ବେରୋଜଗାରୀଙ୍କ ପାଇଁ ଖୁସି ଖବର ! ୧୬୦୦ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କଲା ଏହି ସରକାରୀ ବ୍ୟାଙ୍କ, ତୁରନ୍ତ କରନ୍ତୁ ଆବେଦନ

270

ଚଳିତ ବର୍ଷ ବେରୋଜଗାରଙ୍କ ପାଇଁ ରୋଜଗାର କରିବା ପାଇଁ ଅନେକ ସୁଯୋଗ ଆଣିପାରେ । ଯଦି ଆପଣ ନୂଆ ବର୍ଷରେ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଲାଭ ଜନକ ପ୍ରମାଣିତ ହୋଇପାରେ । ଭାରତରେ ସରକାରୀ ବ୍ୟାଙ୍କ ତରଫରୁ ବେରୋଜଗାର ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଯାହା ଦ୍ୱାରା ଆପଣଙ୍କ ନିକଟରେ ସରକାରୀ  ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ରହିଛି ।

ସରକାରୀ ମାଲିକାନାରେ ଥିବା ଆନ୍ଧ୍ର ବ୍ୟାଙ୍କ ବିଭିନ୍ନ ସେବାଗୁଡିକ ପାଇଁ ୧୬୦୦ ବିଜନେସ୍ ରିପେଜେଂଟେଟିଭ ପାଇଁ ନିଯୁକ୍ତି କରିବାକୁ ଯାଉଛି । ବ୍ୟାଙ୍କ ଆର୍ଥିକ ସମାବେଶର ନିଜର ଯୋଜନା ଅନୁସାରେ ଖାତା ଖୋଲିବା ପାଇଁ , ଘରେ ଘରେ ବ୍ୟାଙ୍କି ସେବା ପହଂଚାଇବା ପାଇଁ , ଏଟିଏମ ସେବା ଏବଂ ଏନପିଏର  ଆଦାୟ  ପାଇଁ ଏହି ପ୍ରତିନିଧିମାନଙ୍କୁ କାମ ଲଗାଇବ । ତେବେ ବ୍ୟାଙ୍କ ମୁଖ୍ୟ ରୂପରେ ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାରେ ଏହି ବିଜନେସ୍ ରିପ୍ରେଜେଂଟେଟିଭର ନିଯୁକ୍ତ କରାଯିବ ।

କେଉଁ କାମ କରିବେ ବିଜନେସ୍ ରିପ୍ରେଜେଂଟେଟିଭ

ଆନ୍ଧ୍ର ବ୍ୟାଙ୍କ ୨୦୧୦ରୁ ମାଇକ୍ରୋ ଏଟିଏମ  ବ୍ୟାଙ୍କିଂ ପ୍ରାଧିଗୀକ ଭଳି ସେବାଗୁଡିକ ସହିତ ବିଜନେସ ରିପ୍ରେଜେଂଟେଟିଭ ଜରିଆରେ ଆର୍ଥିକ ସମାବେଶ ପରିଯୋଜନାକୁ ଲାଗୁ କରୁଛି । ଅନ୍ୟ କାର୍ଯ୍ୟ ଗୁଡିକ ସହିତ ବିଜନେସ ରିପ୍ରେଜିଂଟେଟିଭକୁ ସାମାଜିକ ସୁରକ୍ଷା ଯୋଜନାଗୁଡିକୁ ଲାଗୁ କରିବା ସହିତ ବ୍ୟାଙ୍କ ପାଇଁ ନୂଆ କାରବାର ପାଇଁ ବି କାମରେ ଲଗାଯାଇ ପାରିବେ ।

ସେହିପରି ଦ୍ୱିତୀୟ ଏବଂ ନିକଟରେ ହିଁ ସଂସଦର ସ୍ଥାୟୀ ସମିତିର ଏକ ରିପୋର୍ଟରେ ଖୁଲାସା ହୋଇଛି । ଆଗାମୀ କିଛି ବର୍ଷରେ ବଡ ସଂଖ୍ୟାରେ ବ୍ୟାଙ୍କ କର୍ମଚାରୀ ଅବସର ନେଉଛନ୍ତି । ଏଥିପାଇଁ କର୍ମଚାରୀ ଏବଂ ଅଧିକାରୀମାନଙ୍କର ରିଟାୟରମେଂଟ ପରେ ଖାଲି ପଡିଥିବା ସ୍ଥାନକୁ ପୂରଣ କରିବା ପାଇଁ ବହୁ ସଂଖ୍ୟକ ଜୁନିୟର ଏବଂ ମିଡ ଲେବଲ ଅଧିକାରୀମାନଙ୍କ ପଦବୀରେ ନିଯୁକ୍ତି କରିବା ନିହାତି ଆବଶ୍ୟକ । ରିପୋର୍ଟ ଅନୁସାରେ, ସରକାରୀ ବ୍ୟାଙ୍କରେ ମହାନିଦ୍ଦେଶକ ସ୍ତରର ୯୫ ପ୍ରତିଶତ, ଉପ ମହାନିଦ୍ଦେଶକ ସ୍ତରର ୭୫ ପ୍ରତିଶତ ଏବଂ ଅତିରିକ୍ତ ମହାନିଦ୍ଦେଶକ ସ୍ତରରେ ୫୮ ପ୍ରତିଶତ କର୍ମଚାରୀ ୨୦୧୯-୨୦ରେ ଚାକିରିରୁ ଅବସର ନେବାକୁ ଯାଉଛନ୍ତି ।