ବନ୍ଦ ହେବାକୁ ଯାଉଛି ବିଶ୍ୱର ଲୋକପ୍ରିୟ ସୋସିଆଲ ସାଇଟ୍ ! ୟୁଜର୍ସଙ୍କ ମୋବାଇଲରେ ଏଣିକି ଆଉ ଚାଲିବ ନାହିଁ ଫେସବୁକ୍

46

୫ କୋଟିରୁ ଅଧିକ ୟୁଜର୍ସଙ୍କ ଡାଟା ଲିକ୍ ହେବା ଘଟଣା ପ୍ରଘଟ ହେବା ପରେ ପରେ ଫେସବୁକ ଏକ ଏଭଳି ସମସ୍ୟାରେ ପକାଇଦେଇଛି କି କଂପାନୀକୁ ଏଥିରୁ ବାହାରିବାକୁ ବହୁତ ସମୟ ଲାଗି ଯାଇପାରେ । ଡାଟା ଲିକ୍ ପରେ ଫେସବୁକର ସିଇଓ ମାର୍କ ଜୁକରବର୍ଗ ଏଥିପାଇଁ ଭୁଲ ମଧ୍ୟ ମାଗିଥିଲେ ସୁଦ୍ଧା କୌଣସି ଫରକ ପଡିନାହିଁ । ଏପରିକି ଜୁକରବର୍ଗ ଫେସବୁକର ପ୍ରାଇଭେସି ପଲିସିକୁ ବି ବଦଳାଇ ଦେଇଥିଲେ ହେଲେ ଯେପରି ଲାଗୁଛି କି ଲୋକଙ୍କୁ ଏବେ ଫେସବୁକ ଉପରେ ଭରସା ଉଠିଯାଇଛି । ସେଥିପାଇଁ ତ ଗୋଟିଏ ପରେ ଗୋଟିଏ ପ୍ରଭାବଶୀଳୀ ଲୋକ ଏବେ ଫେସବୁକରୁ ମୁହଁ ଫେରାଇ ନେଉଛନ୍ତି । ଯାହାଦ୍ୱାରା ଫେସବୁକ ବନ୍ଦ ହେବାର ପ୍ରବଳ ସମ୍ଭାବନା ଦେଖାଦେଇଛି ।

ସୂଚନା ମୁତାବକ, ଗୋଟିଏ ପରେ ଗୋଟିଏ ବଡ ବଡ କଂପାନୀ ଏବଂ ଲୋକ ନିଜର ଫେସବୁକ୍ ଆକାଉଂଟ ଡିଲିଟ କରିବାରେ ଲାଗିଛନ୍ତି । ପ୍ରଥମେ ସ୍ପେସଏକ୍ସର ଫାଉଣ୍ଡର ଏଲନ ମସ୍କ ଟେସ୍ଲା ଏବଂ ସ୍ପେସଏକ୍ସର ଫେସବୁକ ପେଜ ଡିଲିଟ କରିବା ପରେ ପରେ ଏବେ ଆପଲର କୋ-ଫାଉଣ୍ଡର Steve Wozniakମଧ୍ୟ ଖୁବ୍ ଶୀଘ୍ର ନିଜର ଫେସବୁକ୍ ଆକାଉଂଟ ହଟାଇବାକୁ ଘୋଷଣା କରିଛନ୍ତି ।

Steveଙ୍କ କହିବା କଥା ହେଲା କି, ସେ ପ୍ରାଇଭେସିକୁ ନେଇ ଏଭଳି ଏକ ଚରମ ନିଷ୍ପତି ନେଇଛନ୍ତି । Steve ଏକ ଇ-ମେଲ ଜରିଆରେ କହିଛନ୍ତି କି, ଆମର ସମସ୍ତ ସୂଚନାକୁ ବାହାରେ ବିକ୍ରି କରି ଫେସବୁକ୍ ବହୁତ ଟଙ୍କା ରୋଜଗାର କରୁଛି । ଯେବେକି ଏହାର ପ୍ରତିବଦଳରେ ୟୁଜର୍ସଙ୍କୁ କୌଣସି ଫାଇଦା ମିଳୁନାହିଁ । ସେ ଆହୁରୀ ମଧ୍ୟ କହିଛନ୍ତି କି, ତାଙ୍କର କଂପାନୀ ଆପଲ ଭଲ ଭଲ ପ୍ରଡକ୍ଟସ ଜରିଆରେ ଟଙ୍କା ରୋଜଗାର କରୁଛି କିନ୍ତୁ ଫେସବୁକ ନିଜର ୟୁଜର୍ସଙ୍କର ଡାଟା ବିକ୍ରି କରି ହିଁ ଟଙ୍କା ରୋଜଗାର କରୁଛି । ତେଣୁ ଯଦି ଏଭଳି ଗୋଟିଏ ପରେ ଗୋଟିଏ ୟୁଜର୍ସ ନିଜର ଫେସବୁକ ଆକାଉଂଟ ଡିଲିଟ୍ କରିବାରେ ଲାଗନ୍ତି ତେବେ ଫେସବୁକର ସ୍ଥିତିକୁ ନେଇ ନିକଟ ଭବିଷ୍ୟତରେ ଏକ ବହୁତ ସମସ୍ୟା ସୃଷ୍ଟି ହୋଇପାରେ ।

ଏଠାରେ ଆମେ କହି ରଖୁଛୁ କି, ଏହା ପୂର୍ବରୁ ବଲିଉଡ ଷ୍ଟାର ଫରହାନ ଅଖଚ୍ଛର ମଧ୍ୟ ଫେସବୁକକୁ ଅଲବିଦା କହିସାରିଛନ୍ତି ।