ଲଂଚ ହେଲା ‘ସିଏମ ଆପ’ । କୌଣସି ବି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ କରିପାରିବେ ଯୋଗାଯୋଗ, ଜାଣନ୍ତୁ କିପରି କରିବେ ବ୍ୟବହାର

51

ଜନତା ଏବେ ସ୍ମାର୍ଟଫୋନ ଜରିଆରେ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କରିପାରିବେ ଯୋଗାଯୋଗ । ଜଣାଇପାରିବେ ନିଜର ସମସ୍ତ ଅଭିଯୋଗ । କରି ପାରିବେ ପ୍ରଶ୍ନ । ସେହିପରି ମୁଖ୍ୟମନ୍ତ୍ରୀ ମଧ୍ୟ ଜନତାଙ୍କ ପ୍ରଶ୍ନର ଜବାବ ରଖିବେ ଆଉ ଅଭିିଯୋଗ ମଧ୍ୟ ଶୁଣିବେ । ତେବେ ଜନତାଙ୍କ ପାଇଁ ଏଭଳି ସୁବିଧା ଭେଟି ଦେଇଛନ୍ତି ଉତ୍ତରାଖଣ୍ଡର ସରକାର । ଯେଉଁଠି ଜନତା ନିଜର ସ୍ମାର୍ଟଫୋନ ଜରିଆରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସହିତ ସିଧାସଳଖ ଯୋଗାଯୋଗ କରିପାରିବେ । ଏହା ପୂର୍ବରୁ ବି ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ସିଧାସଖଳ ଭାବେ ଜନତାଙ୍କ ସହ ଯୋଡି ହୋଇସାରିଛନ୍ତି ।

 

 

ସୂଚନା ମୁତାବକ, ନିକଟରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଜ୍ୟ ସଚିବାଳୟରେ ଏକ ମୋବାଇଲ ଆପର ଲଂଚ କରିଛନ୍ତି । ଯାହାର ନାଁ ରହିଛି ‘ସିଏମ ଆପ୍’ । ଯାହାକୁ ଆପଣ ଗୁଗଲ ପ୍ଲେ ଷ୍ଟୋର ତଥା ଆଇଫୋନରେ ଆପଲ ଷ୍ଟୋରକୁ ଯାଇ ତ୍ରିବେନ୍ଦ୍ର ସିଂହ ରାୱତ ଟାଇପ କରି ଡାଉନଲୋଡ କରିପାରିବେ । ଏହି ଆପଟିର କଂଟେଂଟ ଉଭୟ ହିନ୍ଦୀ ବେଂ ଇଂରାଜୀ ଭାଷାରେ ଉପଲବ୍ଧ । ଏହି ଆପ ଜରିଆରେ ଜନତା ନିଜର ଅଭିଯୋଗ ସରକାରଙ୍କୁ ଜଣାଇବା ସହିତ ସରକାରଙ୍କୁ ନିଜର ପରାମର୍ଶ ଦେଇପାରିବେ । ଖାଲି ସେତିକି ନୁହେଁ ଏହି ଆପ ଜରିଆରେ ଜଣେ ବ୍ୟକ୍ତି ଦେଶର କୌଣସି ବି ସ୍ଥାନରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ସିଧାସଳଖ ଭାବେ ସଂପର୍କ କରିପାରିବେ । ଆପଣ ଏହି ଅଭିଯୋଗ ଏବଂ ପରାମର୍ଶ ସିଧାସଳଖ ଆପଣ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇପାରିବେ ।

ଏବେ ଜାଣନ୍ତୁ ଏହି ସିଏମଆପର କଣ ରହିଛି ବିଶେଷତ୍ୱ

• ଏହି ଆପ ଜରିଆରେ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ନୀତି ନିୟମ ଆଦିକୁ ଗୋଟିଏ କ୍ଲିକ୍ କରି ପଢି ଏବଂ ଦେଖିପାରିବେ ।

• ସରକାରୀ ଯୋଜନାଗୁଡିକର ସମସ୍ତ ସୂଚନା, ପ୍ରଗତି ଏବଂ ନୂଆ ପ୍ରୟାସ ସଂପର୍କରେ ସମସ୍ତ ସୂଚନା ମଧ୍ୟ ଏହି ଆପ ଜରିଆରେ ପାଇପାରିବେ ।

• ଏହି ଆପରେ ଆପଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ପ୍ରତିଟି ଟୁଇଟକୁ ମଧ୍ୟ ଦେଖିପାରିବେ ।

• ଏହି ଆପରେ ସମସ୍ତ ଜିଲ୍ଲାର ଡିଏମ, ଏସଏସପି ଏବଂ ଏସିଙ୍କର ଫୋନ ନମ୍ବର ମଧ୍ୟ ଉପଲବ୍ଧ ।

• ଆବଶ୍ୟକତା ପଡିଲେ ଜନତା ସିଧାସଳଖ ଭାବେ ସଂବନ୍ଧିତ ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ ।

• ସେହିପରି ଯୁବ ପୀଢି ମଧ୍ୟ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀଙ୍କ ସହ ସଂପର୍କ କରିପାରିବେ ।

• ମୁଖ୍ୟମନ୍ତ୍ରୀଙ୍କ ପ୍ରତିଦିନର କାର୍ଯ୍ୟକ୍ରମ ସଂପର୍କରେ ବି ସୂଚନା ପାଇପାରିବେ ।