ଏଣିକି ଏଟିଏମ କାର୍ଡ କରିବ ନିଜର ସୁରକ୍ଷା ! ଜାଣନ୍ତୁ ଆପଣ ବ୍ୟବହାର କରୁଥିବା ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡରେ ରହିଛି କି ପ୍ରକାର ସୁବିଧା

12

ଆପଣଙ୍କ ପକେଟରେ ଥିବା ଏଟିଏମ କାର୍ଡରେ ଏଭଳି ଏକ ନୂଆ ଫିଚର ଯୋଡି ହୋଇ ରହିଛି ଯାହା ସଂପର୍କରେ ଆପଣଙ୍କୁ ବୋଧହୁଏ ବେଶି କିଛି ଜଣା ନଥିବ । ଆଉ ଏସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ । ତେବେ ପଢନ୍ତୁ ପୂରା ଏହି ରିପୋର୍ଟ . . .

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତଥା ଏସବିଆଇ ନିଜ ଗ୍ରାହକମାନଙ୍କୁ ବିଭିନ୍ନ ଠକାମୀ କବଳରୁ ସୁରକ୍ଷିତ ରଖିବା ପାଇଁ ଏକ ନୂଆ ସେବା ଆରମ୍ଭ କରିଛି । ତେଣୁ ଯଦି ଉପଭୋକ୍ତାଙ୍କ ନିକଟରେ କୌଣସି ସ୍ମାର୍ଟଫୋନ ଥାଏ ତେବେ ସେମାନେ ନିଜ ମୋବାଇଲ ଜରିଆରେ ନିଜର ଏଟିଏମ କାର୍ଡକୁ ଅନ-ଅଫ କରିପାରିବେ । ଏଥିପାଇଁ ନିଜ ଫୋନରେ ଏସବିଆଇ କ୍ୱିକ୍ ଆପଟିକୁ ବ୍ୟାଙ୍କରେ ପଂଜିକୃତ ମୋବାଇଲ ନମ୍ବରରେ ହିଁ ଡାଉନଲୋଡ କରିବାକୁ ହେବ । ଏବଂ ଡାଉନଲୋଡ କରିସାରିବା ପରେ ଏଥିରେ ପଂଜିକରଣ କରିବାକୁ ହେବ । ଏଥିସହିତ ଏଥିରେ ଯେଉଁ ନମ୍ବରରେ ଆପଣ ନେଟ୍ ବ୍ୟାଙ୍କିଂ କରୁଥିବେ ସେହି ନମ୍ବରଟିକୁ ଦେବାକୁ ହେବ ।

ଏସବିଆଇ କ୍ୱିକରୁ ସବୁ ସମସ୍ୟାର ହେବ ସମାଧାନ

ଏହି ଆପଟିର ନାଁ ଏସବିଆଇ ରଖିଛି କ୍ୱିକ୍ । ବ୍ୟାଙ୍କ ଏହି ଆପଟିକୁ ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ ଭର୍ସନରେ ଲଂଚ କରିଛି । ବ୍ୟାଙ୍କ ସୂଚନା ଅନୁସାରେ, କୌଣସି ବି ଗ୍ରାହକ ଏହି ଆପ ଜରିଆରେ ନିଜର କାର୍ଡକୁ କଂଟ୍ରୋଲ କରିପାରିବେ । ସେହିପରି ଏହି ଆପ ସହାୟତାରେ ଏଟିଏମ ପିନକୁ ବି ଜେନରେଟ କରିପାରିବେ ।

କିପରି କରିବେ ରେଜିଷ୍ଟ୍ରେସନ

ଏହି ଆପଟିକୁ ଆରମ୍ଭ କରିବାକୁ ହେଲେ ସର୍ବ ପ୍ରଥମେ ଆପଣଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ଆପର ରେଜିଷ୍ଟ୍ରେସନ ଆପ ଫିଚରକୁ ଯାଇ ଯେଉଁ ନମ୍ବରରେ ଆପଣ ଆପଟିକୁ ଡାଉନଲୋଡ କରିଥିବେ, ତାକୁ ଏଠାରେ ଏଂଟର କରିବାକୁ ପଡିବ । ଏହାପରେ ଆପଣଙ୍କର ରେଜିଷ୍ଟ୍ରେସନ ହୋଇଯିବ ।

