ଯୋଗଗୁରୁଙ୍କ ବଡ ଘୋଷଣା: ପତଞ୍ଜଳି ପୋଷାକ ପାଇଁ ଖୋଲାଯିବ ୫ଶହରୁ ଅଧିକ ଦୋକାନ, କେବଳ ଏକ ମେଲରେ ହିଁ ଲୋକଙ୍କୁ ଦିଆଯିବ ସୁଯୋଗ

211

ଏଫଏମସିଜି ସେକ୍ଟରରେ ସ୍ଥିତି ଜାହିର କରିବା ପରେ ଯୋଗଗୁରୁ ବାବା ରାମଦେବ ଗାରମେଂଟ ଜଗତରେ ବି ଧମାଲ୍ କରିବାକୁ ଯାଉଛନ୍ତି । ଏଥିପାଇଁ ବାବା ରାମଦେବ ପତଞ୍ଜଳି ପରିଧାନ (ପତଞ୍ଜଳି ବ୍ରେଣ୍ଡର ପୋଷାକ ) ଲଂଚ କରିଛନ୍ତି । ପତଞ୍ଜଳି ଜିନ୍ସ ସହ ମାର୍କେଟରେ ପାରମ୍ପରିକ ପୋଷାକ ମିଳିବ । ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳିର ଆଉ ଏକ ପ୍ରଡକ୍ଟ ବଜାରରେ ପ୍ରବେଶ କରିବ । ପୂର୍ବରୁ ପତଞ୍ଜଳିର ଖାଦ୍ୟ ପଦାର୍ଥ, ବିୟୁଟି ପ୍ରଡକ୍ଟ, ସାମ୍ପୋ ଇତ୍ୟାଦି ବଜାରରେ ବେଶ୍ ଲୋକପ୍ରିୟ ହୋଇଛି । ଆଉ ଏବେ ପତଞ୍ଜଳି କମ୍ପାନୀର ପୋଷାକ ମାର୍କେଟକୁ ଆସିବ ।ପତଂଜଳି ପୋଷାକର ପ୍ରଥମ ଷ୍ଟୋର ହରିଦ୍ୱାରରେ ଆରମ୍ଭ ହୋଇଛି । ଯାହାର ଶୁଭାରମ୍ଭ ଖୋଦ ବାବା ରାମଦେବ ଶନିବାର କରିଛନ୍ତି । ଏହି ପତଂଜଳି ପୋଷାକର ସାରାରେ ଦେଶରେ ୬ଟି ଷ୍ଟୋର ରହିଛି । ଏହି ଅବସରରେ ବାବା ରାମଦେବ ଆଗୀମା ଦିନମାନଙ୍କରେ ଦେଶର ପାଖାପାଖି ୫୦ଟି ସହରରେ ପାଖାପାଖି ୫୦୦ରୁ ଅଧିକ ପତଂଜଳି ପୋଷାକ କେନ୍ଦ୍ର ଖୋଲିବାକୁ ଘୋଷଣା କରିଛନ୍ତି । ଏଭଳି ପରିସ୍ଥିତିରେ ଆପଣ ବି ବାବା ରାମଦେବଙ୍କ ପତଂଜଳି ପୋଷାକ କେନ୍ଦ୍ର ଖୋଲି ପ୍ରତିମାସ ଭଲ ଆୟ କରିପାରିବେ ।

