ବିନା ଇଂଟରନେଟରେ ବି ଶୁଣିପାରିବେ ମନ ପସନ୍ଦର ଗୀତ ! ମୋବାଇଲରେ ରଖନ୍ତୁ ଏହି ଆପ

84

ଗୀତ ଶୁଣିବାକୁ କିଏ ନ ପସନ୍ଦ କରନ୍ତି ତେବେ ସେ ମୋବାଇଲ ଫୋନରେ ହେଉ କିମ୍ବା ଅନ୍ୟ କୌଣସି ଉପକରଣ ହୋଇଥାଉ । ଗୀତ ଶୁଣିବାକୁ ସଉକ ପ୍ରାୟତଃ ସମସ୍ତଙ୍କର ଅଳ୍ପ ବହୁତ ରହିଥାଏ । ଆଉ ଏଥିପାଇଁ ସେମାନେ ବିଭିନ୍ନ ପ୍ରକାରର ଆପ ଡାଉନଲୋଡ କରି ଅନଲାଇନ ଜରିଆରେ ଗୀତ ଶୁଣିଥାନ୍ତି । ଯେଉଁଥିରେ ୟୁଜର୍ସଙ୍କର ମୋବାଇଲ ଡାଟା ମଧ୍ୟ ବହୁତ ଖର୍ଚ୍ଚ ହୋଇଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ କିଛି ଏଭଳି ଆପ ସଂପର୍କରେ ଜଣାଇବାକୁ ଯାଉଛୁ ଯାହାଦ୍ୱାରା ଆପଣ ବିନା ଡାଟା ଖର୍ଚ୍ଚ କରି ତଥା ଅଫଲାଇନରେ ବି ଗୀତ ଶୁଣିପାରିବେ । ତେବେ ନଜର ପକାନ୍ତୁ ସେହି ସବୁ ଆପ ଗୁଡିକ ଉପରେ ।

ଗାନା

ଏହା ଲୋକପ୍ରିୟ ଆପଗୁଡିକ ମଧ୍ୟରୁ ଗୋଟିଏ । ଏଥିରେ ୟୁଜର୍ସଙ୍କୁ ଅଲଗା ଅଲଗା କାଟାଗୋରୀର ଗୀତର କଲେକ୍ସନ ମିଳିଥାଏ । ତେବେ ଏଥିପାଇଁ ତାଙ୍କୁ ଗାନା ପ୍ଲସର ସବସ୍କ୍ରିପସନ ନେବାର ଆବଶ୍ୟକତା ପଡିବ । ଏହାଠାରୁ ୟୁଜର୍ସ ଗୀତ ଡାଉନଲୋଡ କରିପାରିବେ ଯାହାଦ୍ୱାରା କି ଅଫଲାଇନ ମୋଡରେ ବି ଯେତେବେଳେ ଚାହିଁବେ ଆପଣ ଗୀତ ଶୁଣିପାରିବେ । ଏହି ଆପ ୟୁଜର୍ସଙ୍କୁ ଅସୀମ ଆପ ଡାଉନଲୋଡ କରିବାର ସୁବିଧା ଦେଇଥାଏ ।

ଟ୍ରାକ୍ସ

ଏହି ଆପରେ ରେଡିଓ ଫିଚର ଉପଲବ୍ଧ । ଏଥିରେ ଆପଣ ଅନ୍ୟ ୟୁଜର୍ସଙ୍କ ଦ୍ୱାରା ଅନୁରୋଧ କରାଯାଇଥିବା ଗୀତଗୁଡିକୁ ମଧ୍ୟ ଶୁଣିପାରିବେ । ଏହି ଆପକୁ ବି ଆପଣ ଅଫଲାଇନରେ ବ୍ୟବହାର କରିପାରିବେ ।

ପାଣ୍ଡୋରା

ଏହି ଆପ ଅଧିକ ଲୋକପ୍ରିୟ ନୁହେଁ । ହେଲେ ଏଠାରେ ଗୀତଗୁଡିକର ବହୁତ ଭଲ ଭଲ କଲେକ୍ସନ ଉପଲବ୍ଧ । ଏଠାରେ ୟୁଜର୍ସଙ୍କ ମନ ପସନ୍ଦର ବିଭିନ୍ନ ପ୍ରକାରର ଗୀତ ମିଳିଥାଏ । ଏଠାରେ ଆମେ କହି ରଖୁଛୁ କି, କୌଣସି ବି ଗୀତକୁ ଥରେ ସଚ୍ଚ କରିବା ପାଇଁ ହେଲେ କିମ୍ବା ଡାଉନଲୋଡ କରିବା ପାଇଁ ଇଂଟରନେଟର ଆବଶ୍ୟକତା ପଡିପାରେ । ଡାଉନଲୋଡ ହେବା ପରେ ଗୀତଗୁଡିକୁ ଆପଣ କେବେବି ଅଫଲାଇନରେ ଶୁଣିପାରିବେ ।

ସ୍ପିନାଲ ମ୍ୟୁଜିକ

ଏହି ଆପରେ ୟୁଜର୍ସ ପୁରୁଣା ଗୀତଗୁଡିକୁ ଡାଉନଲୋଡ କରି ତାକୁ ଅଫଲାଇନରେ ଶୁଣିପାରିବେ । ଏହି ଆପକୁ ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ଏକ ଆକାଉଂଟ ଖୋଲିବାକୁ ପଡିଥାଏ । ଏହାକୁ ଅଫଲାଇନରେ ବି ବ୍ୟବହାର କରିପାରିବେ ।

ଗୁଗଲ ପ୍ଲେ ମ୍ୟୁଜିକ୍

ଯଦି ଆପଣଙ୍କ ଫୋନରେ ପୂର୍ବରୁ ହିଁ ଗୀତ ଉପଲବ୍ଧ ଥିବ ତେବେ ତାକୁ ଆପଣ ଏଠାରେ ଶୁଣିପାରିବେ । ଏହାଛଡା ଗୀତଗୁଡିକ ସଚ୍ଚ କରି ମଧ୍ୟ ଶୁଣି ପାରିବେ । ଥରେ ମାତ୍ର ଡାଉନଲୋଡ କରିବା ପରେ ତାକୁ ଅଫଲାଇନରେ ଶୁଣି ପାରିବେ ।