ରାସନକାର୍ଡଧାରୀଙ୍କୁ ସରକାରଙ୍କ ଝଟକା ! ଏଣିକି ଲୋକଙ୍କୁ ମିଳିବ ନାହିଁ କୌଣସି ସୁବିଧା

26

ଆପଣଙ୍କ ନିକଟରେ ବି ଯଦି ରାସନ କାର୍ଡ ରହିଛି ତେବେ ଏହା ଆପଣଙ୍କ ପାଇଁ ଏକ ଖରାପ ଖବର ହୋଇପାରେ । କାରଣ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଯୋଜନାର ଲାଭ ଏବେ ଆପଣଙ୍କୁ ଆଉ ମିଳି ନପାରେ । ଏପିଏଲ କାର୍ଡଧାରୀଙ୍କୁ ଡାୟରେକ୍ଟ ବିନାଫିଟ୍ ଟ୍ରାନ୍ସଫର ତଥା ଡିବିଟିର ଲାଭ ବିଳମ୍ବରେ ମିଳିପାରେ । କାହିଁକି ନା, ଏଯାବତ୍ ମାତ୍ର ୫୦ ପ୍ରତିଶତ କାର୍ଡ ହିଁ ବ୍ୟାଙ୍କ ଆକାଉଂଟ ସହ ଲିଙ୍କ ହୋଇପାରିଛି । ସର୍ବ ପ୍ରଥମେ ଏଠାରେ ଆମେ କହି ରଖୁଛୁ କି, ଏଭଳି ବ୍ୟବସ୍ଥାର ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ସରକାର ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ତ୍ରିବେନ୍ଦ୍ର ସିଂହ ସିଂ ରାୱତଙ୍କ ପକ୍ଷରୁ କୁହାଯାଇଛି କି , ଏପିଏଲ କାର୍ଡଧାରୀଙ୍କୁ ଡିଟିପିର ଲାଭ ଶୀଘ୍ର ମିଳିନପାରେ କାହିଁକି ନା, ଏଯାବତ୍ ରାଜ୍ୟର ୫୦ ପ୍ରତିଶତ କାର୍ଡ ହିଁ ବ୍ୟାଙ୍କ ଆକାଉଂଟ ସହିତ ଲିଙ୍କ ହୋଇପାରିଛି । ତେବେ ସର୍ବାଧିକ ୮୦ ପ୍ରତିଶତ କାର୍ଡ ବ୍ୟାଙ୍କ ଖାତା ସହିତ ଲିଙ୍କ ଚଂପାବତ ଜିଲ୍ଲାରେ ହୋଇପାରିଛି ।

ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ଏପିଏଲ ରାସନ କାର୍ଡଧାରୀଙ୍କୁ ରାଜ୍ୟ ଖାଦ୍ୟ ଯୋଜନା ଆଧାରରେ ଡିବିଟିର ଲାଭ ଗତବର୍ଷ ନଭେମ୍ବର ୧ରୁ ଆରମ୍ଭ କରିବା ନେଇ ଘୋଷଣା କରିଥିଲେ । ଯାହାଦ୍ୱାରା ଖାତାଧାରୀଙ୍କ ଖାତାରେ ମାସକୁ ୧୮୫ ଟଙ୍କା ଆସିବ , ଯାହାଦ୍ୱାରା କାର୍ଡଧାରୀମାନେ ବଜାରରୁ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ କିଣିପାରିବେ ।
ସୌଜନ୍ୟ: ଅମର ଉଜାଲା