ଯୋଗ୍ୟତା

ପତଂଜଳି ପୋଷାକ କେନ୍ଦ୍ର ଖୋଲିବା ପାଇଁ ପତଂଜଳି ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଯାହା ଅନୁସାରେ, ଇଚ୍ଛୁକ ବ୍ୟକ୍ତିଙ୍କ ନିକଟରେ ଷ୍ଟୋର ଖୋଲିବା ପାଇଁ ହେଲେ ୨ ହଜାର ବର୍ଗଫୁଟର କମର୍ସିଆଲ ପ୍ରପୋର୍ଟି ଥିବା ଆବଶ୍ୟକ । ଏହି ଜାଗା କୌଣସି ଜନଗହଳୀପୂର୍ଣ୍ଣ ସ୍ଥାନରେ ରହିଥିବା ଉଚିତ । ତେବେ ଯେଉଁ ଲୋକମାନଙ୍କ ପାଖରେ ନିଜର ଜାଗା ରହିଛି , ତାଙ୍କୁ ବେଶି ପ୍ରାଥମିକତା ଦିଆଯିବ । ଆପଣ ଜାଗା ଲିଜରେ ନେଇ ବି ଷ୍ଟୋର ଖୋଲିପାରିବେ । ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କି, ବାବା ରାମଦେବ ଆସ୍ଥା, ସଂସ୍କାର ଏବଂ ଲିଭଫିଟ୍ ବ୍ରାଣ୍ଡରୁ ପୋଷାକ ପ୍ରସ୍ତୁତ କରିଛନ୍ତି । ଆସ୍ଥା ଅନୁସାରେ ମହିଳାମାନଙ୍କ ପାଇଁ ପୋଷାକ, ସଂସ୍କାରରେ ପୁରୁଷ ଏବଂ ଲିଭଫିଟରେ ସ୍ପୋଟସ ଏବଂ ଯୋଗ ୱିୟର ଆଦି ପୋଷାକ ସାମିଲ ।

କିଭଳି କରିବେ ଯୋଗାଯୋଗ

ପତଂଜଳି ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, ପତଂଜଳି ପୋଷାକ କେନ୍ଦ୍ର ଖୋଲିବାକୁ ଇଚ୍ଛା ରଖିଥିବା ଲୋକ ସେମାନଙ୍କ ସହ ଯୋଗାଯୋଗ କରିପାରିବେ । ଇଚ୍ଛୁକ ବ୍ୟକ୍ତି ଉଭୟ ଇ-ମେଲ ଏବଂ ଫୋନ କଲ ଜରିଆରେ ବି ସଂପର୍କ କରିପାରିବେ । ସେହିପରି ଷ୍ଟୋର ସଂପର୍କିତ ସମସ୍ତ ସୂଚନା ଇ-ମେଲ ଆଇଡି enquiry@patanjaliparidhan.org ରେ ମେଲ ପଠାଇ ହାସଲ କରିପାରିବେ । ଏହାବ୍ୟତୀତ ଆପଣ ପତଂଜଳିର ଟୋଲ ଫ୍ରି ନମ୍ବରରେ ବି ଯୋଗାଯୋଗ କରିପାରିବେ ।

ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମିଳିବ ୨୫ ପ୍ରତିଶତ ରିହାତି

ବାବା ରାମଦେବ ପତଂଜଳି ପୋଷାକରେ ମକର ସଂକ୍ରାନ୍ତି ଯାଏଁ ୨୫ ପ୍ରତିଶତ ରିହାତି ଦେବାକୁ ଘୋଷଣା କରିଛନ୍ତି । ବାବା ରାମଦେବ କହିଛନ୍ତି କି, ପତଂଜଳି ନିକଟରେ ପୋଷାକରେ ୧୧୦୦ରୁ ଅଧିକ ବିକଳ୍ପ ଉପଲବ୍ଧ । ଯେଉଁଥିରେ ପୁରୁଷ, ମହିଳା ଏବଂ ଛୋଟ ପିଲାଙ୍କ ପସନ୍ଦକୁ ବେଶି ଗୁରୁତ୍ୱ ଦିଆଯାଇଛି । ସେହିପରି ପତଂଜଳି ଯୋଗପୀଠର ମହାମନ୍ତ୍ରୀ ତଥା ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି କି, ପତଂଜଳି ପୋଷାକର ଗୁଣବତା,ରଙ୍ଗ ଏବଂ ଡିଜାଇନ ହେଉଛି ବିଶ୍ୱସ୍ତରୀୟ ଏବଂ ଏହି ପୋଷାକ ବିଦେଶୀ ବ୍ରାଣ୍ଡଠାରୁ ଦୁଇରୁ ତିନି ଗୁଣା ଶସ୍ତା ।