ବାହନ ଚାଳକ ଦୂର୍ଘଟଣା ଘଟାଇ ଚାଲିଯାଉଥିଲେ ଗାଡି ନମ୍ବରଟିକୁ ଖାଲି ମନେ ରଖନ୍ତୁ ! ୨ ମିନିଟ୍ ରେ ଏହି ଆପ୍ କହିଦେବ ଗାଡିର ମାଲିକ କିଏ ।

408

ଅନେକ ସମୟରେ ଏଭଳି ହୋଇଥାଏ ଯେ କୌଣସି କାର୍ କିମ୍ବା ବାଇକ୍ ଆସି ଆପଣଙ୍କ ଗାଡି କିମ୍ବା ଆପଣଙ୍କୁ ଠୋକର ମାରି ଚାଲିଯାଏ । ଏଭଳି ସମୟରେ ଆପଣ ଗାଡିର ନମ୍ବର ତ ମନେ ରଖନ୍ତି କିନ୍ତୁ ଠିକଣା ଖୋଜିବା ପାଇଁ ଅନେକ ସମସ୍ୟା ଉପୁଜିଥାଏ । କିନ୍ତୁ ଏବେ ଆଉ ଏଭଳି ସମସ୍ୟାର ସମ୍ମୁଖିନ ହେବାକୁ ପଡିବ ନାହିଁ । କେନ୍ଦ୍ର ସରକାରଙ୍କ ତରଫରୁ ଏକ ଆପ୍ଲିକେସନ୍ ଲଞ୍ଚ୍ କରାଯାଇଛି । ଯେଉଁଥିରେ ପ୍ରତ୍ୟେକ ଗାଡିର ସବୁ ଡାଟା ରହିଛି । ଆପଣଙ୍କୁ ଖାଲି ଗାଡି ନମ୍ବର ହିଁ ଦେବାକୁ ପଡିବ ।

ଏହି ଆପ୍ କୁ ମଧ୍ୟପ୍ରଦେଶରେ ଲଞ୍ଚ୍ କରାଯାଇଥିବା ବେଳେ ରାଜ୍ୟର ପରିବହନ ବିଭାଗରେ ଏହି ଡାଟାକୁ ସେଣ୍ଟ୍ରାଲ୍ ସର୍ଭର ସହ ଯୋଡାଯିବ । ଏଥିରେ କେନ୍ଦ୍ରୀୟ ପରିବହନ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଆପ୍ ମାଧ୍ୟମରେ ମଧ୍ୟପ୍ରଦେଶ ସହ ଦେଶର ବିିଭିନ୍ନ ବାହନ ଏବଂ ଡ୍ରାଇଭିଙ୍ଗ୍ ଲାଇସେନ୍ସର ବିବରଣୀ ଦିଆଯାଇଛି । ଏଥିପାଇଁ ଅନଲାଇନ୍ ଜାଞ୍ଚ୍ ମଧ୍ୟ ହୋଇସାରିଛି । ଏହି ବିବରଣୀକୁ କେନ୍ଦ୍ରୀୟ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏମ୍ ପରିବହନ ଆପ୍ ରେ ସହଜରେ ଦେଖାଯାଇପାରିବ ।