ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି କି? ତେବେ କୌଣସି ଦୁର୍ଘଟଣା ଘଟିଲେ ଆପଣଙ୍କୁ ବି ମିଳିବ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ, ଅଧିକ ଜାଣିବା ପାଇଁ ପଢନ୍ତୁ ପୂରା ଖବର

6

ସାଧାରଣତଃ ବ୍ୟାଙ୍କରେ ଆକାଉଂଟ ଖୋଲିବା ମାତ୍ରେ ହିଁ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ଏକ ଏଟିଏମ କାର୍ଡ ପ୍ରଦାନ କରାଯାଇଥାଏ । ଯାହା ଜରିଆରେ ଗ୍ରାହକ ଏଟିଏମ ମେସିନରୁ ଯେତେବେଳେ ଚାହିଁବେ ନିଜ ଖାତାରୁ ଟଙ୍କା ଉଠାଇପାରିବେ । ସେହିପରି ଏଟିଏମ ଆମର ଅନେକ ସାରା ଗୁରୁତ୍ୱପୂର୍ଣ୍ଣ କାମକୁ ବି ସହଜ କରିଦେଇଥାଏ । ଆପଣ ଏହି କାର୍ଡ ଜରିଆରେ ସପିଂଠାରୁ ଆମମ୍ଭ କରି ଅନେକ ଗୁରୁତ୍ୱପୂର୍ଣ୍ଣ କାମ ବି କରିପାରିବେ । ହେଲେ ଆପଣଙ୍କୁ ବୋଧହୁଏ ଜଣାନଥିବ କି ଏଟିଏମକାର୍ଡ ଧାରକଙ୍କୁ ଇନସ୍ୟୁରାନ୍ସ କଭର ମଧ୍ୟ ମିଳିଥାଏ । ଯଦି ଆପଣ ଏକଥା ଜାଣି ନାହାଁନ୍ତି ତେବେ ଏହି ଖବର ଆପଣଙ୍କ କାମରେ ନିହାତି ଆସିବ । ତେବେ କିପରି ଜାଣିବା ପାଇଁ ପଢନ୍ତୁ ପୂରା ରିପୋର୍ଟ ।

ଇନସ୍ୟୁରାନ୍ସ କଭରର ପରିସୀମା

ପାଖାପାଖି ସମସ୍ତ ବ୍ୟାଙ୍କ ତେବେ ସେ ସରକାରୀ ହେଉ ଅବା ବେସରକାରୀ ବ୍ୟାଙ୍କ, ଖାତାରେ ଗ୍ରାହକଙ୍କୁ ଆକ୍ସିଡେଂଟିଆଲ କଭର କିମ୍ବା ଆକ୍ସିଡେଂଟାଲ ଡେଥ କଭର ଦେଇଥାନ୍ତି । ଏହି କ୍ରାଇଟେରିଆ ଭିତରେ ଯାଉଥିବା ବୀମାରାଶିର ରେଂଜ ୫୦ ହଜାରରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ତେବେ କିଛି ବ୍ୟାଙ୍କ କ୍ରେଡିଟ୍ କାର୍ଡ ଉପରେ ବି ବୀମାରାଶି ସୁବିଧା ଦେଇଥାନ୍ତି । ଏଥିପାଇଁ ଆପଣଙ୍କୁ ନିଜ ବ୍ୟାଙ୍କ ଖାତା ଚାଲୁ ରଖିବାକୁ ପଡିବ ।

ଯଦି କୌଣସି ଏଟିଏମ କାର୍ଡ ଧାରକଙ୍କ ମୃତ୍ୟୁ ହୋଇଯାଏ ତେବେ ତାଙ୍କ ପରିଜନଙ୍କୁ ୨ରୁ ୫ ମାସକ ଭିତରେ ବ୍ୟାଙ୍କର ବ୍ରାଂଚକୁ ସୂଚନା ଦେବାକୁ ପଡିବ, ଯେଉଁଠି ତାଙ୍କର ଖାତା ଥିବ । ସେହି ବ୍ରାଂଚରେ କ୍ଷତିପୂରଣର ଆପ୍ଲିକେସନ ଦେବାକୁ ପଡିବ । କ୍ଷତିପୂରଣ ଦେବା ପୂର୍ବରୁ ବ୍ୟାଙ୍କ ଚେକ୍ କରିବ କି ସମ୍ବନ୍ଧିତ ବ୍ୟକ୍ତି ଜଣକ ୬୦ ଦିନ ଭିତରେ କୌଣସି ଆର୍ଥିକ କାରବାର କରିଛନ୍ତି କି ନାହିଁ । ଏହି ଇନସ୍ୟୁରାନ୍ସ ଆଧାରରେ ବିକଳାଙ୍ଗଠାରୁ ଆରମ୍ଭ
ମୃତ୍ୟୁ ହେବା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ପ୍ରକାରର କ୍ଷତିପୂରଣ ବାବଦକୁ ଟଙ୍କା ମିଳିଥାଏ । ଖାଲି ଖାଲି ଏତିକି ନୁହେଁ ଆପଣ ବ୍ୟାଙ୍କକୁ ଯାଇ ଏହା ଜାଣିବାକୁ ପଡିବ କି ଆପଣଙ୍କର କାର୍ଡରେ କେତେ ବୀମା କଭର ମିଳୁଛି ।

କ୍ଲେମ ପାଇଁ ଦେବାକୁ ପଡିବ କି ଦସ୍ତାବିଜ

ଏଭଳି ଭାବରେ ଇନସ୍ୟୁରାନ୍ସ କ୍ଲେମ ପାଇଁ ଯେଉଁ ବ୍ୟକ୍ତିଙ୍କର ଆକ୍ସିଡେଂଟ ହୋଇଥିବ କିମ୍ବା ମୃତକ ସହ ଜଡିତ ସମସ୍ତ ଦସ୍ତାବିଜ ଥିବା ନିହାତି ଜରୁରୀ । ସମ୍ବନ୍ଧିତ ବ୍ୟକ୍ତି ଯଦି ମେଡିକାଲରେ ଭର୍ତି ଥିବେ ତେବେ ତାଙ୍କର ସମସ୍ତ ମେଡିକାଲ ଡକ୍ୟୁମେଂଟ ମଧ୍ୟ ଦେବାକୁ ପଡିବ । ଏହାଛଡା ଯଦି ତାଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କର ପୋଷ୍ଟ ମର୍ଟମ ରିପୋର୍ଟ, ପୁଲିସ ରିପୋର୍ଟ, ଡେଥ୍ ସାର୍ଟିଫିକେଟ ଏବଂ ଡ୍ରାଇଭିଂ ଲାଇସେମନ୍ସ ମଧ୍ୟ ଦେବାକୁ ପଡିବ ।

Comments are closed.