ଜଣେ ମହିଳାଙ୍କ ଅଜବ ଦାବି ! ଭୂତ ବଦଳାଇ ଦେଲା ତାଙ୍କର ଲିଙ୍ଗ

195

ଭୂତ କଣ କଣ ସବୁ କରିପାରନ୍ତି କିଛି କୁହାଯାଇ ପାରିବା ନାହିଁ । ଏହାଛଡା ଆପଣ ସାଧାରଣତଃ ଭୂତ ପ୍ରେତଙ୍କୁ ବିଭିନ୍ନ ସିନେମାରେ ଦେଖିଥିବେ ସେ ପୁଣି ଲୋକଙ୍କୁ ଡରାଉ ଥିବାର ଦୃଶ୍ୟକୁ । ମାତ୍ର ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏକ ଅଦ୍ଭୁତ ଘଟଣା ସଂପର୍କରେ ଯେଉଁଠି ଭୂତ ପ୍ରେତମାନେ ମଧ୍ୟ ଲୋକଙ୍କ ଲିଙ୍ଗ ପରିବର୍ତ୍ତନ ଭଳି କାର୍ଯ୍ୟ କରିବାରେ ମାହିର ଅଛନ୍ତି । ଖାଲି ସେତିକି ନୁହେଁ ଜଣେ ମହିଳାଙ୍କ ଲିଙ୍ଗ ପରିବର୍ତ୍ତନ କରି ତାକୁ ପୁରୁଷ କରିଦେବାରେ ଏକ ଦୃଷ୍ଟ ଆତ୍ମାର ସଂପୃକ୍ତି ରହିଛି ବୋଲି ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ ବାଙ୍ଗାଲାଦେଶର ଏକ ପରିବାର ।

ଏଭଳି ଏକ ଅଜବ ଘଟଣା କିଛି ଦିନ ତଳେ ଦେଖିବାକୁ ମିଳିଛି ବାଙ୍ଗଳାଦେଶର ଏକ ସହରରେ । ଯଉଁଠାରେ ଲୋକମାନେ ଆଜି ମଧ୍ୟ ଜିନ୍ନ ଓ ଭୂତ ପ୍ରେତଙ୍କ ଉପରେ ବିଶ୍ୱାସ ରଖନ୍ତି । ଆଉ ଭୟ ମଧ୍ୟ କରିଥାନ୍ତି । ତେବେ ଭୟ ବି କରିବେନି କାହିଁକି କାରଣ ଏଠାରେ ଏହି ଜିନ୍ନ ବା ଭୂତ ଲିଙ୍ଗ ପରିବର୍ତ୍ତନ ମଧ୍ୟ କରି ଦେଉଥିବାର ନଜୀର ରହିଛି । ଏହି ଦେଶରେ ପାଖାପାଖି ୧୬ କୋଟିରୁ ଅଧିକ ମୁସଲିମ ସଂପ୍ରଦାୟର ଲୋକମାନେ ବାସ କରିଥାନ୍ତି । ଆଉ ଏମାନେ ସମସ୍ତେ ଜିନ୍ନ ବା ଭୂତପ୍ରେତଙ୍କ ସ୍ଥିତିକୁ ଗଭୀର ଭାବରେ ବିଶ୍ୱାସ କରନ୍ତି । ତେବେ ଏହି ଦେଶର ଅଧିକାଂଶ ତାନ୍ତ୍ରିକ ତଥା ପଣ୍ଡିତଗଣ ଦାବି କରନ୍ତି କି ସେମାନେ ଏହି ସବୁ ନକରାତ୍ମକ ଶକ୍ତିକୁ କାବୁ କରି ପାରନ୍ତି । ଆଉ ଯେଉଁଥି ପାଇଁ ଲୋକମାନେ ନିଜର ବିଭିନ୍ନ ସମସ୍ୟାକୁ ନେଇ ତାଙ୍କ ନିକଟକୁ ଆସିଥାନ୍ତି ।

ତେବେ ଉକ୍ତ ମହିଳାଙ୍କ ପରିବାର ଲୋକେ ପୂରା ଗାଁରେ ଚହଳ ସୃଷ୍ଟି କରି ଦେଇଥିଲେ କି ତାଙ୍କ ଝିଅ ଉପରେ ଏକ ଜିନ୍ନ ବା କୌଣସି ଏକ ଦୃଷ୍ଟ ଆତ୍ମା ଯାଦୁ କରି ତାକୁ ପୁରୁଷ କରି ଦେଇଛି । ଆଉ ଏଥିପାଇଁ ସେ ତାଙ୍କ ଝିଅଠାରେ ନକଲି ଲିଙ୍ଗ ମଧ୍ୟ ଲଗାଇ ଦେଇଥିଲେ ଯେପରି ଗାଁ ଲୋକେ ସେମାନଙ୍କ କଥାକୁ ବିଶ୍ୱାସ କରିବେ । ସେମାନଙ୍କ କଥା ଶୁଣି ଗାଁ ସାରା ସବୁ ଲୋକ ଝିଅଟିକୁ ଦେଖିବାକୁ ଏକତ୍ରିତ ହୋଇଯାଇଥିଲେ । ଯେବେ ପୋଲିସକୁ ଏ ସଂପର୍କରେ ଜଣାପଡିଥିଲା ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଏହାର ସତ୍ୟତା ଜାଣିବା ପାଇଁ ସେ ଝିଅଟିକୁ ହସ୍ପିଟାଲ ନେଇଥିଲେ । ଡାକ୍ତରଙ୍କ ଯାଂଚ ପରେ ଏକଥା ପ୍ରମାଣିତ ହୋଇଥିଲା ଯେ, ଝିଅଠାରେ ନକଲି ଲିଙ୍ଗ ଲଗା ଯାଇଛି । ଏହାପରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା ।