ଘରେ ବସି ବି ବନାଇ ପାରିବେ ପାନକାର୍ଡ ! ଜାଣନ୍ତୁ ଅନଲାଇନ୍ ଆବେଦନ କରିବାର ସଂପୂର୍ଣ୍ଣ ପ୍ରକ୍ରିୟା

60

ବର୍ତ୍ତମାନ ପାନ କାର୍ଡ ଅର୍ଥାତ୍ ପର୍ମାନେଂଟ ଆକାଉଂଟ ନମ୍ବର (ସ୍ଥାୟୀ ଖାତା ସଂଖ୍ୟା) ସଭିଙ୍କ ପାଇଁ ଏକ ଜରୁରୀ ଡକ୍ୟୁମେଂଟ ପାଲଟିଯାଇଛି । ଏହାଦ୍ୱାରା ଆପଣ ନା କେବଳ ନିଜର ଆୟକର ରିଟର୍ନ କରିପାରିବେ ତାହା ନୁହେଁ ବରଂ ଏଥିସହିତ ନିଜର ପରିଚୟ ପତ୍ର ଭାବେ ମଧ୍ୟ ଆପଣ ଏହାକୁ ବ୍ୟବହାର କରିପାରିବେ । ବ୍ୟାଙ୍କ ଖାତା ଖୋଲିବାଠାରୁ ଆରମ୍ଭ କରି ପିଏଫ (ପ୍ରୋଭିଡେଂଟ୍ ଫଣ୍ଡ) ଯାଏଁ ସବୁ କାମ ପାଇଁ ପାନକାର୍ଡ ଏବେ ବହୁତ ଜରୁରୀ ହୋଇପଡିଛି । ଯଦି ଆପଣ ଏପର୍ଯ୍ୟନ୍ତ ପାନକାର୍ଡ କରିନାହାଁନ୍ତି କିମ୍ବା ଆପଣଙ୍କ ପାନକାର୍ଡ ହଜି ଯାଇଛି ତେବେ ଏଥିରେ ଆଦୌ ବିଚଳିତ ହୁଅନ୍ତୁ ନାହିଁ କାରଣ ଆପଣ ଚାହିଁଲେ ଘରେ ବସି ଆପଣଙ୍କ ପାନକାର୍ଡକୁ ପୁଣି ଥରେ ବନେଇ ପାରିବେ । ତେବେ କିପରି ଆସନ୍ତୁ ଜାଣିବା ।

• ସର୍ବପ୍ରଥମେ ଆପଣଙ୍କୁ ଇନକମ୍ ଟ୍ୟାକ୍ସର ପାନ ସେବା ସର୍ଭିସ ୟୁନିଟ୍ ସହ ଜଡିତ ୱେବସାଇଟକୁ ଯାଇ ତାକୁ ଲଗଇନ୍ କରିବାକୁ ପଡିବ ।

• ଲଗଇନ କରିବା ମାତ୍ରକେ ପାନକାର୍ଡ ପାଇଁ ଆପ୍ଲାଏ କରିବାର ଏକ ହୋମ୍ ପେଜ୍ ଓପନ ହୋଇଯିବ । ଯେଉଁଠାରେ ଆପଣଙ୍କୁ ଅନେକ ପ୍ରକାରର ଅପସନ ମିଳିବ । ଯେପରିକି, ନୁଆ ପାନକାର୍ଡ ବନାଇବା ପାଇଁ ଆପ୍ଲିକେସନ ଫର୍ମ, ଆପ୍ଲାଏ କରାଯାଇଥିବା ପାନକାର୍ଡର ବର୍ତ୍ତମାନ ସ୍ଥିତି ସଂପର୍କିତ ସମସ୍ତ ତଥ୍ୟ, ପୁରୁଣା କିମ୍ବା ହଜି ଯାଇଥିବା ପାନକାର୍ଡକୁ ପୁଣିଥରେ ପ୍ରାପ୍ତ କରିବା ଏବଂ ପାନକାର୍ଡରେ ଦିଆଯାଇଥିବା ସୂଚନାଗୁଡିକରେ ସଂଶୋଧନ ଆଦି । ତେବେ ଏଠାରେ ଆପଣ ଆପଣଙ୍କର ସୁବିଧା ଆନୁଯାୟୀ ଅପସନ ଚୟନ କରିପାରିବେ ।

• ନୁଆ ପାନକାର୍ଡ ପାଇଁ ଆପ୍ଲାଏ କରିବା ସମୟରେ ଆପଣଙ୍କୁ ୪୯-ଏ ନାମକ ଫର୍ମ ପୁରଣ କରିବାକୁ ପଡିବ । ଆପଣ ଏହି ୱେବସାଇଟକୁ ଯାଇ ଏହି ଫର୍ମକୁ ଭରଣ କରିପାରିବେ ଏବଂ ସମସ୍ତ ତଥ୍ୟ ଭରି ଫର୍ମଟିକୁ ଜମା କରିବାକୁ ହେବ ।

• ଫର୍ମଟି ଅନଲାଇନ୍ ଜମା ହୋଇଯିବା ପରେ ଆପଣଙ୍କ ମୋବାଇଲକୁ ଏକ ୧୫ ଅଙ୍କ ବିଶିଷ୍ଟ ଆକନଲେଜମେଂଟ୍ ବା ସ୍ୱୀକୃତିପତ୍ର ନମ୍ବର ଆସିବ,ଯାହାକୁ ଆପଣଙ୍କୁ ଦାୟୀତ୍ୱର ସହ ରଖିବାକୁ ପଡିବ ।

• ଏହି ଆକନଲେଜମେଂଟ୍ ଫର୍ମକୁ ଆପଣଙ୍କୁ ଆୟକର ବିଭାଗକୁ ପଠାଇବାକୁ ହେବ । ଏହାକୁ ପଠାଇବା ପୂର୍ବରୁ ଆପଣଙ୍କୁ ଏଥିସହିତ ଆପଣଙ୍କ ଭୋଟ୍ ପରିଚୟ ପତ୍ର କିମ୍ବା ଆଧାରକାର୍ଡ କିମ୍ବା ବ୍ୟାଙ୍କ ଆକାଉଂଟର ଏକ ଫଟୋ କପି ଯୋଡି ଦେବାକୁ ପଡିବ । କିନ୍ତୁ ଧ୍ୟାନ ରଖିବେ କି ଆପଣ ଦେଇଥିବା ନିଜର ସମସ୍ତ ଡକ୍ୟୁମେଂଟର ତଥ୍ୟରେ ସାମଞ୍ଜସ୍ୟ ରହିିଥିବା ଜରୁରୀ ଅଟେ ।

• ଆକନଲେଜମେଂଟ୍ ଫର୍ମରେ ଦର୍ଶାଯାଇଥିବା ସ୍ଥାନରେ ଆପଣଙ୍କୁ ଆପଣଙ୍କର ଏକ ଫଟୋକୁ ମଧ୍ୟ ଲଗାଇାକୁ ପଡିବ । ଏଥିସହିତ ସୂଚିତ କରାଯାଇଥିବା ସ୍ଥାନରେ ମଧ୍ୟ ସାଇନ୍ କରିବାକୁ ପଡିବ ।

