୭ ଦିନ କାଳ ବନ୍ଦ ରହିବ ବ୍ୟାଙ୍କ । ଏଟିଏମରୁ ବି ମିଳିନପାରେ ଟଙ୍କା

37

ଆରମ୍ଭ ହୋଇଯାଇଛି ପାର୍ବଣର ଋତୁ । ଧରା ପୃଷ୍ଠରେ ଅବତରଣ କରିଛନ୍ତି ଜଗଦଜନନୀ ମାଆ ଦୁର୍ଗା । ଏହି ଅବସରରେ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ହୋଇପଡିଛି ଚଳଚଂଚଳ । ବାଜା, ମାଇକ ଶଦ୍ଦରେ ଉଠୁଛି ପଡୁଛି ବିଭିନ୍ନ ପୂଜା ମଣ୍ଡପ । ଖାଲି ପୂଜା ମଣ୍ଡପ ନୁହେଁ ମାଆ ଆସିଛନ୍ତି ବୋଲି ଲୋକଙ୍କ ଖୁସି କହିଲେ ନ ସରେ । ସେହିପରି ପୂଜାପାର୍ବଣକୁ ଦୃଷ୍ଟିରେ ରଖି ଉଭୟ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି । ତେବେ ଏସବୁ ଭିତରେ ଲୋକଙ୍କ ଚିନ୍ତା ବଢାଇପାରେ ବ୍ୟାଙ୍କ । କାରଣ ପୂଜା ପାଇଁ ବିଭିନ୍ନ ବ୍ୟାଙ୍କଗୁଡିକ ଦୀର୍ଘ ଦିନ ଧରି ଛୁଟିରେ ରହିବ । ଯେଉଁ କାରଣରୁ କ୍ୟାସର ସମସ୍ୟା ସାମାନ୍ୟତମ ଉପୁଜିପାରେ ।

ସୂଚନା ମୁତାବକ, ପୂଜା ପାଇଁ ବ୍ୟାଙ୍କଗୁଡିକ ଆହୁରୀ ୭ ଦିନ କାଳ ବନ୍ଦ ରହିପାରେ । ମହାନବମୀ ଅର୍ଥାତ୍ ୧୮ ଅକ୍ଟୋବରକୁ ବ୍ୟାଙ୍କ ଛୁଟି ଥିଲା । ଆଜି ୧୯ ଅକ୍ଟୋବରରେ ଦଶହରା ଅବସରରେ କେତେକ ରାଜ୍ୟରେ ବ୍ୟାଙ୍କ ଗୁଡିକର ଛୁଟି ଘୋଷଣା ହୋଇଛି ।୨୦ ଅକ୍ଟୋବର ମାସର ତୃତୀୟ ଶନିବାର । ସେଥିପାଇଁ ଏହି ଦିନ ବ୍ୟାଙ୍କ ଖୋଲା ରହିବ । ୨୧ ଅକ୍ଟୋବର ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ । ସେଥିପାଇଁ କ୍ୟାସର ବ୍ୟବହାର ସାବଧାନତାର ସହ କରନ୍ତୁ । ନଭେମ୍ବରରେ ବି ବ୍ୟାଙ୍କ ଗୁଡିକରେ ଲମ୍ବା ଛୁଟି ରହିବ । ଆସନ୍ତା ମାସ ଦିପାବଳୀ, ଗୋବର୍ଦ୍ଧନ ପୂଜା ଓ ଭାଇଦୂଜ୍ ପରେ ଦ୍ୱିତୀୟ ଶନିବାର ଓ ରବିବାର ଅର୍ଥାତ୍ ଲଗାତାର ୫ ଦିନ ପର‌୍ୟ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ଗୁଡିକରେ ଲମ୍ବା ଛୁଟି କାରଣରୁ ଏଟିଏମ୍ ରେ କ୍ୟାସ୍ ର ସମସ୍ୟା ହୋଇପାରେ । ଏମିତିରେ ଆପଣଙ୍କୁ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ।

ଏଟିଏମରୁ ମିଳିନପାରେ କ୍ୟାସ୍

ଏହି ଅବସରରେ ଏଟିଏମରୁ ବି କ୍ୟାସ୍ ବାହାରିବା ମୁସ୍କିଲ ହୋଇପାରେ । ଏଥିପାଇଁ ଆମର ପରାମର୍ଶ କି ଦେଖିଚାହିଁ ଖର୍ଚ୍ଚ କରନ୍ତୁ । ଅଯଥାରେ ଟଙ୍କା ବରବାଦ୍ କରନ୍ତୁ ନାହିଁ । ଯାହାଦ୍ୱାରା ଭବିଷ୍ୟତରେ ଟଙ୍କାକୁ ନେଇ ଆପଣଙ୍କୁ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସାମ୍ନା କରିବାକୁ ନପଡେ ।