ମାଡି ଆସୁଛି ବଡ଼ ବିପଦ ! ଜୁନ୍ ୩୦ରେ ପୃଥିବୀ ସହ ମୁହାଁମୁହିଁ ହୋଇପାରେ କ୍ଷୁଦ୍ରଗ୍ରହ, କଣ ରହିପାରେ ପ୍ରଭାବ

134

ପୃଥିବୀ ସହ ଖୁବ୍ ଶୀଘ୍ର ଏକ କ୍ଷୁଦ୍ରଗ୍ରହ ସାମ୍ନାସାମ୍ନି ହେବାକୁ ଯାଉଛି । ଯାହାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଭାରତର କିଛି ଗଣିତ ଜ୍ୟେତିଷ । ତେବେ ପୃଥିବୀ ସହିତ ଏହି କ୍ଷୁଦ୍ରଗ୍ରହ ପିଟିହେବାଦ୍ୱାରା ଏହାର ଗଭୀର ପ୍ରଭାବ ବିଶ୍ୱର ବଡ଼ ବଡ଼ ସହରମାନଙ୍କରେ ପଡିବାର ସମ୍ଭାବନା ରହିଛି ବୋଲି ସେମାନେ ଭବିଷ୍ୟବାଣୀ କରିଛନ୍ତି ।

ଜାତୀୟ ଗଣମାଧ୍ୟମ ଏନଡିଟିଭିନ୍ୟୁଜରେ ପ୍ରକାଶିତ ଖବର ମୁତାବକ, ବିଟ୍ରେନର ବେଲଫାଷ୍ଟର କୁଇନ୍ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ତଥା ଏଲନ୍ ଫିଟଜିମମୋ ସୂଚନା ଦେଇଛନ୍ତି କି, ‘ଏହି ଭବିଷ୍ୟବାଣୀ ଠିକ୍ ଶନିବାର ତଥା ୩୦ ଜୁନର କିଛି ଦିନ ପୂର୍ବରୁ ମଧ୍ୟ ଘଟିପାରେ । କାରଣ ୧୯୦୮ରେ ଏହି ଦିନଟିରେ ସାଇବେରିୟାର ତୁଙ୍ଗସକା ଅଂଚଳରେ ଏକ ଛୋଟ କ୍ଷୁଦ୍ରଗ୍ରହର ବିସ୍ଫୋରଣ ଘଟିଥିଲା । ଯାହାଦ୍ୱାରା ସେଠାକାର ପାଖାପାଖି ୨୦୦୦ ବର୍ଗ କିଲୋମିଟରରୁ ଅଧିକ ଅଂଚଳ ନଷ୍ଟଭ୍ରଷ୍ଟ ହୋଇଯାଇଥିଲା’ ।

ଏଲନ୍ ଏହି ପ୍ରସଙ୍ଗରେ ଚେତାବନୀ ଦେଇ କହିଛନ୍ତି, ‘ଏକ ବଡ କ୍ଷୁଦ୍ରଗ୍ରହ ବହୁତ ଅଧିକ ଭୟଙ୍କର ହୋଇପାରେ । ଯାହା ଆଜିକାର ଦିନରେ କୌଣସି ବି ଅଂଶରେ ଏକ ଅନାପୋକ୍ଷିତ ମୁହାଁମୁହିଁ ହୋଇ କୌଣସି ବି ପ୍ରମୁଖ ସହରକୁ ନଷ୍ଟ କରିପାରେ’ । ସେ ପୁଣି ମଧ୍ୟ କହିଛନ୍ତି, ‘ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ କି ବୈଜ୍ଞାନିକ ଏବଂ ଇଂଜିନିୟରମାନେ ପୃଥିବୀ ପରିସରରେ ଥିବା ଅନେକ କ୍ଷୁଦ୍ରଗ୍ରହଗୁଡିକର ସନ୍ଧ୍ୟାନ ଏବଂ ସେମାନଙ୍କଦ୍ୱାରା ସୃଷ୍ଟି ହେବାକୁ ଯାଉଥିବା ବିପଦ ସଂପର୍କରେ ଜାଣିବାରେ ସଫଳତା ଲାଭ କରିସାରିଛନ୍ତି’ ।

ସେ ଆଉ ମଧ୍ୟ କହିଛନ୍ତି, ‘ଏଯାବତ୍ ୧୮୦୦ରୁ ଅଧିକ ଏଭଳି ସମ୍ଭାବିତ୍ ବିପଦସୃଷ୍ଟିକାରୀ ଆଷ୍ଟ୍ରଏଡ୍ସର ସନ୍ଧ୍ୟାନ ମିଳିସାରିଛି, କିନ୍ତୁ ଏବେବି ଅନେକ କ୍ଷୁଦ୍ରଗ୍ରହଗୁଡିକ ସାମ୍ନାକୁ ଆସିବାର ଅପେକ୍ଷା ରହିଛି । ଗଣିତ ଜ୍ୟେତିଷମାନେ ପୃଥିବୀ ଆଖପାଖର ଏଭଳି ଅନେକ କ୍ଷୁଦ୍ରଗ୍ରହ ଠାବ କରିଛନ୍ତି । ଯାହା ହାନିକାରକ ନ ହୋଇଥିଲେ ମଧ୍ୟ ଆଗାମୀ ଦିନମାନଙ୍କରେ କୌଣସି ବିପଦରୁ ମଧ୍ୟ କମ୍ ହେବ ନୁହେଁ’ ।

ଏହାସହ ମଧ୍ୟ ପଢନ୍ତୁ- ସାବଧାନ ! ବ୍ୟାଙ୍କ ନାଁରେ ଆଧାର ଲିଙ୍କ୍ କରିବାପାଇଁ ଗ୍ରାହକଙ୍କ ନିକଟକୁ ଆସୁଛି ଫର୍ଜି କଲ୍