ନୂଆ ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି କି ? ସାବଧାନ, ମେସିନରେ ପସାଇବା କ୍ଷଣି ଭାଙ୍ଗି ଯାଇପାରେ ଆପଣଙ୍କ କାର୍ଡ, କିଭଳି କରିବେ ବ୍ୟବହାର ତାର ତରିକା ଜଣାଇଲା ବ୍ୟାଙ୍କ

458

ବର୍ତ୍ତମାନ ସୁଦ୍ଧା ଆପଣ ଚିପ୍ ଆଧାରିତ ଉଭୟ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ସଂପର୍କରେ ଭଲ ଭାବରେ ଅବଗତ ହୋଇସାରିଥିବେ । ଯାହାକୁ ନୂଆ ବର୍ଷ ତଥା ଜାନୁଆରୀ ୧ ତାରିଖରୁ କାର୍ଯ୍ୟକାରୀ କରିଦିଆଯାଇଛି । ଅର୍ଥାତ୍ ଏଣିକି ଆପଣଙ୍କୁ ପୁରୁଣା ମାଗ୍ନେଟିକ୍ ଷ୍ଟ୍ରିପ ଜାଗାରେ ଇଏମଭି ଚିପ କାର୍ଡର ବ୍ୟବହାର କରିବାକୁ ହେବ । କାହିଁକି ନା ପୁରୁଣା ମାଗ୍ନେଟିକ୍ ଷ୍ଟ୍ରିପ କାର୍ଡକୁ ବ୍ଲକ କରିଦିଆଯାଇଛି । ଏଥିସହିତ ହିଁ ଏଟିଏମର ବ୍ୟବହାରରେ ବି ପରିବର୍ତ୍ତନ ଅଣାଯାଇଛି । ଯାହା ସଂପର୍କରେ ଆମେ ନିମ୍ନରେ ବିସ୍ତାର ଭାବେ ଆଲୋଚନା କରିଛୁ ।

ନୂଆ ବର୍ଷରୁ ଆରମ୍ଭ ହେବା ପୂର୍ବରୁ ସରକାର ସମସ୍ତ ବ୍ୟାଙ୍କଠାରୁ ନିଜ ନିଜ ଗ୍ରାହକମାନଙ୍କର ଉଭୟ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡକୁ ସୁରକ୍ଷା ପାଇଁ ଅପଡେଟ୍ କରିବାକୁ କୁହାଯାଇଥିଲା । ଏହାପରେ ସରକାରୀ ନିର୍ଦ୍ଦେଶାନୁସାରେ ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ପୁରୁଣା କାର୍ଡ ଜାଗାରେ ନୂଆ କାର୍ଡ ଦେବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ପୁରୁଣା କାର୍ଡର ବୈଧତା କେବଳ ୩୧ ଡିସେମ୍ବର ୨୦୧୮ ସୁଦ୍ଧା ଥିଲା । ଅର୍ଥାତ୍ ଏହାପରେ ଆପଣ ବିନା ଇଏମଭି ଚିପ ବାଲା କାର୍ଡର ବ୍ୟବହାର କରିପାରିବେ ନାହିଁ । ନୂଆ ଚିପ ବିଶିଷ୍ଟ କାର୍ଡ ଆସିବା ପରେ ଏଟିଏମର ବ୍ୟବହାର କରିବାର ପ୍ରକ୍ରିୟାରେ ବି ପରିବର୍ତ୍ତନ ଅଣାଯାଇଛି ।

ଯଦି ଆପଣ ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ଏସଂପର୍କରେ ଜ୍ଞାନ ରହିବା ନିହାତି ଆବଶ୍ୟକ । ଆପଣ ଧ୍ୟାନ ଦେଇଥିବେ କି ଆଜିକାଲି ଏଟିଏମ ବ୍ୟବହାର କରିବା ସମୟରେ ଆପଣଙ୍କୁ କାର୍ଡ ପସାଇବା ସମୟରେ ଏଟିଏମରୁ ଲଗାଇ ରଖିବାକୁ ପଡିଥାଏ । ପୂର୍ବରୁ ୟୁଜରଙ୍କୁ କାର୍ଡ କେବଳ ଥରେ ଭେରିଫିକେସନ ପାଇଁ ହିଁ ସ୍ୱାଇପ କରିବାକୁ ପଡୁଥିଲା । ଏବେ ଆପଣଙ୍କୁ ପୂରା ଟ୍ରାନଜାକସନ ହେବା ଯାଏଁ କାର୍ଡକୁ ସେମିତି ସ୍ଲର୍ଟରେ ଲଗାଇ ରଖିବାକୁ ପଡିବ । ଯଦି ଆପଣ ଏହାକୁ ବାହାରକୁ କାଢିବାକୁ ଚେଷ୍ଟା କରିବେ ତେବେ ଏହାକୁ ବାହାର କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ । ନଚେତ୍ କହିବାକୁ ଗଲେ କାର୍ଡ ଖରାପ ହେବାର ଆଶଙ୍କା ମଧ୍ୟ ରହିଛି । ତେଣୁ ବ୍ୟାଙ୍କ ତରଫରୁ ଏସଂକ୍ରାନ୍ତରେ ବର୍ତ୍ତମାନ ଲୋକଙ୍କ ନିକଟକୁ ମେସେଜ ଜରିଆରେ ସଚେତନା କରାଗଲାଣି ।

ନୂଆ ନିୟମ ଅନୁସାରେ ଟ୍ରାନଜାକ୍ସନର ପୂରା ସମୟ କାର୍ଡକୁ ଏଟିଏମର କାର୍ଡ ସ୍ଲର୍ଟରେ ହିଁ ରଖିବାକୁ ହେବ । ଏଠାରେ କାର୍ଡ ଭିତରେ ଯିବା କ୍ଷଣି ହିଁ ଲାଲ ରଙ୍ଗର ଲାଇଟ୍ ଜଳିଉଠିବ ଏବଂ ଟ୍ରାନଜାକ୍ସନ ପ୍ରକ୍ରିୟା ଶେଷ ହେବା ପରେ ହିଁ କାର୍ଡ ସ୍ଲର୍ଟରେ ଗ୍ରୀନ ଲାଇଟ୍ ନଜର ଆସିବ । ଯଦି ଆପଣ କାର୍ଡକୁ ବାହାରକୁ ବାହାର କରିବାକୁ ଚେଷ୍ଟା କରିବେ ତେବେ ଏହାଦ୍ୱାରା ଆପଣଙ୍କ କାର୍ଡ ଖରାପ ହୋଇଯାଇପାରେ ବା ଭାଙ୍ଗି ଯାଇପାରେ ନଚେତ ଆପଣଙ୍କର ଟ୍ରାନଜାକସନ କ୍ୟାନସେଲ ହୋଇପାରେ । ଯଦି ଆପଣଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଏଟିଏମରେ ଏଭଳି କୌଣସି ପ୍ରକ୍ରିୟା ନାହିଁ ତେବେ ଏବେ ନୂଆ ଫିଚରରେ ଏଟିଏମ ଅପଡେଟ ହୋଇନାହିଁ । କିନ୍ତୁ ଖୁବ୍ ଶୀଘ୍ର ହିଁ ନୂଆ ସିକ୍ୟୁରିଟି ମେଥଡରେ ଏହାକୁ ଅପଡେଟ୍ କରିଦିଆଯିବ ।