ମାତ୍ର ୨୫୦ ଟଙ୍କା ଜମା କରି ଭରନ୍ତୁ ଏହି ଫର୍ମ..ସାରା ଜୀବନ ପ୍ରତିମାସ ୫ ହଜାର ଟଙ୍କା ଲେଖାଏଁ ଦେବେ ସରକାର

2,288

ଯଦି ଗୋଟିଏ ମାସରେ ଗୋଟିଏ ସିନେମା ଟିକେଟ କିମ୍ବା ଥରକର ହୋଟେଲ ଖର୍ଚ୍ଚ ସଂଚୟ କରି ସରକାରଙ୍କର ଏକ ବିଶେଷ ଯୋଜନାରେ ଆପଣ ଏହି ଟଙ୍କାକୁ ନିବେଶ କରନ୍ତି ତେବେ ଆପଣଙ୍କର ଭବିଷ୍ୟତ ଅତ୍ୟନ୍ତ ସୁଖମୟ ହୋଇପାରେ । ଆପଣ ଏଭଳି ବି ଭାବିପାରିବେ କି, ଏହାଦ୍ୱାରା ଆଜୀବନ ଆପଣଙ୍କର ଇନକମର ଏକ ଭଲ ଜରିଆ ମିଳିଯିବ ବୋଲି । ଆମେ ଏଠାରେ ସରକାରଙ୍କର ଏଭଳି ଏକ ଯୋଜନା ସଂପର୍କରେ ଆଲୋଚନା କରିଛୁ , ଯେଉଁଥିରେ ଆପଣଙ୍କୁ ମାସିକ ମାତ୍ର ୨୫୦ ଟଙ୍କା ନିବେଶ କରିବାକୁ ପଡିବ ।  ଯାହାଦ୍ୱାରା ଆପଣଙ୍କର ଆଗାମୀ ଭବିଷ୍ୟତ ସୁଖମୟ ହେବ । ତେବେ ଆସନ୍ତୁ ଜାଣିବା ସରକାରଙ୍କର ଏହି ବିଶେଷ ଯୋଜନା ସଂପର୍କରେ..

ଅଧିକାଂଶ ଲୋକଙ୍କର କ୍ୟାରିୟର ଆରମ୍ଭ ହୋଇଥାଏ ୨୦ ବର୍ଷରୁ,  ସେହିପରି କିଛି ଲୋକ ଅଧିକ ବୟସରେ କ୍ୟାରିୟର ଆରମ୍ଭ କରିଥାନ୍ତି ।  ହେଲେ ଭଲ କଥା ହେଲା କି, ଏହି ସରକାରୀ ସ୍କିମରେ ୧୮ ବର୍ଷରୁ ୪୦ ବର୍ଷ ବୟସ ଭିତରେ ରହିଥିବା କୌଣସି ବ୍ୟକ୍ତି ସାମିଲ ହୋଇପାରିବେ । କିନ୍ତୁ ସେ ଜଣେ ଭାରତୀୟ ନାଗରିକ ହୋଇଥିବା ଦରକାର ।  ଏଥିରେ ଚାକିରିଆ ବି ସାମିଲ ହୋଇପାରିବେ, ବ୍ୟବସାୟୀ କିମ୍ବା ଚାକିରି କରୁନଥିବା ବ୍ୟକ୍ତି ବି ସାମିଲ ହୋଇପାରିବେ ।

