ସୋସିଆଲ ମିଡିଆ ପ୍ଲାଟଫର୍ମରେ କିପରି ରଖିବେ ନିଜ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ? ବ୍ୟବହାର କରନ୍ତୁ ଏହି ଆପ୍ଲିକେସନ

48

ହ୍ୱାଟସଆପ ଏବଂ ଫେସବୁକ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ’ ଏଣ୍ଡ୍ ଟୁ ଏଣ୍ଡ୍’ ଇନକ୍ରିପସନ ଫିଚର ଉପଲବ୍ଧ । ଯାହା ଦ୍ୱାରା ୟୁଜର୍ସଙ୍କ ବ୍ୟକ୍ତିଗତ ଚାଟ୍ ଏବଂ ତଥ୍ୟ ବହୁଳ ମାତ୍ରାରେ ସୁରକ୍ଷିତ ହୋଇ ରହିଥାଏ । ହେଲେ ଏହାବ୍ୟତୀତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ବ୍ୟବସ୍ଥା ପ୍ରାୟତଃ ନଥାଏ । ଯେପରିକି, ଟୁଇଟର, ହାଇକ୍ , ସ୍କାଇପ୍ ଇତ୍ୟାଦି । ତେବେ ଏଭଳି ପରିସ୍ଥିତିରେ ଆପଣ ଏକ ‘କିବେସ୍’ ମୋବାଇଲ ଆପ୍ଲିକେସନ ମାଧ୍ୟମରେ ନିଜର ସମସ୍ତ ତଥ୍ୟ ବା ଚାଟକୁ ସୁରକ୍ଷିତ କରି ରଖିପାରିବେ । ଯାହା ସଂପର୍କରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା କିଭଳି ଏବଂ କିପରି ବ୍ୟବହାର କରିବେ କିବେସ ଆପ୍ ।

କିବେସ୍ ଆପ କଣ ?

‘କିବେସ୍’ ଆପକୁ ଆପଣ ଗୁଗଲ ପ୍ଲେଷ୍ଟୋରରୁ ଡାଉନଲୋଡ କରିପାରିବେ । ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦ ଲୋକ ହିଁ ଇନଷ୍ଟଲ କରିସାରିଛନ୍ତି । ପ୍ଲେ ଷ୍ଟୋରରେ ଏହି ଆପର ରେଟିଂ ସଂପର୍କରେ ଯଦି ଆଲୋଚନା କରାଯାଏ ,ତେବେ ବର୍ତ୍ତମାନ ଏହାର ରେଟିଂ ରହିଛି ୪.୩ । ଏହି ଆପ ସୋସିଆଲ ମିଡିଆରେ ଆପଣଙ୍କର ବ୍ୟକ୍ତିଗତ ଚାଟ୍ ଏବଂ ସୂଚନାକୁ ସୁରକ୍ଷିତ କରି ରଖିଥାଏ । କିବେସ ଆପର ବ୍ୟବହାର ଆପଣ କମ୍ଫ୍ୟୁଟର ବ୍ୟତୀତ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ସେଟରେ ବି କରିପାରିବେ ।

ବ୍ୟବହାର କରିବା ପ୍ରକ୍ରିୟା

• ସର୍ବ ପ୍ରଥମେ କମ୍ପ୍ୟୁଟରରେ କିବେସ ଆପକୁ ଇନଷ୍ଟଲ କରନ୍ତୁ । ଏହି ଆପ ଉଭୟ ୱିଣ୍ଡୋ ଏବଂ ମେକ୍ ପାଇଁ ଉପଲବ୍ଧ ।

• ଏହାପରେ ଆପଣ ସେଟଅପକୁ ଓପନ କରନ୍ତୁ ଏବଂ ଏହି ଆପକୁ ସେଠାରେ ଇନଷ୍ଟଲ କରନ୍ତୁ । ଯଦି ଏହା ଆପଣଙ୍କୁ ଫ୍ରି ଆକାଉଂଟ ଖୋଲିବାକୁ ନୋଟିଫିକେସନ ଦେଖାଏ ତେବେ ସେଠାରେ ଲେଖାଯାଇଥିବା ‘ଓକେ’ ବଟନ ଉପରେ କ୍ଲିକ୍ କରନ୍ତୁ ।

• ନିଜର ସୋସିଆଲ ମିଡିଆ ଆକାଉଂଟ ସହିତ ଏହାକୁ ସଂଯୋଗ କରିବା ପାଇଁ ଆପଣଙ୍କୁ ‘ଡେସ୍କଟପ’ ଆପ ମାଧ୍ୟମରେ ନିଜ ଆକାଉଂଟକୁ ଭେରିଫାଏ କରିବାକୁ ପଡିବ ।

• ଭେରିଫାଏ ହେବା ପରେ ଏହି ଆପ ଆପଣଙ୍କ ଆକାଉଂଟ ପେଜରେ କିଛି ପୋଷ୍ଟ କରିବ, ଯେଉଁ ସାଇଟକୁ ବି ଆପଣ ଭେରିଫାଏ କରିବାକୁ ଚାହୁଁଥିବେ ।

• ଏହାପରେ ଆପଣଙ୍କୁ ଆପଣଙ୍କର ସମସ୍ତ ଆକାଉଂଟକୁ ଯିବାକୁ ପଡିବ ଏବଂ ସେଗୁଡିକୁ ଭେରିଫାଏ କରିବା ପାଇଁ ଦିଆଯାଇଥିବା ନିର୍ଦ୍ଦେଶଗୁଡିକୁ ପାଳନ କରିବାକୁ ପଡିବ । ଏହି ପ୍ରକ୍ରିୟାକୁ ଆରମ୍ଭ କରିବା ପାଇଁ ଆପଣଙ୍କୁ ନିଜ ସୋସିଆଲ ମିଡିଆ ୟୁଜରନେମକୁ ସେଠାରେ ଏଂଟର କରିବାକୁ ପଡିବ ।

• ଏହାବ୍ୟତୀତ, ଆପଣ କ୍ରୋମ ଏବଂ ମୋଜିଲା ଫାୟରଫକ୍ସ ବ୍ରାଉଜର ପାଇଁ ମଧ୍ୟ ଏହାକୁ ଇନଷ୍ଟଲ କରିପାରିବେ । ଇନଷ୍ଟଲ ହେବା ପରେ ଆପଣଙ୍କୁ ବିଭିନ୍ନ ସୋସିଆଲ ମିଡିଆ ସାଇଟ୍ ଉପରେ ଏକ ‘କିବେସ’ ବଟନ ନଜର ଆସିବ ।

• ନିଜର ଚାଟକୁ ଇନସ୍କ୍ରିପ୍ଟ କରିବା ପାଇଁ ଆପଣଙ୍କୁ ଖାଲି ‘କିବେସ’ ଚାଟ ବଟନ ଉପରେ କ୍ଲିକ୍ କରିବାକୁ ପଡିବ ।
ତେବେ ଏହାପୂର୍ବରୁ ଆପଣଙ୍କ ଆକାଉଂଟ କିବେସ ଦ୍ୱାର ଭେରିଫାଏ ହୋଇଥିବା ଆବଶ୍ୟକ । ଏଥିସିହିତ କିବେସ ଆପର ବ୍ୟବହାର ଆପଣ ଆଇଓଏସ ଏବଂ ଆଣ୍ଡ୍ରଏଡରେ ମଧ୍ୟ କରିପାରିବେ ।

ସୌଜନ୍ୟ: ଦୈନିକ ଜାଗରଣ