ମଧ୍ୟପ୍ରଦେଶରେ ଝାଉଁଳି ପଡିଲା ପଦ୍ମ ! ବିଜେପି ହାତରୁ କାହିଁକି ଚାଲିଗଲା ଶାସନ ଡୋରୀ, ଏହି ୨ଟି କାରଣ ବିଜେପିର ବିଜୟରେ ଲଗାଇଲା ବ୍ରେକ୍

834

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି । ୨୩୦ ଆସନ ବିଶିଷ୍ଟ ହୋଇଥିବା ଏହି ବିଧାନସଭା ନିର୍ବାଚନରେ ବହୁମତ ପାଇଁ ୧୧୬ଟି ଆସନ ଜିତିବା ଜରୁରୀ ଥିଲା । ତେବେ କଂଗ୍ରେସ ଏଠାରେ ୧୧୪ଟି ଆସନ ଅକ୍ତିଆର କରିଥିବା ବେଳେ ବିଜେପି ୧୦୯ଟି ଆସନରେ ସିମିତ ରହିଥିଲା । ୨ଟି ଆସନରେ ବିଏସପିର ସମର୍ଥନ ପାଇବା ପରେ ମଧ୍ୟପ୍ରଦେଶରେ ସରକାର ଗଢିବ କଂଗ୍ରେସ । ତେବେ ବଡ କଥା ହେଲା ଦୀର୍ଘ ୧୫ ବର୍ଷ ପରେ ବିଜେପିଠାରୁ ସତା ଖାଲିରେ ଚାଲିଯାଇ ନାହିଁ ବରଂ ଏହା ପଛରେ କିଛି ଅଲଗା କାରଣ ରହିଛି । ମଧ୍ୟପ୍ରଦେଶରେ ବିଜେପିକୁ ଧରାଶାୟୀ କରିବା ପଛରେ କେବଳ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ରୋଡ ସୋ କି ରାଲି ନୁହେଁ ବରଂ ଦୁଇଟି ପ୍ରମୁଖ କାରଣ ରହିଛି । ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

ମଧ୍ୟପ୍ରଦେଶରେ କଂଗ୍ରେସ ସତାକୁ ଆସିବାର ମୁଖ୍ୟ ତଥା ବିଜେପିର ପରାଜୟର ସବୁଠାରୁ ବଡ କାରଣ ହେଉଛି ଏସସି ଏସଟି ଆକ୍ଟ । ଯାହାର ବିରୋଧ କରିଆସୁଥିଲେ ରାଜ୍ୟରେ ଅଧିକାଂଶ ଲୋକ । ଆଉ ଏହାକୁ ନେଇ ବି ମଧ୍ୟପ୍ରଦେଶରେ ବ୍ୟାପକ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ଅଧିକାଂଶ ଲୋକେ ତ ନିଜ ଘର କାନ୍ଥରେ ବଡ ବଡ ପୋଷ୍ଟର ଲଗାଇ ରୋକଠୋକ୍ କହି ଦେଇଥିଲେ କି, ଆମେ ଯଦି ଭୋଟ୍ ଦେବୁ ତ କେବଳ ନୋଟାକୁ ହିଁ ଦେବୁ । ତେବେ ଏହି ଜନଆକ୍ରୋଶ କେବଳ ମଧ୍ୟପ୍ରଦେଶରେ ସୀମିତ ନଥିଲା ବଂର ସାରା ଭାରତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଥିଲା ।

congress vs bjp

ସେହିପରି ନିଜ ଗଡରେ ବିଜେପିର ପରାଜୟର ଅନ୍ୟ ଏକ ପ୍ରମୁଖ କାରଣ ହେଲା ଚାଷୀ ଆନ୍ଦୋଳନ । ବର୍ତ୍ତମାନ ବି ସାରା ଦେଶରେ ସରକାରଙ୍କ ବିରୋଧରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି । ସେହିପରି ଚାଷୀମାନଙ୍କର ଦୟନୀୟ ପରିସ୍ଥିତି ସଂପର୍କରେ ଦେଶର ଜନତାଙ୍କୁ ବି ଅଜ୍ଞ ଅଛି । ଆଉ ଚାଷୀଙ୍କ ସପକ୍ଷରେ ବି ଲୋକଙ୍କ ମହମତି ରହିଛି । ଯାହା ମଧ୍ୟପ୍ରଦେଶରେ ବିଜେପି ସପକ୍ଷରେ ଭୋଟ ନ ମିଳିବାର ଏକ ପ୍ରମୁଖ କାରଣ ରହିଛି ।

ସୂଚନା ଯୋଗ୍ୟ ଯେ, ୨୩୦ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଢ଼ିବାକୁ କଂଗ୍ରେସକୁ ଆଉ ମାତ୍ର ୨ଟି ଆସନ ଆବଶ୍ୟକ ଥିବାବେଳେ ବଡ ଘୋଷଣା କରିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । ସେ କହିଛନ୍ତି ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସକୁ ସମର୍ଥନ କରିବ ତାଙ୍କ ଦଳ । ମଧ୍ୟପ୍ରଦେଶରେ ବିଏସପିର ୨ଜଣ ବିଧାୟକ ବିଜୟୀ ହୋଇଛନ୍ତି । ତେଣୁ ଏହି ୨ଜଣଙ୍କ ସମର୍ଥନ ସହ କଂଗ୍ରେସ ମ୍ୟାଜିକ ନମ୍ବର ଛୁଇଁବାକୁ ସକ୍ଷମ ହେବ । ସେହପରି ଏସପି ମଧ୍ୟ କଂଗ୍ରେସକୁ ସମର୍ଥନ କରିବ ବୋଲି କହିଛି ।

ଅପରାହ୍ନ ୪ଟାରେ ବସିବ ବିଧାୟକ ଦଳ ବୈଠକ । ଏହି ବୈଠକରେ କିଏ ବିଧାୟକ ଦଳର ନେତା ହେବେ ତାହା ଚୂଡାନ୍ତ ହେବ । ୨୩୦ ଆସନରୁ ୧୧୪ଟି ଆସନରେ ବିଜୟୀ ହୋଇଛି କଂଗ୍ରେସ । ସେହିପରି ବିଜେପି ୧୦୯ ଆସନ ଦଖଲ କରିବାରେ ସକ୍ଷମ ହୋଇଛି । ଏବଂ ଅନ୍ୟାନ୍ୟଙ୍କ ପାଖକୁ ଯାଇଛି ୭ଟି ସିଟ୍ । ବିଏସପିକୁ ୨ଟି, ସମାଜବାଦୀ ପାର୍ଟିକୁ ଗୋଟିଏ ଓ ସ୍ୱାଧୀନଙ୍କୁ ମିଳିଛି ୪ଟି ସିଟ୍ । ମଧ୍ୟପ୍ରଦେଶରେ ୧୫ ବର୍ଷ ପରେ କ୍ଷମତାକୁ ଫେରିବାକୁ ଯାଉଥିବାରୁ କଂଗ୍ରେସର ଦଳୀୟକର୍ମୀମାନେ ବେଶ୍ ଉତ୍ସାହିତ ହୋଇପଡିଛନ୍ତି । କଂଗ୍ରେସ କାର୍ଯ୍ୟାଳୟ ବାହାରେ କର୍ମୀ ଓ ନେତା ବାଜା ବଜାଇ ବାଣ ଫୁଟାଇ ବିଜୟ ଉତ୍ସବ ପାଳିଛନ୍ତି ।

Comments are closed.