ଆମେ ଏଠାରେ ଆପଣଙ୍କକୁ ସରକାରଙ୍କ ଅଟଳ ପେନସନ ଯୋଜନା ସଂପର୍କରେ ଆଲୋଚନା କରୁଛୁ । ଏହି ଯୋଜନାରେ ସାମିଲ ହେବା ପାଇଁ ବ୍ୟାଙ୍କରେ ଆପଣଙ୍କର ଏକ ସଂଚୟ ଖାତା ଏବଂ ଆଧାରକାର୍ଡ ଥିବା ନିହାତି ଆବଶ୍ୟକ । ଏଥିରେ ଯୋଗଦାନ କରିବା ପାଇଁ ସର୍ବନିମ୍ନ ଅବଧି  ତଥା ବ୍ୟକ୍ତିଙ୍କ ବୟସ ୨୦ ବର୍ଷ ହୋଇଥିବା ଦରକାର । ହେଲେ ଯଦି ଆପଣ କମ ବୟସରେ ଏହି ଯୋଜନାରେ ସାମିଲ ହୁଅନ୍ତି ତେବେ  ଆପଣଙ୍କୁ ଏଥିରେ ଅଧିକ ଫାଇଦା ମିଳିବ ।  ଏହି ଯୋଜନା ଆଧାରରେ ଯଦି ଆପଣ ୨୦ ବର୍ଷ ବୟସରେ ସାମିଲ ହୁଅନ୍ତି ତେବେ ଆପଣଙ୍କର ନିବେଶ ଲିମିଟ୍ ମାସ ପ୍ରତି ୫୦ରୁ ୨୪୮ ଟଙ୍କା ରହିବ ।

ଯୋଜନା ଅନୁସାରେ, ଯଦି ୨୦ ବର୍ଷ ବୟସର ବ୍ୟକ୍ତି  ପ୍ରତି ମାସ ୨୪୮ ଟଙ୍କା ନିବେଶ କରନ୍ତି ତେବେ ଏକ ସମୟରେ ତାଙ୍କୁ ସେଯାବତ୍ ୬୦ ହଜାର ଟଙ୍କା ମିଳୁଥିବ, ଯେପର୍ଯ୍ୟନ୍ତ  ସେ ବଂଚିଛନ୍ତି । ସେହିପରି ଯଦି ୧୮ ବର୍ଷ ବୟସରେ ଏହି ଯୋଜନାରେ ସାମିଲ ହୁଅନ୍ତି ତେବେ ଏଥିପାଇଁ ଆପଣଙ୍କୁ ମାତ୍ର ୨୧୦ ଟଙ୍କା ମାସିକ ନିବେଶ କରିବା ଉପରେ ଏହି ଫାଇଦା ମିଳିପାରିବ ।

ଏହି ସରକାରୀ ଯୋଜନାରେ କମ ବୟସରେ ନିବେଶ କରିବା ଦ୍ୱାରା ଭଲ ଫାଇଦା ମିଳିଥାଏ । ଯଦି ଆପଣ ୧୮ ବର୍ଷ ବୟସରୁ ଏଥିରେ ନିବେଶ କରନ୍ତି  ତେବେ ଆପଣଙ୍କୁ ମାସିକ ୨୧୦ ଟଙ୍କା ଦେବାକୁ ହେବ । ଯାହାଦ୍ୱାରା ୪୦ ବର୍ଷରେ ଏହି ଟଙ୍କାର ପରିମାଣ ୧.୦୫ ଲକ୍ଷ ହେବ । ଯାହା ପରଠୁ ଆପଣଙ୍କୁ ଆଜୀବନ ୬୦ ହଜାର ଟଙ୍କା ବାର୍ଷିକ ତଥା ମାସିକ ୫ ହଜାର ଟଙ୍କା ମିଳିବ ।

ସେହିପରି, ଯଦି ୪୦ ବର୍ଷ ବୟସରେ ଆପଣ ନିବେଶ କରନ୍ତି । ତେବେ ୧୪୫୪ ଟଙ୍କା ମାସିକ ହିସାବରେ ୨୦  ବର୍ଷରେ ପାଖାପାଖି ୩.୪୯ ଲକ୍ଷ ଟଙ୍କା ନିବେଶ କରିବାକୁ ହେବ, ଯାହାଦ୍ୱାରା ଆଜୀବନ ୬୦ ହଜାର ଟଙ୍କା ବାର୍ଷିକ ତଥା ୫ ହଜାର ଟଙ୍କା ମାସକୁ ମିଳିବ ।