ଏସଏମଏସ ଜରିଆରେ ମିଳିବ ସୂଚନା

ଯଦି ଆପଣ ଏସଏମଏସ ଜରିଆରେ ନିଜର କାର୍ଡକୁ ବ୍ଲକ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ BLOCK– space– ଡେବିଟ କାର୍ଡର ଶେଷ ୪ ଡିଜିଟ ଲେଖ. ତାକୁ ୫୬୭୬୭୬ ନମ୍ବରରେ ପଠାଇବାକୁ ପଡିବ । ସେହିପରି ଏଟିଏମ କାର୍ଡରୁ ହେଉଥିବା ଟ୍ରାଂଜାକ୍ସନକୁ ବି ଆପଣ ଏହି ଆପ ଜରିଆରେ ହିଁ ଅନ-ଅଫ କରିପାରିବେ । ଏହି ଆପ ଜରିଆରେ ଏଟିଏମ, ସ୍ୱାଇପ ଅଫ ସେଲ, ଇ-କମର୍ସ ଏବଂ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ଟଙ୍କା କାରବାରକୁ ଗୋଟିଏ କ୍ଲିକରେ ହିଁ ବନ୍ଦ ଏବଂ ଚାଲୁ କରିପାରିବେ । ଯଦି ଆପଣଙ୍କ ନିକଟରେ କୌଣସି ସ୍ମାର୍ଟଫୋନ ନାହିଁ ତେବେ ଆପଣ ଏହାକୁ ଏସଏମଏସ କରି ମଧ୍ୟ ଲାଭ ଉଠାପାରିବେ ।

ଯଦି ଆପଣ ମେସେଜରୁ ଏହି ସୁବିଧାକୁ ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ SMS ୦୯୨୨୩୫୮୮୮୮୮ରେ ପଠାଇବାକୁ ପଡିବ । ତେବେ ମେସେଜ ପଠାଇବାର ସଂପୂର୍ଣ୍ଣ ପ୍ରକ୍ରିୟା ଆମେ ନିମ୍ନରେ ଆଲୋଚନା କରିଛୁ ।

ଏଟିଏମ ଟ୍ରାଂଜାକ୍ସନ

ସୁଇଚ୍ ଅନ ପାଇଁ- SWONATM– space–  କାର୍ଡର ଶେଷ ୪ଟି ନମ୍ବର

ସୁଇଚ୍ ଅଫ ପାଇଁ- SWOFFATM– space– କାର୍ଡର ଶେଷ ୪ଟି ନମ୍ବର

ପିଓଏସ

ସୁଇଚ୍ ଅନ ପାଇଁ- SWONPOS– space–କାର୍ଡର ଶେଷ ୪ଟି ନମ୍ବର

ସୁଇଚ୍ ଅଫ ପାଇଁ- SWOFFPOS– space–କାର୍ଡର ଶେଷ ୪ଟି ନମ୍ବର

ଇ-କମର୍ସ

ସୁଇଚ୍ ଅନ ପାଇଁ- SWONECOM– space–କାର୍ଡର ଶେଷ ୪ଟି ନମ୍ବର

ସୁଇଚ୍ ଅଫ ପାଇଁ- SWOFFECOM– space–କାର୍ଡର ଶେଷ ୪ଟି ନମ୍ବର

ଇଂଟରନ୍ୟାସନାଲ ଟ୍ରାଂଜାକ୍ସନ

ସୁଇଚ୍ ଅନ ପାଇଁ- SWONINTL– space–  କାର୍ଡର ଶେଷ ୪ଟି ନମ୍ବର

ସୁଇଚ୍ ଅଫ ପାଇଁ- SWOFFINTL– space–କାର୍ଡର ଶେଷ ୪ଟି ନମ୍ବର

ଡେମୋଷ୍ଟିକ ଟ୍ରାଂଜାକ୍ସନ

ସୁଇଚ୍ ଅନ ପାଇଁ- SWONDOM– space–କାର୍ଡର ଶେଷ ୪ଟି ନମ୍ବର

ସୁଇଚ୍ ଅଫ ପାଇଁ- SWOFFDOM– space–କାର୍ଡର ଶେଷ ୪ଟି ନମ୍ବର

ରହିବ ନାହିଁ କୌଣସି ପ୍ରକାରର ଫାଇନାନ୍ସ ଟ୍ରାଂଜାକ୍ସନ

ତେବେ ବ୍ୟାଙ୍କ ତରଫରୁ ଏନେଇ ସ୍ପଷ୍ଟ କରିଦିଆଯାଇଛି କି, ଏହି ଆପ ଜରିଆରେ କୌଣସି ବି ଖାତାଧାରକ କୌଣସି ପ୍ରକାରର ଫାଇନାନ୍ସିଆଲ ଟ୍ରାଂଜାକ୍ସନ କରିପାରିବେ ନାହିଁ । ଏହାଦ୍ୱାରା କେବଳ ବ୍ୟାଙ୍କର ସେବାଗୁଡିକ ସଂପର୍କରେ ସୂଚନା ମିଳିବ । ଯାହାକୁ ଗ୍ରାହକ ଏଟଏମକୁ ଯାଇ ପାଇଥାନ୍ତି । ଏହି ଆପରେ ଆପଣଙ୍କୁ ବ୍ୟାଙ୍କର ୟୁଜର ନେମ ଏବଂ ପାସୱାର୍ଡ ଦେବାକୁ ପଡିବ ନାହିଁ । କେବଳ ବ୍ୟାଙ୍କରେ ରେଜିଷ୍ଟର୍ଡ ହୋଇଥିବା ମୋବାଇଲ ନମ୍ବରର ଆବଶ୍ୟକତା ପଡିବ ।

Comments are closed.