ହୁସିଆର୍ ! ଅଭିନବ ଢଙ୍ଗରେ ଚାଲିଛି ଏଟିଏମରୁ ଲୁଟ୍ , ଲୋକଙ୍କ ଆଖି ସାମ୍ନାରେ ହିଁ ହେଉଛି ପୂରା ଖେଳ, ଆପଣ ବି ହୋଇପାରନ୍ତି ଏହାର ଶିକାର

41

ଏଟିଏମ କାର୍ଡ ଏବେ ଯେ କେହି ବି ବ୍ୟବହାର କରୁଛନ୍ତି । ଏଥିସହିତ ଅପରାଧୀକ ମାମଲା ମଧ୍ୟ ଦିନକୁ ଦିନ ବଢି ଚାଲିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ଲୁଟ୍ ଆପଣଙ୍କ ଆଖି ସାମ୍ନାରେ ହେଉଛି ହେଲେ ଏନେଇ ଆପଣଙ୍କ ପାଖରେ ସାମାନ୍ୟତମ ସୂଚନା ନାହିଁ । ଆଜି ଆମେ ଆପଣଙ୍କୁ ଜଣାଇବୁ କି କିଭଳି ଲୁଟେରା ମାନେ ଅଭିନବ ଉପାୟରେ ଏଟିଏମରୁ ଲୁଟ୍ ଚଳାଇଛନ୍ତି । ତେବେ ଆସନ୍ତୁ ଜାଣିବା ଏସଂପର୍କରେ…

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଆପଣଙ୍କ ଏଟିଏମ ଏବଂ କ୍ରେଡିଟ କାର୍ଡରେ ମ୍ୟାଗ୍ନେଟିକ ଡାଟା ବ୍ୟବହାର କରାଯାଉଛି । ଯାହାଦ୍ୱାରା ଆପଣଙ୍କର ଟଙ୍କାକୁ ହଡପ କରାଯାଇପାରିବ । ବଡ କଥା ହେଲା କି, ଏସଂପର୍କରେ କାହାକୁ ବି ସାମାନ୍ୟତମ ସୁରାକ୍ ମିଳିପାରୁ ନାହିଁ । ଲୁଟେରାମାନେ ସ୍କିମର ଏବଂ ପେନ ଡ୍ରାଇଭ ଜରିଆରେ ପୂରା ଖେଳ ଖେଳିଥାନ୍ତି । ଏଟିଏମରେ ସ୍କିମର ଲଗାଇଥାନ୍ତି । ଏହି ସ୍କିମର ଯେତେବେଳେ ଆପଣ ଟଙ୍କା ଉଠାଇବାକୁ ଯାଉଛନ୍ତି ସେତେବେଳେ ଏହି ମାଗ୍ନେଟିକ୍ ଷ୍ଟ୍ରିପରୁ ସମସ୍ତ ଡାଟା ରିଡ କରିନେଇଥାଏ ।ଏଟିଏମ ମେସିନର କି-ପାଡ୍ ଉପରେ Levrel device ଲଗାଯାଇଥାଏ । ଯାହାକି ଆପଣଙ୍କର ଏଟିଏମର ପିନ କ୍ୟାପଚର କରିଦେଇଥାଏ । ବଡ କଥା ହେଲା, ଏସବୁ ଘଟଣା ଆପଣଙ୍କ ଆଖି ସାମ୍ନାରେ ହିଁ ହୋଇଥାଏ ଆଉ ଏବିଷୟରେ ଆପଣଙ୍କୁ ଟିକିଏ ବି ଆଭାସ୍ ହୋଇନଥାଏ ।

ସାବଧାନତା

• ସର୍ବ ପ୍ରଥମେ ଏଟିଏମ ଯେତେବେଳେ ଆପଣ ଟଙ୍କା ଉଠାଇବାକୁ ଯାଉଛନ୍ତ ସେତେବେଳେ ଆପଣଙ୍କୁ କିଚି ସାବଧାନତା ଅବଲମ୍ବନ କରନ୍ତୁ । ଏହି ସମୟରେ ଧ୍ୟାନ ରଖିବେ କି ସେଠାରେ ଯେପରି କ୍ୟାମେରା ଲଗାଯାଇଥିବ ଏଥିସହିତ ହିଁ ସେଠାରେ ଗାର୍ଡ ମଧ୍ୟ ଉପସ୍ଥିତି ଥିବା ଉଚିତ । ଏହାଦ୍ୱାରା ଆପଣଙ୍କର ସୁରକ୍ଷା ବଢିଯିବ । ଏଥିସହିତ ହିଁ ଯଦି ସେଠାରେ କୌଣସି ଗଡବଡି ହୁଏ ତେବେ ଆପଣ ସିସିଟିଭିରୁ ଏସଂପର୍କରେ ଯାଂଚ କରିପାରିବେ ।

• କାର୍ଡ ସ୍ୱାଇପ କରିବା ସମୟରେ ଧ୍ୟାନ ରଖିବେ କି, ଏହି ମେସିନର ତଳେ କିଛି ଲଗାଯାଇ ନାହିଁ ତ । ଯଦି ଆପଣଙ୍କୁ କିଛି ବି ଅଲଗା ଲାଗେ ତେବେ ଆପଣ କାର୍ଡ ସ୍ୱାଇପ୍ କରନ୍ତୁ ନାହିଁ । ଏଥିସହିତ ହିଁ ନିଜ ମୋବାଇଲରେ ଆସୁଥିବା ମେସେଜକୁ ବି ଚେକ୍ କରନ୍ତୁ ।

• ସେହିପରି ଟ୍ରାନଜାକସନ କରିବା ସମୟରେ ମେସିନର ପ୍ୟାଡ ଉପରେ ହାତକୁ ଢାଂକି ଦିଅନ୍ତୁ । ଏହାଦ୍ୱାରା କୌଣସି ବି ସ୍କିମର ଆପଣଙ୍କର ପିନ କିମ୍ବା ଡାଟା ଦେଖିପାରିବେ ନାହିଁ । ଏହାପରେ ଯେତେବେଳେ ଏଟିଏମରୁ ଟଙ୍କା ଉଠାଇବା ସେତେବେଳେ ସେଠାରୁ ବାହାରିବା ସମୟରେ ଟ୍ରାନଜାକସନର ରସିଦ ନିଶ୍ଚୟ ଆଣନ୍ତୁ ।