ପାଶବିକତାର ସୀମା ଟପିଲା ମଣିଷ ! ୩ଦିନ ଧରି ଏକ କୁକୁରକୁ ଧର୍ଷଣ କରି ବନ୍ଧା ହେଲା ଅଟୋ ଚାଳକ

93

ମୋରୋକାରେ ଏକ ଗଧକୁ ଧର୍ଷଣ ପରେ ଏବେ ସାମ୍ନାକୁ ଆସିଛି ପୁଣି ଏକ ଚାଂଚଲ୍ୟକର ଖବର । ଏକ କୁକୁର ଛୁଆକୁ ଅକଥନୀୟ ଭାବେ ଯୌନ ନିର୍ଯ୍ୟାତନା ଦିଆଯାଇଥିବା ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ମନୁଷ୍ୟର ଏଭଳି ଘୃଣ୍ୟ କାର୍ଯ୍ୟକୁ ଆମେ କାମୁକତାର ଭୟାନକ ରୂପ କହିବା ନା ମାନସିକ ବିକାର ନା ଯୌନ କ୍ଷୁଧାର ମାୟାଜାଲ । ଏଭଳି ଏକ ଲଜ୍ଜାଜନକ ଘଟଣା ନିକଟରେ ମାୟାନଗରୀ ମୁମ୍ବାଇରେ ଆଲୋଡନ ସୃଷ୍ଟି କରିଛି । ମୁମ୍ବାଇର ଏକ କଲୋନିରେ କାର୍ଯ୍ୟରତ ଜଣେ ଜଗୁଆଳି ଏକ କୁକୁରକୁ ଯୌନ ନିର୍ଯ୍ୟାତନା ଦେଉଥିବା ଭଳି ଖବର ପ୍ରଘଟ ହେବା ପରେ ମୁମ୍ବାଇରେ ଦେଖାଦେଇଛି ତୀବ୍ର ଅସନ୍ତୋଷ ।

ସୂଚନା ମୁତାବକ, ମୁମ୍ବାଇର ଚେମ୍ବୁରନାକା ଅଂଚଳରେ ରହୁଥିବା ୪୧ ବର୍ଷୀୟ ରାମ ନରେଶ, ଯିଏକି ଦିନରେ ଅଟୋ ଚାଳକ ଭାବେ କାର୍ଯ୍ୟ କରୁଥିବାବେଳେ ରାତିରେ ଏକ କଲୋନୀରେ ଜଗୁଆଳ ଭାବେ କାମ କରେ । ତେବେ ବଡ କଥା ହେଲା , ରାମ ଦୀର୍ଘ ୩ ଦିନ ଧରି କଲୋନୀ ପରିସରରେ ଥିବା ଏକ ପରିତ୍ୟକ୍ତ ଶୌଚାଳୟରେ ଏକ କୁକୁରକୁ ବନ୍ଦୀ କରି ତାକୁ ଅକଥନୀୟ ଭାବେ ଯୌନ ନିର୍ଯ୍ୟାତନା ତଥା ଶାରୀରିକ ନିର୍ଯ୍ୟାତନା ଦେଉଥିଲା । ହେଲେ ରାମର ଏହି ତୁଚ୍ଛ କାମ ବେଶି ଦିନ ତିଷ୍ଠି ରହିପାରି ନଥିଲା । ରାମର ଏହି କାରନାମାକୁ କେହି ଦେଖି ପାରିନଥିଲେ ବି ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ ତାହା କଏଦ ହୋଇଯାଇଥିଲା । ଆଉ ଯାହାକୁ ଆଧାର କରି ପୋଲିସ ରାମକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଚେମ୍ବୁର ଥାନାଧିକାରୀଙ୍କ ସୂଚନା ମୁତାବକ, ସ୍ଥାନୀୟ ଲୋକେ ଏବଂ ପଶୁ ସୁରକ୍ଷା କର୍ମୀଙ୍କଠାରୁ ଖବର ପାଇ ପୋଲିସ ଗତ ଶୁକ୍ରବାର ରାମ ନରେଶକୁ ଗିରଫ କରିଥିଲା । ତେବେ ପ୍ରକୃତି ନିୟମ ବିରୋଧରେ ପଶୁମାନଙ୍କ ସହ ଯୌନ ସଂପର୍କ ରଖିବା ଭଳି ଘୃଣ୍ୟ କାର୍ଯ୍ୟ ପାଇଁ ଆଇପିସିର ଧାରା ୩୭୭ ଆଧାରରେ ଏକ ମାମଲା ରୁଜ୍ଜୁ କରାଯାଇ ରାମ ନରେଶକୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ମନୁଷ୍ୟର ଏଭଳି କାମନାର ଭୋକ ଆଉ କେତେ ଘୃଣ୍ୟ ରୂପ ନେବ ।

ସୌଜନ୍ୟ: ବ୍ଲାକବେଂଚର୍ସ