ସାବଧାନ ! ଏବେ ଏଟିିଏମରୁ ବି ବାହାରୁଛି ନକଲି ନୋଟ୍ । ପକେଟରେ ରଖିବା ପୂର୍ବରୁ ଥରେ ଯାଂଚ କରିନିଅନ୍ତୁ କି ଉଠାଇଥିବା ଟଙ୍କାରେ କିଛି ଏଭଳି ଲେଖାଯାଇନି ତ

41

ଆଜିର ଦିନରେ ଟଙ୍କା ଉଠାଇବାକୁ ହେଲେ ଲୋକଙ୍କୁ ଆଉ କୌଣସି ବ୍ୟାଙ୍କର ଚକ୍କର କାଟିବାକୁ ପଡୁନାହିଁ । କାରଣ ଆମେ ଯେତେବେଳେ ଚାହିଁବା ଆଉ ଯେତେ ଚାହିଁବା ଏଟିଏମରୁ ଟଙ୍କା ଉଠାଇ ପାରୁଛେ । ହେଲେ ଆପଣ କେବେ ଚିନ୍ତା କରିଛନ୍ତି କି, ଆମେ ଏଟିଏମରୁ ଯେଉଁ ଟଙ୍କା ଉଠାଉଛନ୍ତି ତାହା କଣ ବାସ୍ତବରେ ଅସଲି ? କାରଣ ଆମର ବିଶ୍ୱାସ ରହିଛି କି ଏଟିଏମରୁ ବାହାରୁଥିବା ଟଙ୍କାଗୁଡିକ ସବୁ ଅସଲି । କିନ୍ତୁ ଏଭଳି ଚିନ୍ତା କରିବା ଆମର ଏକ ବଡ ଭୁଲ୍ । ତେବେ କାହିଁକି ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ ।

ସୂଚନା ମୁତାବକ, ଉତ୍ତର ପ୍ରଦେଶର ଏକ ଜିଲ୍ଲାରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯାହା ସଂପର୍କରେ ଆପଣ ଯଦି ଜାଣିବେ ତେବେ ଆପଣଙ୍କର ହୋସ୍ ଉଡିଯିବ । ଘଟଣାଟି ହେଲା କି, ଏହି ଅଂଚଳରେ ଥିବା ଏକ ଏଟିଏମରୁ ବାହାରି ଥିଲା ୫୦୦ଟଙ୍କିଆ ନକଲି ନୋଟ୍ । ଆଜ୍ଞା ହଁ ! ନକଲି ନୋଟ୍ । କେଉଁଥିରେ ଭାରତୀୟ ମନୋରଂଜନ ବ୍ୟାଙ୍କ ଲେଖାଯାଇଛି ତ ପୁଣି କେଉଁଥିରେ ଚୂନ ଲାଗିଛି । ଆଉ କେତେକ ଟଙ୍କାରେ ତ ଚିଲଡ୍ରେନ ବ୍ୟାଙ୍କ ଅଫ ଇଣ୍ଡିଆ ବି ଲେଖାଯାଇଛି । ବଡକଥା ହେଲା କି , ଏଭଳି ନୋଟ୍ କେବଳ ଜଣିଏ ଲୋକଙ୍କୁ ମିଳିନଥିଲା ବରଂ ଏହି ଏଟିଏମରୁ ଯେତେଜଣ ବି ଟଙ୍କା ଉଠାଇଥିଲେ ତାଙ୍କୁ ଏଭଳି ନୋଟ୍ ମିଳିଥିବା ଅଭିଯୋଗ ହୋଇଛି । ସମସ୍ତ ନକଲି ନୋଟ୍ ୫୦୦ଟଙ୍କିଆ ଭଳି ହିଁ ଥିଲା । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ବେଗରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ୟକ୍ତି ଏଟିଏମରୁ ହଜାରେ ଟଙ୍କା ଉଠାଇବା ପାଇଁ ଟାଇପ୍ କରିଛନ୍ତି ଏବଂ ତାଙ୍କୁ ୨ଟି ୫ଶହ ଟଙ୍କିଆ ମିଳିଛି । ଆଉ ହେି ଦୁଇଟି ୫୦୦ଟଙ୍କିଆ ନୋଟ୍ ମଧ୍ୟରୁ ଗୋଟିଏ ନୋଟ୍ ନକଲି ଥିଲା । ଯେଉଁଥିରେ ଚିଲଡ୍ରେନ ବ୍ୟାଙ୍କ ଅଫ ଇଣ୍ଡିଆ ଲେଖାଯାଇଛି । ଏଠାରେ ଆମେ କହି ରଖୁଛୁ କି, ଏଭଳି ଘଟଣା ଘଟିବା କୌଣସି ନୂଆ ଘଟଣା ନୁହେଁ ବରେ ପୂର୍ବରୁ ବି ଏଭଳି ଘଟଣା ସାମ୍ନାକୁ ଆସିସାରିଛି ।

ତେବେ ଏହି ନକଲି ନୋଟ ଅସଲି ୫୦୦ ଟଙ୍କିଆ ନୋଟ୍ ଭଳି ଏକଦମ ସମାନ । ଯେଉଁ ଏଟିଏମରୁ ଏଭଳି ନୋଟ୍ ବାହାରିଥିଲା ତାହା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରର ଥିଲା । ଏବେ ପ୍ରଶ୍ନ ଉଠୁଛି କି ଏହି ନକଲି ନୋଟ୍ ଏଟିଏମରେ କିଏ ଭରିଲା? ଯଦି ବ୍ୟାଙ୍କ କର୍ମଚାରୀ ଏହଭଳି ନୋଟ୍ ଭରିଛନ୍ତି ତେବେ ଏହା କିଭଳି ସମ୍ଭବ ହେଲା ? କଣ ବ୍ୟାଙ୍କ ଏହି ନକଲି ନୋଟ୍ କାରବାରରେ ସାମିଲ ଅଛି କି ? ଏଭଳି ଅନେକ ପ୍ରଶ୍ନ ଏବେ ସଭିଙ୍କ ମନରେ ଉଙ୍କିମାରୁଥିବ ନିଶ୍ଚୟ ।

ବଡ କଥା ହେଲା, ଏହି ସମସ୍ତ ନୋଟ୍ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପରିବର୍ତ୍ତେ ଅନ୍ୟ କିଛି ଲେଖା ଯାଇଥିଲା । ଏହାର ସିଲିଏଲ ନମ୍ବରରେ ମଧ୍ୟ ଲଗାତର ଭାବରେ ଜିରୋ ଲେଖାଯାଇଛି । ଯେଉଁଠି ‘ମୁଁ ଧାରକଙ୍କୁ ୫୦୦ଟଙ୍କା ପ୍ରଦାନ କରୁବାକୁ ପ୍ରତିଶ୍ରୁତି ଦେଉଛି’ ଭଳି କିଛି ଲାଇନ ମଧ୍ୟ ଲେଖା ଯାିଛି । ସେହିପରି ଟଙ୍କା ଜାଗାରେ କୁପନ୍ ଲେଖା ଯାଇଛି । ସାଇଟରେ ଚୁରନ ଲେବୁଲ ମଧ୍ୟ ଲେଖାଯାଇଛି । ତେଣୁ ଯଦି ଆପଣ ଏଥିପ୍ରତି ସଜାଗ ନ ରହିବେ ତେବେ ଆପଣ ବି ଏହାର ଶିକାର ହୋଇପାରନ୍ତି ।