ମୋବାଇଲରେ ରଖନ୍ତୁ ଏହିସବୁ ଆପ୍ ! ସରିବ ନାହିଁ ଆପଣଙ୍କର ଇଂଟରନେଟ୍ ପ୍ୟାକ୍

83

ଅଧିକାଂଶ ସମୟରେ ଏଭଳି ହୋଇଥାଏ କି ଅନେକଗୁଡିଏ ଆପ କାରଣରୁ ଇଂଟରନେଟ୍ ଡାଟା ଖୁବ୍ ଶୀଘ୍ର ଶେଷ ହୋଇଯାଇଥାଏ । କାରଣ ଏହିସବୁ ଆପ୍ ଆବଶ୍ୟକତାଠାରୁ ଅଧିକ ଡାଟା କନଜ୍ୟୁମ କରିଥାନ୍ତି । ଯେଉଁଥିରୁ ଆପଣଙ୍କୁ ବାରମ୍ବାର ନେଟ୍ ପ୍ୟାକ୍ ରିଚାର୍ଜ କରିବାକୁ ପଡିଥାଏ । ଏଠାରେ ଆମେ ଆପଣଙ୍କୁ କିଛି ଏଭଳି ଲାଇଟ୍ ଆପ ସଂପର୍କରେ ଜଣାଇବାକୁ ଯାଉଛୁ ଯାହାକି କମ ଡାଟା କନଜ୍ୟୁମ କରିବା ସହ ମୋବାଇଲରେ କମ୍ ସ୍ପେସ୍ ନେଇଥାଏ । ତେବେ ଜାଣନ୍ତୁ ଏହି ଆପଗୁଡିକ ସଂପର୍କରେ ।

ଫେସବୁକ୍ ଲାଇଟ୍

ଫେସବୁକ୍ ଲାଇଟକୁ ଦୁର୍ବଳ ଇଂଟରନେଟ କନେକ୍ଟଭିଟିକୁ ଦୃଷ୍ଟିରେ ରଖି ଲଂଚ କରାଯାଇଛି । ଯେଉଁଥିରେ ୨ଜି , ଅନେଷ୍ଟବୁଲ ଏବଂ ସ୍ଲୋ ଇଂଟରନେଟ ଥିବା ଅଂଚଳମାନଙ୍କୁ ବହୁତ ଭଲ ଭାବରେ କାମ କରିବ । ଏହି ଆପଟି କମ ସ୍ପେସ ନେବା ସହିତ ଦ୍ରୁତ ଗତିରେ ଲୋଡ ହୋଇଥାଏ ଏବଂ କୌଣସି ବି ଫୋନରେ କାମ କରିଥାଏ ।

ମେସେଂଜର ଲାଇଟ୍

ଫେସବୁକ, ମେସେଂଜର ପାଇଁ ଲାଇଟ୍ ଆପ୍ ୨୦୧୭ରେ ଲଂଚ କରିଛି । ଏହି ଆପଟି ଦୁନିଆର ୧୨୦ଟି ଦେଶରେ ଉପଲବ୍ଧ । ଏହି ଆପ ଲିମିଡେଟ୍ ମେମୋରୀ, ପ୍ରୋସେସିଂ ପାୱାର ଏବଂ ଦୁର୍ବଳ ନେଟୱର୍କରେ ତଥା ଫୋନଗୁଡିକ ପାଇଁ ଡିଜାଇନ୍ କରାଯାଇଛି ।

ସ୍କାଇପି ଲାଇଟ୍

ମାଇକ୍ରୋସଫ୍ଟ ଫେସବୁକକୁ ଅନୁସରଣ କରି ସ୍କାଇପି ଆପର ଲାଇଟ୍ ଭର୍ସନ ଲଂଚ କରିଛି । ଏହି ଆପକୁ ଭାରତରେ ମଧ୍ୟ ଲଂଚ କରାଯାଇଛି । ଏହି ଆପଟି ଆପଣଙ୍କର ମୋବାଇଲରେ ମାତ୍ର ୧୩ ଏମବିର ସ୍ପେସ ନେଇଥାଏ ବେଳେ ଏହା ୨ ଜି ନେଟୱର୍କରେ ବି ଦ୍ରୁତବେଗରେ କାର୍ଯ୍ୟକରିଥାଏ ।

ୟୁଟ୍ୟୁବ ଗୋ

ଗୁଗଲ କଂପାନୀ ଇଣ୍ଡିଆନ ମାର୍କେଟ ପାଇଁ ୟୁଟ୍ୟୁବ ଗୋ ନାମକ ଆପ ଲଂଚ କରିଛି । ଯାହାକି ହେଭି ୟୁଟ୍ୟୁବ୍ ଆପର ଲାଇଟ୍ ଭର୍ସନ ଅଟେ । ଏହି ଆପଟିକୁ ବିଶେଷ କରି ଭାରତୀୟ ଗ୍ରାହକମାନଙ୍କୁ ଦୃଷ୍ଟିରେ ରଖି ତିଆରି କରାଯାଇଛି ।