ଫାଟିଲା ଇୟରଫୋନ ! କଂପାନୀର ସ୍ପଷ୍ଟିକରଣ ‘ଏହା ଅସମ୍ଭବ’

39

ବାକି କଂପାନୀ ଭଳି ବିଶ୍ୱର ସବୁଠୁ ମହଙ୍ଗା କଂପାନୀ ତଥା ଆପଲ ନାଁରେ ଆସିଛି ସାଘାଂତିକ ଅଭିଯୋଗ । ସାମସଙ୍ଗ ଗାଲାକ୍ସି ନୋଟ-୭ ଭଳି ଆପଲର ଇୟରପାଡ୍ ଫାଟିବାର ଘଟଣା ଏବେ ସାମ୍ନାରୁ ଆସିଛି । ତେବେ ଘଟଣାଟି ଘଟିଛି ଆମେରିକାର ଫ୍ଲୋରିଡାରେ ।

ମିଳିଥିବା ସୂଚନା ମୁତାବକ, ଆମେରିକାର ଏକ ବ୍ୟସ୍ତବହୁଳ ଅଂଚଳରେ ବାସକରୁଥିବା ଜେସନ କୋଲୋନ ନାମକ ଜଣେ ଯୁବକ ଆପଲର ଇୟରଫୋନ ଲଗାଇ ଗୀତ ଶୁଣୁଥିବା ସମୟରେ ଏହି ଦ୍ରୁ୍ଘଟଣା ଘଟିଥିଲା । ଜେସନଙ୍କ କହିବା ଅନୁସାରେ, ଏହି ଦୁର୍ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ସେ ନିଜ ଘରେ ବସି ଗୀତ ଶୁଣୁଥିଲେ ଆଉ ଠିକ୍ ଏହି ସମୟରେ ହିଁ ତାଙ୍କ ଇୟରଫୋନରୁ ହଠାତ୍ ଧୂଆଁ ବାହାରିବା ଆରମ୍ଭ କରିଥିଲା । ଏହାପରେ ସେ ଇୟରଫୋନଟିକୁ କାନରୁ କାଢି ପକାଇଥିଲେ ହେଲେ ସେ ଦେଖୁ ଦେଖୁ ଇୟରଫୋନଟି ସଂପୂର୍ଣ୍ଣ ରୂପେ ଜଳିଯାଇଥିଲା ।

ଯଦିଓ ଏହି ଘଟଣାର କାରଣ ଏଯାବତ କିଛି ଜଣାପଡିନାହିଁ ମାତ୍ର ଏହାର ସତ୍ୟତା ଜାଣିବା ପାଇଁ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ବୋଲି ଆପଲ ପକ୍ଷରୁ ସୂଚନା ମିଳିଛି । ଏଠାରେ ଆମେ କହି ରଖୁଛୁ କି, ଏଭଳି ଘଟଣା କୌଣସି ନୂଆ ନୁହେଁ କାରଣ ଏହା ପୂର୍ବରୁ ବି ତଥା ୨୦୧୭, ଅକ୍ଟୋବର ମାସରେ ଆପଲ ଆଇଫୋନ-୮ ଏବଂ ୮-ପ୍ଲସର ବ୍ୟାଟେରୀ ଫୁଲିବାର ଏବଂ ଫୋନରୁ ଅଲଗା ହୋଇଯିବା ନେଇ ଏକାଧିକ ମାମାଲ ସାମ୍ନାକୁ ଆସିଥିଲା । ସେହିପରି ୨୦୧୬ରେ ସାମସଙ୍ଗର ବ୍ୟାଟେରୀ ଫାଟିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା ଆଉ ଯେଉଁଥି ପାଇଁ କଂପାନୀ ଗାଲାକ୍ସି ନୋଟ-୭ ମଡେଲକୁ ବଜାରରୁ ଫେରାଇ ନେଇଥିଲା ।