଏ ଥର ହିଁ ଉଠାଇପାରିବେ । ଏଥସହିତ ଜଣେ ଗ୍ରାହକ ଦିନକୁ ସର୍ବାଧିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସ ନେଇ ପାରିବେ ।