ସରକାରଙ୍କ କଡା ନିର୍ଦ୍ଦେଶ ! ନୂଆ ବର୍ଷରେ ମନ୍ଦିର ଯିବା ବନ୍ଦ

128

ନୂତନ ବର୍ଷର ଆଗମନରେ ସାଧାରଣତଃ ଲୋକେ ପ୍ରଥମେ ଭଗବାନଙ୍କ ନିକଟକୁ ଯିବାକୁ ବେଶି ପସନ୍ଦ କରିଥାନ୍ତି । ମନ୍ଦିରରେ ନିଜର ବେଦନାକୁ ଭଗବାନଙ୍କ ନିକଟରେ ପ୍ରକାଶ କରି ଏବଂ ଆଗାମୀ ଦିନର ଶୁଭ କାମନା କରି ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି । ହେଲେ ଜନତାଙ୍କର ଏଭଳି ଇଚ୍ଛା ଆଉ ଅଭିଳାଷକୁ ବନ୍ଦ କରିଦେଇଛନ୍ତି ସରକାର ।

ଆଜ୍ଞା ହଁ ! ଏକଥା ସତ୍ୟ, କି ନୂଆ ବର୍ଷରେ ମନ୍ଦିର ଯିବାକୁ ବାରଣ ସରକାର କରିଛନ୍ତି । ତେବେ ଆନ୍ଧ୍ରପ୍ରଦେଶ ସରକାର ବିଭିନ୍ନ ମନ୍ଦିର ପ୍ରଶସାନକୁ ଏକ ନୋଟିସ ଜାରି କରିଛନ୍ତି । ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି କି, ୧ ଜାନୁଆରୀ ଦିନ ମନ୍ଦିରରେ ନୂଆ ବଷ ପାଇଁ କୌଣସି ପ୍ରକାରର ଉତ୍ସବ ପାଳନ କରାଯିବ ନାହିଁ । ଖାଲି ଏତିକି ନୁହେଁ, ମନ୍ଦିର ମ୍ୟାନେଜମେଂଟକୁ ନିର୍ଦ୍ଦେଶ ଦିଆଯାଇଛି କି, ନୂଆ ବର୍ଷରେ ମନ୍ଦିରେ ଫୁଲର କୌଣସି ସାଜସଜା ଏବଂ ସ୍ୱାଗତ ବ୍ୟାନର ଆଦି ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ ନ କରାଯାଉ ।

ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶ ସରକାରଙ୍କ ହିନ୍ଦୁ ଧର୍ମ ପରିରକ୍ଷଣ ଟ୍ରଷ୍ଟ ଗତ ଗୁରବାର ଦିନ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଟ୍ରଷ୍ଟର ସଚିବଙ୍କ କହିବା ଅନୁସାରେ, ବିଭାଗୀୟ କମିସନରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନୋଟିସରେ କୁହାଯାଇଛି କି ମନ୍ଦିରଗୁଡିକର ମ୍ୟାନେଜମେଂଟ ନୂୂଆ ବର୍ଷ ଅବସରରେ କୌଣସି ପ୍ରକାରର ଉତ୍ସବ ପାଳନ ନକରନ୍ତୁ କି ଏଥିପାଇଁ ଅର୍ଥ ମଧ୍ୟ ବ୍ୟୟ ନକରନ୍ତୁ ବୋଲି । କାରଣ ଏସବୁ ହିନ୍ଦୁ ପରମ୍ପରାରେ ନାହିଁ । ତେଣୁ ଏଥିପାଇଁ ଦିଆଯାଇଥିବା ନିର୍ଦ୍ଦେଶକୁ ପାଳନ କରିବାକୁ କୁହାଯାଇଛି ।

ସୌଜନ୍ୟ: ଅମର ଉଜାଲା