ଏଣିକି ମେଡିକାଲରେ ଭର୍ତ୍ତି ହେବା ସମୟରେ ଦେବାକୁ ପଡିବ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ନଚେତ୍ ଅସୁବିଧାରେ ପଡିପାରନ୍ତି ଆପଣ

30

ଏଣିକି ଡାକ୍ତରଖାନାରେ ଭର୍ତ୍ତି ହେବା ସମୟରେ ରୋଗୀଙ୍କୁ ଦେବାକୁ ପଡିବ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଯାହାଦ୍ୱାରା ଭବିଷ୍ୟତରେ ରୋଗୀଙ୍କୁ ଆଉ କୌସଣି ଅସୁବିଧାର ସାମ୍ନା କରିବାକୁ ପଡିନପାରେ ।

ସୂଚନା ମୁତାବକ, ହିମାଚଳ ସୁବେର ଜୋନାଲ ହସ୍ପିଟାଲରେ ନିକଟରେ ହୋଇଛି କେନ୍ଦ୍ରସରକାରଙ୍କ ପ୍ରଣିତ ‘ଅପନା ହସ୍ପିଟାଲ ଯୋଜନା’ । ଯାହାର ପ୍ରଥମ ଚରଣରେ ଅନ୍ତର୍ଭୁକ୍ତ ହୋଇଛି ଜୋନାଲ ହସ୍ପିଟାଲ୍ ସମେତ ଧର୍ମଶାଳା, ମଣ୍ଡି ଏବଂ ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲ । ତେବେ ଏହି ଯୋଜନା ଆଧାରରେ ବର୍ତ୍ତମାନ ରୋଗୀଙ୍କୁ ମେଡିକାଲରେ ଭର୍ତ୍ତି ହେବା ସମୟରେ ନିଜ ମୋବାଇଲ ନମ୍ବରକୁ ଦେବାକୁ ପଡିବ । ଯାହାକୁ ଆଧାର କରି ଖୋଦ ସ୍ୱାସ୍ଥ୍ୟ ବିଭାଗ ରୋଗୀଙ୍କ ସହିତ ମେଡିକାଲ ଭଲମନ୍ଦ ସଂପର୍କରେ ସିଧାସଳଖ ଖବର ନେଇପାରିବେ । ଖାଲି ସେତିକି ନୁହେଁ ରୋଗୀ ଦେଇଥିବା ମୋବାଇଲ ନମ୍ବରଟି କେନ୍ଦ୍ର ସରକାରଙ୍କର ନିଜସ୍ୱ ସଫ୍ଟୱୟାର ସହ ଯୋଡିଦିଆଯିବ ଏବଂ ଏହାପରେ ଯାଇ ରୋଗୀଙ୍କଠାରୁ ହିଁ ସ୍ୱାସ୍ଥ୍ୟ ସେବାଗୁଡିକର ଫିଡବ୍ୟାକ୍ ନିଆଯିବ ।

ଏହି ଯୋଜନା ଆଧାରରେ ଚିକିତ୍ସା ପାଇଁଁ ମେଡିକାଲକୁ ଆସୁଥିବା ରୋଗୀଙ୍କ ପ୍ରତି ଡାକ୍ତରଖାନାର କର୍ମଚାରୀଙ୍କଠାରୁ ଆରମ୍ଭ କରି ଡାକ୍ତର ପର୍ଯ୍ୟନ୍ତ କିଭଳି ବ୍ୟବହାର ରହିଛି, ଡିସ୍ପେନସାରୀରେ ମିଳୁଥିବା ନିଶୁଳ୍କ ମେଡିସିନର ସ୍ଥିତି କିଭଳି ରହିଛି ଏବଂ ମେଡିକାଲର କର୍ମଚାରୀଙ୍କର ବ୍ୟବହାର ଉଭୟ ରୋଗୀ ଏବଂ ତାଙ୍କର ସଂପର୍କୀୟଙ୍କ ପ୍ରତି କିଭଳି ରହିଛି ତାହା ଜାଣିବା ପାଇଁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ ସିଧାସଳଖ ଭାବେ ରୋଗୀଙ୍କ ସହ କଥା ହେବେ । ତେଣୁ ଏଥିପାଇଁ ହିଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶାନୁସାରେ ଜୋନାଲ ହସ୍ପିଟାଲ ଧର୍ମଶାଳାରେ ଏହି ଯୋଜନାଟିର ଶୁଭାରମ୍ଭ କରାଯାଇଛି ।

ସୌଜନ୍ୟ: ଅମରଉଜାଲା