ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭତ୍ତା ! ତିନୋଟି କିସ୍ତିରେ ମିଳିବ ୧୦ ହଜାର ଟଙ୍କା, କିଡନୀ ରୋଗୀ ପାଇବେ ସାଢେ ୩ ହଜାର ଟଙ୍କାର ପେନସନ

414

କେନ୍ଦ୍ର ସରକାରଙ୍କ ତରଫରୁ ଅନ୍ତରୀଣ ବଜେଟରେ ଲୋକଙ୍କୁ ପ୍ରଲୋଭିତ କଲା ଭଳି ଅନେକ ନୂଆ ନୂଆ ଯୋଜନାଗୁଡିକର ଘୋଷଣା କରାଯିବାର ଠିକ୍ ପରଦିନ ତଥା ଶନିବାର ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ Pasupu-Kumkuma ଯୋଜନାର ଦ୍ୱିତୀୟ ଚରଣର ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଯୋଜନାର ଦ୍ୱିତୀୟ ଚରଣରେ ଡେଭଲପମେଂଟ ଅଫ୍ ୱମେନ ଆଣ୍ଡ ଚିଲଡ୍ରେନ ଇନ ରୁରାଲ ଏରିୟା (DWCRAଅନୁସାରେ ରେଜିଷ୍ଟର୍ଡ ମହିଳାଙ୍କୁ ତିନୋଟି କିସ୍ତିରେ ୧୦ ହଜାର ଟଙ୍କାର ପେନସନ ଦେବାକୁ ଘୋଷଣା କରିଛନ୍ତି ।

୯୦ ଲକ୍ଷ ମହିଳାଙ୍କୁ ମିଳିବ ଲାଭ

ଆନ୍ଧ୍ର ପ୍ରଦେଶର କୃଷ୍ଣା ଜିଲ୍ଲାରେ Pasupu-Kumkuma ଯୋଜନାର ଦ୍ୱିତୀୟ ଚରଣର ଘୋଷଣା କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନାଇଡୁ କହିଛନ୍ତି କି, ଏହି ଯୋଜନାର ଲାଭ ୯୦ ଲକ୍ଷ ମହିଳାଙ୍କୁ ମିଳିବ । ଏଥିପାଇଁ ସରକାରଙ୍କ ତରଫରୁ ୯୪୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସେ କହିଛନ୍ତି କି ଏହି ଯୋଜନା ଅନୁସାରେ ମହିଳାଙ୍କୁ ପ୍ରଥମ କିସ୍ତିରେ ୨୫ ଶହ ଟଙ୍କା ଫେବୃଆରୀ ପ୍ରଥମ ସପ୍ତାହରେ ପ୍ରଦାନ କରାଯିବ ଏବଂ ଦ୍ୱିତୀୟ କିସ୍ତିରେ ସାଢେ ୩ ହଜାର ଟଙ୍କା ମାର୍ଚ୍ଚ ୮ ତାରିଖ ଏବଂ ଶେଷ କିସ୍ତି ରୂପରେ ୪ ହଜାର ଟଙ୍କା ଏପ୍ରିଲ ୫ ତାରିଖରେ ପ୍ରଦାନ କରାଯିବ ।

ଦ୍ୱିଗୁଣିତ ହେବ ୱେଲଫେୟାର ପେନସନ

ୱେଲଫେୟାର ସ୍କିମକୁ ଦ୍ୱିଗୁଣିତ କରାଯାଇ ୧ ହାଜରରୁ ୨ ହଜାର ଟଙ୍କା ଘୋଷଣା କରିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ରାଜ୍ୟରେ ୱେଲଫେୟାର ପେନସନ ଅନୁସାରେ ବରିଷ୍ଠ ନାଗରିକଙ୍କୁ, ବିଧବା, ହସ୍ତତନ୍ତ୍ରଶିଳ୍ପୀଙ୍କୁ ମତ୍ସ୍ୟଜୀବୀ, ସିଙ୍ଗଲ ୱମେନ୍, ଏବଂ ଏଚଆଇଭି ପୀଡିତଙ୍କୁ ପେନସନ ମିଳିବ । ଏଥିସହିତ ହିଁ ଦିବ୍ୟାଙ୍ଗ ଏବଂ କିନ୍ନରଙ୍କୁ ମିଳୁଥିବା ପେନସନ ବୃଦ୍ଧି ପାଇଁ ୧୫ ଶହରୁ ୩ ହାଜର କରିଦିଆଯାଇଛି । ଏହାଛଡା କିଡନୀ ରୋଗୀରେ ପୀଡିତ ବ୍ୟକ୍ତିଙ୍କୁ ମିଳୁଥିବା ପେନସନ ରାଶିକୁ ବି ବୃଦ୍ଧି କରାଯାଇ ସାଢେ ୩ ହଜାର ଟଙ୍କା କରିଦିଆଯାଇଛି ।

ଏଠାରେ ଆମେ କହି ରଖୁଛୁ କି, ଆନ୍ଧ୍ର ପ୍ରଦେଶରେ ପ୍ରତି ମାସ ୫୪ ଲକ୍ଷ ଲାଭାର୍ଥୀଙ୍କୁ ପେନସନ ଦିଆଯାଇଥାଏ । ଏଥିପାଇଁ ପ୍ରତିମାସ ପାଖାପାଖି ୧୧ କୋଟି ଟଙ୍କାର ଅର୍ଥରାଶି ଚନ୍ଦ୍ରବାବୁ ସରକାରଙ୍କ ଦ୍ୱାରା ବ୍ୟୟ କରାଯାଉଛି ।