ଆପଣଙ୍କ ବିନା ଅନୁମତିରେ ଫୋନ ଛୁଇଁଲେ ବାଜିବ ଆଲାର୍ମ ।  ଜାଣନ୍ତୁ ପୂରା ପ୍ରକ୍ରିୟା

49

ଆପଣ ନିଶ୍ଚୟ ସ୍ମାର୍ଟଫୋନ ବ୍ୟବହାର କରୁଥିବେ ଆଉ ଅଧିକାଂଶ ସମୟରେ ଆପଣ ଆପଣଙ୍କର ଫୋନକୁ କେଉଁଠି ଛାଡି ଆସିବାର ବେମାରି ମଧ୍ୟ ରହିଥିବ । ଯାହାଦ୍ୱାରା କେହି ଆପଣଙ୍କୁ ଫୋନକୁ ଆପଣଙ୍କ ଅନୁମତି ବିନା ବ୍ୟବହାର କରିପାରନ୍ତି । ଏପରିକି ଫୋନ ଚୋରି ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଥାଏ । ଥରେ ଚିନ୍ତା କରନ୍ତୁ ତ ଯଦି ଆପଣଙ୍କ ମୋବାଇଲକୁ କେହି ଟଚ କରନ୍ତି ଏବଂ ଟଚ କରିବା କ୍ଷଣି ହିଁ ଆପଣଙ୍କ ଫୋନରେ ଆଲାର୍ମ ବାଜିବା ଭଳି ବ୍ୟବସ୍ଥା ରହିଥିବା ତେବେ କେତେ ଭଲ ହୁଅନ୍ତା ନା ।  ତେବେ ଏହା ଅସମ୍ଭବ ନୁହେଁ । ଆଜ୍ଞା ହଁ ! ଆଜି ଆମେ ଆପଣଙ୍କୁ ଏଭଳି ହିଁ କିଛି ତରିକା ସଂପର୍କରେ ଜଣାଇବାକୁ ଯାଉଛୁ । ଯାହାଦ୍ୱାରା ଯଦି କେହି ଆପଣଙ୍କର ବିନା ଅନୁମତିରେ ଆପଣଙ୍କର ଫୋନକୁ ଛୁଅନ୍ତି ତେବେ ମୋବାଇବରେ ଆଲାର୍ମ ବାଜିବା ଆରମ୍ଭ କରିବ । ତେବେ ପଢନ୍ତୁ ପୂରା ପ୍ରକ୍ରିୟା ।

• ଏଥିପାଇଁ ଆପଣଙ୍କୁ ଆପଣଙ୍କ ଫୋନରେ ଏକ ଆପ ଡାଉନଲୋଡ କରିବାକୁ ପଡିବ ।

• ଏହି ଆପଟିକୁ ଡାଉନଲୋଡ କରିବା ପାଇଁ ପ୍ରଥମେ ଆପଣଙ୍କୁ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ Don’t Touch My Phone – #1 Anti Theft Alarm ମୋବାଇଲ ଆପକୁ ଡାଉନଲୋଡ କରି ତାକୁ ଆପଣଙ୍କ ଫୋନରେ ଇନଷ୍ଟଲ କରିବାକୁ ହେବ ।

• ଏହାପରେ ଆପଣ ଯେତେବେଳେ ବି ଆପଣଙ୍କର ଫୋନ କେଉଁଠି ବି ରଖନ୍ତି ସେତେବେଳେ ଏହାକୁ ଆକ୍ଟିଭ କରିଦେବେ ।

ଏହି ଆପ ଫୋନ ଲକ୍ ହେବା ପରେ ବି କାମ କରିଥାଏ । ଯଦି ଆପଣ ଫୋନଟିକୁ କେଉଁଠି ବି ରଖିଦିଅନ୍ତି କିମ୍ବା ତାକୁ କେହି ଛୁଇଁନ୍ତି ତେବେ ସେଥିରେ ଆଲାର୍ମ ବାଜିବା ଆରମ୍ଭ କରିବ । ଏହି ଆଲାର୍ମ ସେପର୍ଯ୍ୟନ୍ତ ବାଜିବ ଯେପର୍ଯ୍ୟନ୍ତ ଆପଣ ଏହାକୁ ବନ୍ଦ କରି ନଦେଇଛନ୍ତି । ଏହି ଆପଟିକୁ ଆପଣ ଗୁଗଲ ପ୍ଲେ ଷ୍ଟୋରରେ ସଂପୂର୍ଣ୍ଣ ମାଗଣାରେ ତଡାଉନଲୋଡ କରିପାରିବେ । ଏହି ଆପଟିକୁ ଡେଭଲପର ୧୫ ଡିସେମ୍ବର ୨୦୧୭ରେ ଅପଡେଟ କରାଯାଇଥିଲା । ଯାହାକୁ ଏଯାବତ୍ ପାଖାପାଖି ୧୦ ଲକ୍ଷରୁ ଅଧିକ ଲୋକେ ବ୍ୟବହାର କରିସାରିଲେଣି ।