ଚର୍ଚ୍ଚାରେ ଅରୁଣାଚଳପ୍ରଦେଶର ସରକାରୀ ବଙ୍ଗଳା ! ଯେଉଁଠି ୩ ମୁଖ୍ୟମନ୍ତ୍ରୀଙ୍କ ଯାଇଛି ଜୀବନ

41

ଅରୁଣାଚଳପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ନିବାସ ଏବେ ପାଲଟିଛି ଭୂତକୋଠି । ଏହି ବଙ୍ଗଳାଟି କାଳେ ଭୂତ ପ୍ରେତଙ୍କ ବାସସ୍ଥଳୀ ହୋଇଛିି ବୋଲି ଶୁଣିବାକୁ ମିଳିଛି । ନିକଟରେ ୩ ମୁଖ୍ୟମନ୍ତ୍ରୀ ଓ ଜଣେ କର୍ମୀଙ୍କ ମୃତ୍ୟୁପରେ ଏବେ ଏହି ବଙ୍ଗଳାରେ ଭୟର ବାତାବରଣ ଖେଳିଯାଇଛି । କେବଳ ଯେ ସାଧାରଣ ଲୋକ ଏଭଳି ଘଟଣାକୁ ସତ ବୋଲି କହୁଛନ୍ତି ତାହା ନୁହେଁ ବରଂ ସେଠାକାର ସରକାର ମଧ୍ୟ ଏହି ଘଟଣାକୁ ସ୍ୱୀକାର କରିଛନ୍ତି । ତେବେ ବର୍ତ୍ତମାନ ଏହି ବଙ୍ଗଳାକୁ ଗେଷ୍ଟ ହାଉସ୍ କରାଯାଇଛି ।

ଘଟଣାଟି ହେଲା, ୬୦ କୋଟି ଅର୍ଥବ୍ୟୟରେ ସାତ ବର୍ଷ ପୂର୍ବରୁ ଏହି ବଙ୍ଗଳାକୁ ନିର୍ମାଣ କରାଯାଇଥିଲା । ଏହି ଅନ୍ଧବିଶ୍ୱାସକୁ ଆଧାର କରି କୁହାଯାଉଛି ଯେ, ସାତ ବର୍ଷ ମଧ୍ୟରେ ଏଠାରେ ୫ ମୁଖ୍ୟମନ୍ତ୍ରୀଙ୍କ ବଦଳି ହେବା ସମେତ ତିନି ଜଣ ମୁଖ୍ୟମନ୍ତ୍ରୀଙ୍କ ଅକାଳ ମୃତ୍ୟୁ ଘଟିଛି ।

ଏହି ସରକାରୀ ବଙ୍ଗଳାରେ ପୂର୍ବତନ ମୁଖ୍ୟମନ୍ତ୍ରୀ କଲିଖୋ ପୁଲ ଆତ୍ମହତ୍ୟା କରିଥିଲେ । ଏହି ଘଟଣାପରେ ଅନ୍ୟ ଦୁଇ ମୁଖ୍ୟମନ୍ତ୍ରୀ ଦୋରଜୀ ଖାଣ୍ଡୁ ଓ ଜାରବୋମ ଗାମଲୀନଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ତେବେ ଏହି ବଙ୍ଗଳାଟିର ଏପରି ଚର୍ଚ୍ଚା ରହିଛି ଯେ, ନୂଆ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ରହିବାକୁ ମଧ୍ୟ ଭୟକରିଛନ୍ତି । ଏଠାରେ ପ୍ରେତର ଶାୟା ଦେଖାଦେଇଛି । ବର୍ତ୍ତମାନ ଏହାକୁ ଗେଷ୍ଟ ହାଉସ୍ ହିସାବରେ ପୁନ ନିର୍ମାଣ କରାଯାଇଛି ଏବଂ ଏଠାରେ ପୂଜାପାଠ ମଧ୍ୟ କରାଯିବ ।