ପର ପାଇଁ ବଂଚୁଥିବା ନେତା । ସାଂସଦଙ୍କ ବଙ୍ଗଳାରେ ରହୁଛନ୍ତି ୫୦୦ରୁ ଅଧିକ ରୋଗୀ, ରହିବାଖାଇବା ଠାରୁ ଚିକିତ୍ସା ପର୍ଯ୍ୟନ୍ତ ଯୋଗାଉଛନ୍ତି ସେବା

23

ନେତାଙ୍କୁ ନେଇ ଜନତାଙ୍କ ମନରେ ଅନେକ ଭ୍ରାନ୍ତ ଧାରଣା ରହିଛି । କାରଣ ଯେଭଳି ଭାବରେ ରାଜନେତାମାନେ ଦେଶକୁ ଲୁଟିବାରେ ଲାଗିଛନ୍ତି , ଦେଶକୁ ବାଂଟିବା ଭଳି କାମ କରୁଛନ୍ତି, ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ଏମିତିକା ଭାବନା ଆସିବା ଏକ ପ୍ରକାରେ ସ୍ୱଭାବିକ । କିନ୍ତୁ ଆଜି ଆମେ ଏଠାରେ ଯେଉଁ ନେତାଙ୍କ ସଂପର୍କରେ ଆଲୋଚନା କରିବାକୁ ଯାଉଛୁ, ତାହା ପଢିବା ପରେ ଆପଣଙ୍କ ମନରେ ନେତାଙ୍କ ପ୍ରତିଥିବା କୁତ୍ସିତ ଭାବନା କିଛି ମାତ୍ରାରେ ଦୂର ହୋଇପାରେ ।

ଆଜି ଆମେ ଆପଣଙ୍କୁ ଏଭଳି ଜଣେ ନେତାଙ୍କ ବିଷୟରେ କହିବୁ , ଯିଏକି ନିଜଠୁ ଏବଂ ନିଜ ପରିବାରଠାରୁ ଅଧିକ ଅନ୍ୟ ପାଇଁ ବଂଚନ୍ତି । ଆଜ୍ଞା ହଁ ! ଆମେ ଆଲୋଚନା କରୁଛୁ ବିହାରର ମଧେପୁରର ପପୁ ଯାଦବଙ୍କ ବିଷୟରେ । ଲାଲୁ ପ୍ରସାଦ ଯାବଦଙ୍କ ରାଷ୍ଟ୍ରୀୟ ଜନତା ଦଳର ଟିକେଟରେ ନିର୍ବାଚନ ଲଢି ବିଜୟ ହାସଲ କରିଥିବା ପପୁ ୨୦୧୫ରେ ନିଜର ଏକ ନୂଆ ଦଳ ଗଠନ କରିଥିଲେ । ପପୁ ଯାଦବଙ୍କ ଅସଲି ନାମ ହେଉଛି ରାଜେଶ ରଂଜନ । ୨୦୧୪ ଲୋକସଭା ନିର୍ବାଚନରେ ବିଜୟ ହାସଲ କରିବା ପରେ ଆରଜେଡିଠାରୁ ଅଲଗା ହୋଇ ଜନ ଅଧିକାର ପାର୍ଟି ତଥା ଲୋକତାନ୍ତ୍ରିକ ଦଳ ଗଠନ କରିଥିଲେ ।

ପପୁ ଯାଦବଙ୍କୁ ଦିଲ୍ଲୀର କସ୍ତୁରୀବା ଗାନ୍ଧି ମାର୍ଗରେ ବଳବନ୍ତ ରାୟ ମେହତା ଲେନରେ ସରକାରୀ ବଙ୍ଗଳା ମିଳଛି । ଯେଉଁଥିରେ ପପୁ ଯାଦବ ଓ ତାଙ୍କ ସହଯୋଗୀଙ୍କ ବ୍ୟତୀତ ଅନେକ ସାଧାରଣ ଲୋକମାନେ ମଧ୍ୟ ରୁହନ୍ତି । ତେବେ ବଡ କଥା ହେଲା କି, ପପୁଙ୍କ ଏହି ସରକାରୀ ଆଲିଶାନ ବଙ୍ଗଳାରେ ରହୁଥିବା ସମସ୍ତ ଲୋକମାନଙ୍କର ପପୁଙ୍କ ସହିତ ନା ସେଭଳି କୌଣସି ସଂପର୍କ ରହିଛି ନା ହିଁ ଏମାନେ ପପ୍ପୁଙ୍କ ଅଧିନରେକୌଣସି କାମ କରୁଛନ୍ତି । ବରଂ ଏମାନେ ସମସ୍ତେ ହେଉଛନ୍ତି ବିହାରର ବାସିନ୍ଦା । ଆଉ ଏମାନେ ସମସ୍ତେ ନିଜ ପ୍ରିୟପରିଜନଙ୍କ ଚିକିତ୍ସା ନିମନ୍ତେ ଦିଲ୍ଲୀ ଆସିଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ପପ୍ପୁ ଯାଦବଙ୍କ ସରକାରୀ ବଙ୍ଗଳା ଭିତରେ ପ୍ଲାଇବୋର୍ଡ ବିଶିଷ୍ଟ ରୁମରେ ରହୁଛନ୍ତି ପାଖାପାଖି ୫୦୦ ଜଣ ଲୋକ । ଯେଉଁଥିରେ ରହିବାଠାରୁ ଆରମ୍ଭ କରି ଖାଇବା ପିଇବା ଖର୍ଚ୍ଚ ସବୁ କିଛି ଦହନ କରୁଛନ୍ତି ଖୋଦ ପପ୍ପୁ ଯାଦବ । ପପ୍ପୁ ଯାଦବ କହିବା କଥା ହେଲା କି, ଏହି ବଙ୍ଗଳା ତାଙ୍କର ସେବାଶ୍ରମ । ଯେଉଁଠି ସେ ଗରିବ ଲୋକଙ୍କୁ ସହାୟତା କରନ୍ତି ଆଉ ଯେଉଁମାନେ କି ନିଜର ଏବଂ ନିଜ ପ୍ରିୟପରିଜନଙ୍କ ଚିକିତ୍ସା ନିମନ୍ତେ ନିଜ ଭିଟାମାଟି ଛାଡି ବିହାରରୁ ଦିଲ୍ଲୀ ଚାଲିଆସିଛନ୍ତି । ତେବେ ସେବାଶ୍ରମରେ ରହୁଥିବା ଏହି ସମସ୍ତ ରୋଗୀମାନଙ୍କର ଚିକିତ୍ସା ଦିଲ୍ଲୀ ଏମ୍ସ, ସଫଦରଜଙ୍ଗ, ରାମ ମନୋହର ଲୋହିୟା ମେଡିକାଲରେ ଚିକିତ୍ସା କରାଇବା ଦାୟିତ୍ୱ ପପ୍ପୁ ଯାଦବ ହିଁ ନେଇଛନ୍ତି ।