• ତେବେ ଭାରତ କୌଣସି ବି ଠିକଣାରେ ପାନକାର୍ଡ ଆବେଦନ ପାଇଁ ଆପଣଙ୍କୁ ଶୁଳ୍କ ଆଧାରରେ ଦେବାକୁ ପଡିବ ୯୬ ଟଙ୍କା । ଯାହାକୁ ଆପଣ ଚେକ୍ , ଡିମାଣ୍ଡ ଡ୍ରାଫ୍ଟ, ଇଂଟରନେଟ ବ୍ୟାଙ୍କିଂ, କେଡ୍ରିଟ୍ କାର୍ଡ କିମ୍ବା ଡେଭିଟ୍ କାର୍ଡ ସହାୟତାରେ ଭରି ପାରିବେ । ଯଦି ଆପଣ ଭାରତ ବାହାରୁ ପାନ ପାଇଁ ଆବେଦନ କରୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ୯୬୨ ଟଙ୍କା ଦେବାକୁ ପଡିବ ଓ ଏଥିପାଇଁ ଆପଣ କେବଳ ଡିମାଣ୍ଡ ଡ୍ରାଫ୍ଟର ବ୍ୟବହାର କରାଯାଇପାରିବ । ଯଦି ଆପଣ ଚେକ୍ , ଡିମାଣ୍ଡ ଡ୍ରାଫ୍ଟ, ଇଂଟରନେଟ ବ୍ୟାଙ୍କିଂ, କେଡ୍ରିଟ୍ କାର୍ଡ କିମ୍ବା ଡେଭିଟ୍ କାର୍ଡ ସହାୟତାରେ ଫିସ୍ ଦେବାକୁ ଚାହୁଁଛନ୍ତି ତେବେ ଫର୍ମ ଭରିବା ସମୟରେ ହିଁ କରିପାରିବେ । ଶୁଳ୍କ ଦେବା ପରେ ଏଥିପାଇଁ ଆପଣଙ୍କୁ ଏକ ରସିଦ ଅନଲାଇନରେ ମିଳିଯିବ, ଯାହାର ଏକ ପ୍ରିଂଟ କପି ନେଇ ଆକନଲେଜମେଂଟ୍ ଫର୍ମ ସହ ଯୋଡି କରି ପଠାଇବାକୁ ହେବ ।

• ଆକନଲେଜମେଂଟ୍ ଫର୍ମ ଆୟକର ବିଭାଗକୁ ପଠାଇବା ସମୟରେ ଫଟୋ, ଠିକଣା ସହ ଜଡିତ କୌଣସି ବି ଡକ୍ୟୁମେଂଟ ଏବଂ ଆପଣଙ୍କର ପରିଚୟ ପତ୍ର ଲଗାଇ ପଠାଇବାକୁ ପଡିବ । ଏଥିସହିତ ଉକ୍ତ ରସିଦର ଏକ କପି ମଧ୍ୟ ପଠାଇବାକୁ ପଡିବ । ଯାହାକୁ ଆପଣ ଅନଲାଇନ ଆପ୍ଲିକେସନ୍ ଭରିବାର ପାଖାପାଖି ୧୫ ଦିନ ଭିତରେ କରିବାକୁ ପଡିବ ଆପଣଙ୍କୁ ଏହି ଫର୍ମ କୁହାଯାଇଥିବା ଡକ୍ୟୁମେଂଟ ସହିତ ପଠାଇବାକୁ ହେବ ଏବଂ ଯେଉଁ । ଏଥିସହିତ ସେଥିରେ ଆପଣଙ୍କୁ ପାନକାର୍ଡ ବାବଦକୁ ମିଳିଥିବା ୧୫ଟିକିଆ ନମ୍ବରଟିକୁ ଲେଖି ପଠାଇବାକୁ ହେବ ।

• ତେବେ ଏହାକୁ ପଠାଇ ସାରିବା ପରେ ଆପଣ ଆପଣଙ୍କ କାର୍ଡର ସ୍ଥିତି ଅନଲାଇନରେ ଚେକ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ଏହି ୱେବସାଇଟର ସହାୟତା ନେଇପାରବେ ।

• ଏଥିସହିତ ଯଦି ଆପଣ ଆପଣଙ୍କର ପାନକାର୍ଡରେ ଦିଆଯାଇଥିବା ସୂଚନାକୁ ସଂଶୋଧନ କରିବା ପାଇଁ ଚାହିଁବେ ତେବେ ଏହି ଫର୍ମୁଲା ମଧ୍ୟ ଆପଣ ଆପଣେଇ ପାରିବେ । ୱେବସାଇଟର ମେନ୍ ପେଜରେ ଆପଣଙ୍କୁ ସେହି ସବୁ ଅପସନଗୁଡିକୁ ଚୟନ କରିବାକୁ ହେବ ଯେଉଁଥିରେ ଉଲ୍ଲେଖ ଥିବ କି ପାନ ସହ ଜଡିତ ସୂଚନାରେ ସଂଶୋଧନ ବା ପରିବର୍ତ୍ତନ ।

ସୌଜନ୍ୟ- ଏବିପି ନ୍ୟୁଜ୍