ଜରୁରୀ ସୂଚନା: ୨ଶହ ଓ ୨ ହଜାର ଟଙ୍କିଆ ଏହି ନୋଟ୍ ଏଣିକି ବ୍ୟାଙ୍କରେ ହୋଇପାରିବନି ଜମା….ପଢନ୍ତୁ ପୂରା ମାମଲା

65

ଯଦି ଆପଣଙ୍କ ନିକଟରେ ୨ ଶହ ଏବଂ ୨ ହଜାର ଟଙ୍କିଆ ମଇଳା ନୋଟ୍ ରହିଛି ତେବେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ । କାରଣ ଏହିସବୁ ନୋଟଗୁଡିଚୁ ନା ହିଁ କୌଣସି ବ୍ୟାଙ୍କ ଗ୍ରହଣ କରିବ ନା ହିଁ ବଦଳାଇବ । ଯାହାର ମୁଖ୍ୟ କାରଣ ହେଲା, କରେନ୍ସି ନୋଟ୍ ଏକ୍ସଚେଂଜ ସହ ଜଡିତ ନିୟମ ପରିସରରେ ଏହି ନୋଟ୍ ଗ୍ରହଣ କରାଯିବା ନେଇ କୌଣସି ବି ଠାରେ ଉଲ୍ଲେଖ ନାହିଁ ।

ଚିରା ଫଟା କିମ୍ବା ମଇଳା ହୋଇଯାଇଥିବା ନୋଟର ଏକ୍ସଚେଂଜ ଭଳି ମାମଲା ଆରବିଆଇ (ନୋଟ୍ ରିଫଣ୍ଡ) ଆଇନ ପରିସରରେ ଆସିଥାଏ । ଯାହାକି ଆରବିଆଇ ଆକ୍ଟର ଧାରା ୨୮ର ଏକ ଅଂଶ ଅଟେ । ତେବେ ଏହି ଆକ୍ଟରେ ୫, ୧୦,୫୦,୧୦୦ ଏବଂ ୫୦୦ ଟଙ୍କିଆ ନୋଟ୍ ସଂପର୍କରେ ଉଲ୍ଲେଖ ରହିଛି ସତ କିନ୍ତୁ ଏହି ଧାରାର କୌଣସି ବି ଠାରେ ୨୦୦ ଏବଂ ୨୦୦୦ଟଙ୍କିଆ ନୋଟ୍ ସଂପର୍କରେ ଆଲୋଚନା କରାଯାଇନାହିଁ । ଯେଉଁ କାରଣରୁ ଉଭୟ ସରକାର ଏବଂ ଆରବିଆଇ ଏହାର ଏକ୍ସଚେଂଜ ଉପରେ ଲାଗୁ ହୋଇଥିବା ନିୟମକୁ ବଦଳାଇ ନାହାଁନ୍ତି ।

ଆରବିଆଇ ବନ୍ଦ କଲା ୨୦୦୦ଟଙ୍କା ନୋଟ୍ ଛପା

ଗଣମାଧ୍ୟମରେ ପ୍ରକାଶ ପାଇଥିବା ସୂଚନା ଆଧାରରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୦୦ ଟଙ୍କିଆ ନୋଟ୍ ଛପାଇବା ବନ୍ଦ କରିଦେଇଛି । ଏହି ବଡ଼ ନୋଟ୍ ବଦଳରେ ଆରବିଆଇ ପକ୍ଷରୁ ନୂଆ ୨୦୦ ଓ ୫୦୦ଟଙ୍କିଆ ନୋଟ୍ ଅଧିକ ଛପା ହେଉଛି ବୋଲି ମିଳିଥିବା ସୂଚନାରୁ ଜଣାପଡିଛି ।

ଗତବର୍ଷ ବିମୁଦ୍ରାକରଣ ପରେ ଅଚଳ ହୋଇଯାଇଥିବା ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ବଦଳରେ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍ ଛପା ହୋଇଥିଲା । ମୋଟ ୩୭୦ କୋଟି ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ ଛପା ହୋଇଥିଲା । ବିମୁଦ୍ରାକରଣ ଅବଧି ଶେଷ ହେବା ପରେ ସରକାର ଅଧିକ ୫୦୦ ଟଙ୍କିଆ ଛାପିବା ଉପରେ ଜୋର ଦେଇଥିଲେ । ବର୍ତ୍ତ ମାନ ସୁଦ୍ଧା ଆରବିଆଇ ୧୪୦୦ କୋଟି ଖଣ୍ଡ ନୂଆ ୫୦୦ ଟଙ୍କିଆ ନୋଟ୍ ଛାପିଛି । ଯେତିକି ନୋଟ୍ ଛପା ହୋଇଛି ତାହାର ୯୦% ହେଉଛି ନୂଆ ୫୦୦ ଟଙ୍କିଆ ନୋଟ୍ । ବିମୁଦ୍ରାକରଣ ଘୋଷଣା ହେବା ପୂର୍ବରୁ ଦେଶରେ ୧୭.୭ ଲକ୍ଷ କୋଟି ଟଙ୍କାର ନୋଟ୍ ପ୍ରଚଳନରେ ଥିଲା । ବିମୁଦ୍ରାକରଣ ପରେ ୮୬% ନୋଟ୍ ଅଚଳ ହୋଇଯାଇଥିଲା । ସେହି ସ୍ଥାନରେ ଜୁଲାଇ ୧୨ ସୁଦ୍ଧା ୧୫.୨୨ ଲକ୍ଷ ଟଙ୍କାର ନୋଟ୍ ଭର୍ତ୍ତି କରାଯାଇଛି ।

ସୌଜନ୍ୟ: ପଂଜାବ କେଶରୀ