ମାତ୍ର ୩୦ ଟଙ୍କାରେ ଘରେ ବସି ତିଆରି କରନ୍ତୁ ପାସପୋର୍ଟ । ଜାଣନ୍ତୁ ପୂରା ପ୍ରକ୍ରିୟା

848

ଯଦି ଆପଣ ପାସପୋର୍ଟ ବନାଇବାକୁ ଚାହୁଁଛନ୍ତି ତେବେ ଆପଣ ମାତ୍ର ୩୦ ଟଙ୍କା ବିନିମୟରେ ପାସପୋର୍ଟ ପାଇଁ ଆବେଦନ କରିପାରିବେ । ସେମିତିରେ ବି ଆପଣ ଅନଲାଇନରେ ଆବେଦନ କରିପାରିବେ, ହେଲେ ଅନଲାଇନରେ ସମସ୍ୟା ଦେଖାଦେବା କାରଣରୁ ଆପଣ କମନ ସର୍ଭିସ ସେଂଟର ତଥା ସିଏସସିରେ ଯାଇ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ ସିଏସସିକୁ ମାତ୍ର ୩୦ ଟଙ୍କା ଚାର୍ଜ ବାବଦକୁ ଦେବାକୁ ପଡିବ ।

ସିଏସସିରେ କରିପାରିବେ ଏହି କାମ: ଗତ କିଛି ଦିନ ତଳେ ସିଏସସି-ଏସପିଭି ସହିତ ବିଦେଶ ମାମଲାର ମନ୍ତ୍ରାଳୟ ତରଫରୁ କମନ ସର୍ଭିସ ସେଂଟରର ନେଟୱର୍କ ମାଧ୍ୟମରେ ପାସପୋର୍ଟ ସମ୍ବନ୍ଧିତ ସେବାଗୁଡିକ ଲଂଚ କରିଥିଲା । ଯେଉଁଥିରେ ତଥା କମନ ସସର୍ଭିସ ସେଂଚରରେ ପାସପୋର୍ଟର ଅପ୍ଲାକେସନ ଫର୍ମ ଭରିବା ଏବଂ ତାକୁ ଅପଲୋଡ କରିବା, ଶୁଳ୍କର ପେମେଂଟ ଏବଂ ପାସପୋର୍ଟ ସେବା କେନ୍ଦ୍ର ଯିବା ପାଇଁ ସମୟ ଏବଂ ନିର୍ଧାରଣର ସୁବିଧା ପ୍ରଦାନ କରାଯାଇଛି ।

କିପରି କରିବେ ଅନଲାଇନରେ ଆବେଦନ

ଯଦି ଆପଣ ଅନଲାଇନରେ ଏହା ଆବେଦନ କରିବା ପାଇଁ ଇଚ୍ଛୁକ ତେବେ https://portal2.passportindia.gov.in ଯିବା ପାଇଂ ପଡିବ । ପରେ ଏହାରି ମାଧ୍ୟମରେ ନିଜ ନିଜର ପାସପୋର୍ଟ ଆବେଦନ କରିପାରିବେ । ପରେ ନିଜର ପାଖରେ ଥିବା ପାସପୋର୍ଟ ଅଫିସ ଚୟନ କରିବା ପାଇଁ ପଡିବ । ପରେ ରେଜିଷ୍ଟର ଲେଖାଯାଇଥିବା ସ୍ଥାନରେ କ୍ଲିକ କରିବେ । ପରେ Apply for Fresh Passport/Reissue of Passport ଉପରେ କ୍ଲିକ କରିବେ । ଏଠାରେ ଫର୍ମ ପୂରଣ କରିବା ପାଇଁ ୨ ଟି ଅପସନ ରହିଛି । ଏଠାରେ ସରକାରଙ୍କ ପକ୍ଷରୁ ମଗାଯାଇଥିବା ସମସ୍ତ ସୂଚନା ଦେବା ସହ ନିଜର ପାସପୋର୍ଟ ଆବେଦନ କରିପାରିବେ ।

ତେବେ ଅନେକ ସମୟରେ ସରକାର ଅନୁଭବ କରିଛନ୍ତି ଯେ, ଲୋକମାନେ ବିଦେଶ ଯାତ୍ରା କରିବା ପାଇଁ ହେଲେ ପାସପୋର୍ଟ କରିବା ପାଇଁ ହେଲେ ଅନେକ ସମୟ ଅପେକ୍ଷା କରିବା ସହ ସରକାରୀ ଅଫିସରେ ଚକ୍କର କାଟିବା ପାଇଁ ପଡିବ । ତେଣୁ ଲୋକମାନଙ୍କ ସୁବିଧା ପାଇଁ ସରକାର ଏବେ ଅନଲାଇନରେ ପାସପୋର୍ଟ ଆବେଦନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ଏହି ଅନଲାଇନରେ ଆବେଦନ କରିବା ବେଳେ ନିଶ୍ଚିତ ଭାବରେ ଫର୍ମର ପ୍ରିଣ୍ଟ ଆଉଟ ବାହାର କରିବେ । କାରଣ ଯେଉଁ ସମୟରେ ଆପଣ ପାସପୋର୍ଟ ଅଫିସରୁ ତାହା ଗ୍ରହଣ କରିବେ ସେହି ସମୟରେ ଏହି କପର ଆବଶ୍ୟକ ରହିଥାଏ । ତେଣୁ ଏପରି ଭାବରେ ଆପଣ ଘରେ ବସି ପାସପୋର୍ଟ ଆବେଦନ କରିବା ସହ ବିଦେଶ ଯାତ୍ରା ଆରାମରେ କରିପାରିବେ ।