ଯଦି ଅଚାନକ୍ ଚାଲିଗଲା ଚାକିରି ତେବେ ଏହି ଯୋଜନାରୁ ମିଳିବ ୯୦ ଦିନର ଦରମା, ଜାଣନ୍ତୁ କିଭଳି ଉଠାଇବେ ଏହି ସୁବିଧାର ଫାଇଦା

836

ଯଦି ଆପଣଙ୍କର ଚାକିରି ଅଚାନକ ଚାଲିଯାଏ ଆଉ ନୂଆ ଚାକିରି ପାଇବା ପର୍ଯ୍ୟନ୍ତ ଆପଣଙ୍କ ନିକଟରେ ଅର୍ଥର ଘୋର ଅଭାବ ରହିଛି ତେବେ ଏଭଳି ପରିସ୍ଥିତିରେ ଆପଣଙ୍କୁ ସାହାରା ଦେବ ESIC । କର୍ମାଚାରୀ ରାଜ୍ୟ ବୀମା ନିଗମର ‘ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା’ ଅନୁସାରେ ଆପଣଙ୍କୁ ଚାକିରି ଚାଲିଯିବା ପରେ ୯୦ ଦିନର ଦରମାର ୨୫ ପ୍ରତିଶତ ଅଂଶ ମିଳିବ । ତେବେ ଆସନ୍ତୁ ଜାଣିବା କେଉଁମାନେ ଏହି ଯୋଜନାର ପ୍ରକୃତରେ ହକଦାର ଏବଂ କିଭଳି ଏହି ଯୋଜନାର ଲାଭ ଉଠାଇବେ ।

ଯୋଜନା ଅନୁସାରେ, କର୍ମଚାରୀଙ୍କ ଚାକିରି ଚାଲିଯିବା ପରେ ୯୦ ଦିନ ପର୍ଯ୍ୟନ୍ତର ସର୍ଭିସ ଗ୍ୟାପ ଅବସରରେ ଏହି ରାଶି ପ୍ରଦାନ କରାଯିବ । ଏହା ଅନୁସାରେ, କର୍ମଚାରୀଙ୍କୁ ତାଙ୍କର ସେହି ଚାକିରିର ୯୦ ଦିନର ୨୫ ପ୍ରତିଶତ ଅଂଶର ପେମେଂଟ କରାଯିବ , ଯାହାକୁ ସେ ପୂର୍ବରୁ କରୁଥିଲେ । ଯୋଜନା ଅନୁସାରେ କର୍ମଚାରୀଙ୍କୁ ତାଙ୍କ ଜୀବନ କାଳ ମଧ୍ୟରେ କେବଳ ଥରୁଟିଏ ହିଁ ଏହି ସୁବିଧାର ଲାଭ ପାଇପାରିବେ । ଯଦି ବୀମିତ ବ୍ୟକ୍ତି ଥରେ ସର୍ଭିସ ଗ୍ୟାପ ଅବସରରେ ଏହି ସ୍କିମର ଲାଭ ନେଇ ସାରିଛନ୍ତି ତେବେ ସେ ପୁନର୍ବାର ଏହି ସୁବିଧାର ଲାଭ ଉଠାଇ ପାରିବେ ନାହିଁ ।

କିଭଳି କରିବେ ଆବେଦନ

ଏହି ଯୋଜନା ପାଇଁ ବୀମିତ ବ୍ୟକ୍ତି ଉଭୟ ଅନଲାଇନ ଏବଂ ଅଫଲାଇନ ଜରିଆରେ ଆବେଦନ କରିପାରିବେ । ତେବେ ଅନଲାଇନ ଆବେଦନ କରିବା ପାଇଁ ହେଲେ ଏକ ଲିଙ୍କ ଅପଲୋଡ କରିବାକୁ ହେବ । ସେହିପରି ଅଫଲାଇନ ଜରିଆରେ କରିବାକୁ ହେଲେ ଇଏସଆଇର ଆଧିକାରୀକ ୱେବସାଇଟରେ ଫର୍ମ ଉପଲବ୍ଧ କରାଯାଇଛି । ଯାହାକୁ ପୂରଣ କରି ସମ୍ବନ୍ଧିତ ବ୍ରାଂଚ ଅଫିସରେ ଜମା କରିବାକୁ ହେବ । ଏହି ଫର୍ମ ସହିତ ୨୦ ଟଙ୍କା ଦାମର Non judicial paper ଉପରେ ନୋଟରାଇଜଡ ଆଫିଡେବିଟ ବି ଜମା କରିବାକୁ ପଡିବ । ଏଥିରେ ଏବି-୧ରୁ ଆରମ୍ଭ କରି ଏବି-୪ ପର୍ଯ୍ୟନ୍ତର ଫର୍ମକୁ ଜମା କରାଯିବ । ତେଣୁ ଅଧିକ ସୂଚନା ପାଇଁ ଆପଣ ନିଗମର ଆଧିକାରୀକ ୱେବସାଇଟ www.ESIC.nic.in କୁ ଯାଇ ସମସ୍ତ ବିବରଣୀ ପ୍ରାପ୍ତ କରିପାରିବେ ।

କେଉଁମାନେ ହେବେ ବଂଚିତ

ଯଦି କୌଣସି ବି ବୀମିତ ବ୍ୟକ୍ତିଙ୍କୁ କୌଣସି କଂପାନୀରୁ କୌଣସି କାରଣବଶତଃ ନିଲମ୍ବିତ କରିଦିଆଯାଇଛି । କିମ୍ବା ଉକ୍ତ ବୀମିତ ବ୍ୟକ୍ତିଙ୍କ ବିରୋଧରେ କୌଣସି ପ୍ରକାରର ଅପରାଧିକ ମାମଲା ରହିଥାଏ ତେବେ ସେ ଏହି ଯୋଜନାରୁ ବଂଚିତ ହେବେ । ଏଥିସହିତ ହିଁ ଭିଆଇଏସ ନେଲା ବାଲାଙ୍କୁ ବି ଏହି ଯୋଜନାର ଲାଭ ମିଳିବ ନାହିଁ ।